Altoର ଅଧା ଦାମରେ କିଣନ୍ତୁ ମାରୁତି Swift Dzire ଏବଂ Wagonr କାର, ଦାମ୍‌ ମାତ୍ର ଲକ୍ଷେ ଟଙ୍କା

ଆମ ସମସ୍ତଙ୍କର ଇଚ୍ଛା ଥାଏ କାର ଚଢ଼ିବା ପାଇଁ। କିନ୍ତୁ କେହି କେହି ଟଙ୍କାର ଅଭାବ ଏବଂ ଅନ୍ୟ କିଛି କାରଣ ପାଇଁ କାର ଚଢ଼ିବା ସ୍ୱପ୍ନକୁ ଅଧୂରା ଛାଡ଼ିଦିଅନ୍ତି । କିନ୍ତୁ ଆମେ ଆଜି ଯେଉଁ ଖବର ଆପଣଙ୍କୁ ଜଣାଇବାକୁ ଯାଉଛୁ ସେ ଖବର ଶୁଶିଲେ ଆପଣଙ୍କ ଖୁସିର ସୀମା ରହିବ ନାହିଁ। କାରଣ ଏବେ ଆପଣଙ୍କର କାର ଚଢ଼ିବା ସ୍ୱପ୍ନ ପୂରଣ ହେବାକୁ ଯାଉଛି।

ଦେଶର ସବୁଠାରୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି କେବଳ ନୂଆ କାର ବିକ୍ରି କରିନଥାଏ ବରଂ ନିଜର ୟୁଜଡ୍‌ କାରକୁ Truvalue ମାଧ୍ୟମରେ ମଧ୍ୟ ବିକ୍ରି କରିଥାଏ। ବର୍ତ୍ତମାନ କମ୍ପାନୀ ଏହି ଫାର୍ମର ଅଫିସିଆଲ ୱେବସାଇଟରେ ବହୁତ କମ୍‌ ଦାମରେ ପୁରୁଣା କାରକୁ ବିକ୍ରି କରିବାକୁ ଯାଉଛି। ଆପଣ ଏହିଠାରୁ ଅଲଟୋର ଅଧା ଦାମରେ Swift Dzire ଏବଂ Wagonr ଭଳି ଦାମୀ କାରକୁ କିଣିପାରିବେ। ତେବେ ଆସନ୍ତୁ ଜାଣିବା ଏହି ସବୁ କାର ବିଷୟରେ।

ମାରୁତି Swift Dzire :

ଲୋକପ୍ରିୟ ଏଣ୍ଟ୍ରି ଲେବଲ ସେଡାନ ଡିଜାୟରକୁ ମଧ୍ୟ ଏହି ୱେବସାଇଟରେ ବିକ୍ରି କରାଯିବ। Truvalue ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ସ୍ୱିଫ୍ଟ କାର ୨୦୧୧ର ମଡେଲ ଅଟେ ଏବଂ ଏହି କାର ବର୍ତ୍ତମାନ ପର୍ଯ୍ୟନ୍ତ ୧,୯୪,୩୪୭ କିଲୋମିଟର ଯାତ୍ରା କରିସାରିଛି। ଏହା ଡିଜେଲ ଭେରିୟଣ୍ଟ ଭର୍ସନର ସେକେଣ୍ଡ ଭେରିୟଣ୍ଟ VDI , ଯାହାର ଦାମ ପ୍ରାୟ ୨ ଲକ୍ଷ ଟଙ୍କା ରଖାଯାଇଛି।

