ଧୂମପାନ ଅଭ୍ୟାସ ଛଡ଼ାଇବାକୁ ଆପଣାନ୍ତୁ ଏହି ଆୟୁର୍ବେଦିକ ଉପାୟ, ସପ୍ତାହେ ଭିତରେ ମିଳିବ ଫାଇଦା

ବର୍ତ୍ତମାନ ସମୟରେ ପାଖାପାଖି ୬୦ ପ୍ରତିଶତ ଲୋକ ଧୂମପାନ କରୁଛନ୍ତି। ଏହି ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ବ୍ୟସ୍ତ ବହୁଳ ଜୀବନ, କାମ ଟେନ୍‌ସନ୍‌, ପରିବାର ବୋଝ ଆଦି ପ୍ରେସରରେ ଲୋକମାନେ ଚିନ୍ତା ମୁକ୍ତ ରହିବାକୁ ଧୂମପାନ କରୁଛନ୍ତି। କିନ୍ତୁ ଏହି ସିଗାରେଟ୍‌ ପାନ ଯୋଗୁ କ୍ୟାନ୍‌ସର ଆଶଙ୍କା ବଢ଼ୁଛି। ଲୋକମାନେ ଧୂମପାନ ରୋକିବାକୁ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ତଥାପି ସଫଳ ହେଉନାହାନ୍ତି। କିନ୍ତୁ ଆପଣ ଚାହିଁଲେ ଆୟୁର୍ବେଦିକ ସାହାଯ୍ୟ ନେଇ ମଧ୍ୟ ଧୂମପାନ ଅଭ୍ୟାସ ଦୂରେଇ ପାରିବେ। ଆସନ୍ତୁ ଜାଣିବା କେମିତି…

ଆୟୁର୍ବେଦ ମୁତାବକ, ସ୍ମୋକିଂ ଅଭ୍ୟାସଠାରୁ ମୁକ୍ତି ପାଇବାକୁ ଆପଣ ଜୁଆଣିରେ ଲେମ୍ବୁ ରସ ଓ କଳା ଲୁଣ ମିଶାଇ ୨ ଦିନ ପାଇଁ ଛାଡ଼ି ଦିଅନ୍ତୁ। ଯେତେବେଳେ ବି ସିଗାରେଟ୍‌ ଟାଣିବାକୁ ଇଚ୍ଛା ହେବ ଏହାକୁ ସେବନ କରନ୍ତୁ। ଏମିତି ୨ ମାସ ଯାଏଁ କଲେ ଧୂମପାନ ଅଭ୍ୟାସ ଛାଡ଼ିଯିବ।

ସିଗାରେଟ୍‌ ଟାଣିବାକୁ ଇଚ୍ଛା ହେଲେ ଆପଣ ପାନମହୁରୀ ଓ ମିଶ୍ରିକୁ ସମାନ ମାତ୍ରାରେ ନେଇ ସେବନ କରିପାରିବେ। ଏହାକୁ ଧୀରେ ଧୀରେ ଚୋବାଇଲେ ସିଗାରେଟ୍‌, ତମାଖୁ ଓ ଗୁଟ୍‌ଖା ଅଭ୍ୟାସ ଧୀରେ ଧୀରେ ଦୂରେଇଯିବ।

ଧୂମପାନ ଯୋଗୁ ଦେଖାଯାଏ ଏସବୁ ସମସ୍ୟା:

ସିଗାରେଟ୍‌ରେ ନିକୋଟିନ୍‌ ରହିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ନର୍ଭସ ସିଷ୍ଟମ୍‌ ଉପରେ କୁ-ପ୍ରଭାବ ପଡ଼ିଥାଏ। ଏଥିସହ ଫୁସ୍‌ଫୁସ୍‌ ବି ଖରାପ ହୋଇଥାଏ। ଫୁସ୍‌ଫୁସ୍‌ ଖରାପ ହେଲେ ସଂକ୍ରମଣ, ଲଙ୍ଗସ୍‌ କ୍ୟାନସର ଆଦିର ଆଶଙ୍କା ବଢ଼ିଯାଏ। ସ୍ମୋକିଂ ଯୋଗୁ ହାର୍ଟ ସମସ୍ୟା ବି ଦେଖାଦିଏ। ସିଗାରେଟ୍‌ ଟାଣିବା ଦ୍ୱାରା ହାର୍ଟର ସିଷ୍ଟମ୍‌ ଅର୍ଥାତ୍‌ କ୍ରୋନିକ୍‌ ବ୍ରୋକାଇଟିସ୍‌, ଇମ୍ଫେସିୟା, ଲଙ୍ଗ୍‌ କ୍ୟାନସର ଭଳି ରୋଗ ହୋଇଥାଏ। ଏଥିସହ ବ୍ଲଡ୍‌ ସୁଗାର ଲେବଲ ବି ବଢ଼ିଯାଏ। ସିଗାରେଟ୍‌ର ଧୂଆଁ ଯୋଗୁ ଗଳା କର୍କଟର ଆଶଙ୍କା ବି ବଢ଼ିଯାଏ। ଏଣୁ ସିଗାରେଟ୍‌ ଠାରୁ ଦୂରେଇ ରହିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।