ଦେଶରେ ପ୍ରଥମ! ଗୋବର ନିର୍ମିତ ବ୍ୟାଗ୍‌ ଧରି ବିଧାନସଭା ପହଞ୍ଚିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ; ସୃଷ୍ଟି କଲେ ନୂଆ ଇତିହାସ…

ପରିବେଶ ସଂରକ୍ଷଣ ଏବଂ ଆର୍ଥିକ ସଶକ୍ତୀକରଣ କ୍ଷେତ୍ରରେ ବିଶେଷ କାର୍ଯ୍ୟ କରୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ବୁଧବାର ରାଜ୍ୟ ବିଧାନସଭାରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବାସ୍ତବରେ, ବଜେଟ୍‌ ଉପସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ବ୍ରିଫ୍‌କେସ୍‌ ବ୍ୟବହାର କରିଥିଲେ, ତାହା ଚମଡ଼ା କି ଝୋଟରେ ନୁହେଁ, ବରଂ ଗୋବରର ବାଇ-ପ୍ରଡକ୍ଟରୁ ପ୍ରସ୍ତୁତ ହୋଇଥିଲା। ଆସନ୍ତୁ ଜାଣିବା ଏହି ବ୍ୟାଗ୍‌ର ଖାସିୟତ୍‌।

ଏହି ବ୍ୟାଗ୍‌କୁ ଗୋବର ପାଉଡର୍‌ରେ ପ୍ରସ୍ତୁତ କରାଯାଇଛି, ଯାହାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ନୋମିନ୍‌ ପାଲ୍‌ ଓ ତାଙ୍କ ସାଥୀମାନେ ତିଆରି କରିଛନ୍ତି। କହି ରଖୁଛୁ, ଛତିଶଗଡ଼ ଦେଶର ପ୍ରଥମ ରାଜ୍ୟ, ଯିଏକି ମା’ ଲକ୍ଷ୍ମୀଙ୍କ ପ୍ରତୀକ ସ୍ୱରୂପ ଗୋବରରେ ନିର୍ମିତ ବ୍ରିଫ୍‌କେସ୍‌ ବ୍ୟବହାର କରିଛି। ରାୟପୁର ନଗର ନିଗମର ଗୋକୁଲ ଧାମ ଗୋଠାନରେ କାର୍ଯ୍ୟ କରୁଥିବା ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଗୋବର ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରି ବଜେଟ୍‌ ବ୍ରିଫ୍‌କେସ୍‌ ନିର୍ମାଣ କରିଛି। ଏଥିରେ ଗୋବର ପାଉଡର, ଚୂନ ପାଉଡର, ମଇଦା ଉଡ୍‌ ଏବଂ ଗୁଆର୍‌ ଅଠାର ମିଶ୍ରଣକୁ ପରସ୍ତ ପରସ୍ତ କରି ଲଗାଯାଇଛି। ୧୦ ଦିନର କଠିନ ପରିଶ୍ରମ ପରେ ଏହି ବ୍ରିଫ୍‌କେସ୍‌ ପ୍ରସ୍ତୁତ ହୋଇଛି। ତେବେ ଏହାର ହ୍ୟାଣ୍ଡେଲ ଏବଂ କର୍ନରକୁ କୋଣ୍ଡାଗାଁ ସହରର ବସ୍ତର ଆର୍ଟ କାରିଗରମାନେ ତିଆରି କରିଛନ୍ତି।

କହି ରଖୁଛୁ, ଛତିଶଗଡ଼ରେ ଗୋବରରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକ ବହୁତ ଲୋକପ୍ରିୟ ହେବାରେ ଲାଗିଛି। ଏହାର ଅନେକ ଚାହିଦା ରହିଛି। ରାଜଧାନୀ ରାୟପୁରରେ ଗୋବରର ଚପଲ ବି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନାଥାଉ କି, ଛତିଶଗଡ଼ର ଗୋଧନ ନ୍ୟାୟ ଯୋଜନା ପୂରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.