Maruti Wagonr R

କମ୍ପାନୀର ବେଷ୍ଟ ସେଲିଙ୍ଗ୍‌ ହ୍ୟାଚବ୍ୟାକ୍‌ କାର ମଧ୍ୟରୁ ଗୋଟିଏ ହେଉଛି ଓ୍ଵାଗନରର ପେଟ୍ରୋଲ ଭର୍ସନର ଏଣ୍ଟ୍ରି ଲେବେଲ ଭେରିୟଣ୍ଟ LXI କାର। ଏହି କାର ୨୦୦୮ର ମଡେଲ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାର ୧,୫୪,୪୮୦ କିଲୋମିଟର ଚାଲିଛି। ଏହାର ଦାମ ପ୍ରାୟ ୧.୫୫ ଲକ୍ଷ ଟଙ୍କା ରଖାଯାଇଛି।

ଏହାସହ ପଢନ୍ତୁ : ୧ ଲିଟରରେ ୧୭ କିମି ଚାଲେ ମାରୁତି ସୁଜୁକି Xl6 , କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଏହାର ଜବରଦସ୍ତ ଫିଚର୍ସ

Maruti Swift

ଏହି ୱେବସାଇଟରେ ମାରୁତିର ଭଲ ହ୍ୟାଚବ୍ୟାକ୍‌ କାର ସ୍ୱିଫ୍ଟ ପେଟ୍ରୋଲ ଭର୍ସନର ଏଣ୍ଟ୍ରି ଲେବେଲ ମଡେଲ LXI ମଧ୍ୟ ବିକ୍ରି କରାଯାଉଛି।  ସୂଚନା ଅନୁଯାୟୀ ଏହି କାର ୨୦୦୮ର ମଡେଲ ଅଟେ ଏବଂ ଏହି କାର ୧,୨୬,୦୩୪ କିଲୋମିଟର ପର୍ଯ୍ୟନ୍ତ ଚାଲିଛି। କାରର ପୁରୁଣା ଦାମ ରଖାଯାଇଛି ୧.୭୦ ଲକ୍ଷ ଟଙ୍କା।

ମାରୁତି Swift

ମାରୁତି ସ୍ୱିଫ୍ଟର ଆଉ ଏକ ମଡେଲ ମଧ୍ୟ ଏଠାରେ ବିକ୍ରି କରାଯାଉଛି। ଏହା ସବୁଠାରୁ ଶସ୍ତା କାରର ମଧ୍ୟରୁ ଗୋଟିଏ। ସୂଚନା ଅନୁଯାୟୀ ଏହି କାର ୨୦୦୫ର ମଡେଲ ଅଟେ ଏବଂ ଏବେ ପର୍ଯ୍ୟନ୍ତ ଏହି କାର ୧,୦୭,୦୯୩ କିଲୋମିଟର ପର୍ଯ୍ୟନ୍ତ ଚାଲିଛି। ଏହି କାରକୁ ତାର ପ୍ରଥମ ମାଲିକଙ୍କ ଦ୍ୱାରା ବିକ୍ରି କରାଯାଉଛି। ଏହାର ଦାମ ପ୍ରାୟ ୧.୧୦ ଲକ୍ଷ ଟଙ୍କା ରଖାଯାଇଛି। ଯାହା ଅଲଟୋ କାରର ଦାମ ଠାରୁ ବି ଅଧା।

ନିଶ୍ଚିତ ପଢନ୍ତୁ : Mahindra ଆଣୁଛି ନୂଆ Scorpio , ପୂର୍ବ ଠାରୁ ଅଧିକ ପ୍ରିମିୟମ୍ ସହିତ ରହିଛି ଦମଦାର ଫିଚର୍ସ

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି କାର ସବୁ କେବଳ Truevalueର ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବକ ଅଟେ। ଯଦି ଆପଣ ପୁରୁଣା କାର କିଣୁଛନ୍ତି ତେବେ କାରର କଣ୍ଡିସନ ଏବଂ କାଗତପତ୍ରକୁ ଭଲଭାବେ ଯାଞ୍ଚ କରିବା ବହୁତ ଜରୁରୀ ହୋଇଥାଏ। ଏହି ସବୁ କାର ଦିଲ୍ଲୀରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି।

Pritiparna

Recent Posts

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

2 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

37 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

48 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago