ସ୍ୱାମୀ ବା ବୟଫ୍ରେଣ୍ଡ୍‌ ଥିଲେ ମଧ୍ୟ ଅଧିକାଂଶ ମହିଳାଙ୍କ ମନରେ ଥାଏ ଦ୍ୱିତୀୟ ପୁରୁଷର ଭାବନା

ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ସହ ସମ୍ପର୍କର ସଂଜ୍ଞା ମଧ୍ୟ ବଦଳିଗଲାଣି। ଏବେକାର ଯୁବପିଢ଼ି ଆଉ ନିଜ ପାର୍ଟନର ଉପରେ ସମ୍ପୂର୍ଣ୍ଣ ଭରସା କରିବାକୁ ଉଚିତ୍‌ ମନେ କରୁନାହିଁ। ଏହା କେବଳ ମହିଳାଙ୍କ କ୍ଷେତ୍ରରେ ନୁହେଁ, ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ପରିବର୍ତ୍ତନ ଧୀରେ ଧୀରେ ଦେଖିବାକୁ ମିଳୁଛି। ଲୋକମାନେ ନିଜ ସମ୍ପର୍କକୁ ନେଇ ଆଉ ପୂର୍ବଭଳି ସୁରକ୍ଷିତ ମନେ କରିପାରୁନାହାନ୍ତି।

ଏହାସହ ପଢ଼ନ୍ତୁ: ଏହି ବୟସ ଯାଏଁ ଶିଶୁଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ ଘିଅ, ଦେଖାଦେଇପାରେ ସ୍ୱାସ୍ଥ୍ୟ ସମସ୍ୟା

ସ୍ୱାମୀ ହୁଅନ୍ତୁ ବା ବୟଫ୍ରେଣ୍ଡ ତାଙ୍କ ସହ ଲୟାଲ୍‌ କି ନାହିଁ ଏସବୁ ବିଷୟରେ ଜାଣିବା ପାଇଁ ଝିଅମାନେ ବାରମ୍ବାର ତାଙ୍କୁ ଫୋନ୍‌ କରିଥାନ୍ତି କିମ୍ବା ସୁଯୋଗ ମିଳିଲେ ଫୋନ୍‌ ଚେକ୍‌ କରିବାକୁ ମଧ୍ୟ ପଛଘୁଞ୍ଚା ଦେଇନଥାନ୍ତି। ସାଥୀଙ୍କୁ ନେଇ ସମାନ ଟେନ୍ସନ୍‌ ପୁରୁଷଙ୍କଠାରେ ମଧ୍ୟ ଦେଖାଯାଉଛି। ଆଉ ଯଦି ଉଭୟେ ପରସ୍ପର ଠାରୁ ଦୂରରେ ଅର୍ଥାତ୍‌ ଲଙ୍ଗ୍‌ ଡିସ୍‌ଟାନ୍ସ ରିଲେସନ୍‌ସିପ୍‌ରେ ରହିଲେ ତେବେ ଏହି ସନ୍ଦେହ ଅଧିକ ଘନୀଭୂତ ହୁଏ।

ଏହାସହ ପଢ଼ନ୍ତୁ: ଆପଣଙ୍କଠାରୁ ଅଧିକ ରୋଜଗାର କରୁଛନ୍ତି କି ପତ୍ନୀ, ଏଭଳି ଭାବେ କରନ୍ତୁ ଫ୍ୟାମିଲି ମ୍ୟାନେଜମେଣ୍ଟ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନ୍ୟ କାମ ଭଳି ରିଲେସନ୍‌ସିପ୍‌ରେ ମଧ୍ୟ ଲୋକେ ଦ୍ୱିତୀୟ ବିକଳ୍ପ ରଖୁଛନ୍ତି। ଯଦି ପାର୍ଟନର ସହ ବ୍ରେକ୍‌ଅପ୍‌ ହେଲା ତେବେ ଦ୍ୱିତୀୟ ବ୍ୟକ୍ତି ସେତେବଳେ କାମରେ ଆସିବ ବୋଲି ବର୍ତ୍ତମାନ ଲୋକେ ଚିନ୍ତା କରୁଛନ୍ତି। ଏକ ଗବେଷଣାରୁ ଏ ସମ୍ବନ୍ଧରେ ସୂଚନା ମିଳିଛି।

ଗବେଷଣା ଅନୁସାରେ, ପ୍ରାୟ ୫୦ ପ୍ରତିଶତ ମହିଳା ବ୍ରେକ୍‌ଅପ ପାଇଁ ଏକ ବ୍ୟାକ୍‌ଅପ୍‌ ପ୍ଲାନ୍‌ ରଖିଥାନ୍ତି। ଏହାର ଅର୍ଥ ମହିଳାଙ୍କ ମନରେ ପ୍ରାୟତଃ ଜଣେ ଦ୍ୱିତୀୟ ବ୍ୟକ୍ତିର ଭାବନା ରହିଥାଏ, ଯାହା ସହ ସେ ବ୍ରେକ୍‌ଅପ୍‌ ପରେ ମିଶିପାରିବେ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଦ୍ୱିତୀୟ ପୁରୁଷ କଥା ଚିନ୍ତା କରିବା କ୍ଷେତ୍ରରେ ଅବିବାହିତ ତୁଳନାରେ ବିବାହିତ ମହିଳାଙ୍କ ସଂଖ୍ୟା ଅଧିକ। ଅଧିକାଂଶ ବିବାହିତ ମହିଳା ବିକଳ୍ପ ଭାବେ ପୂର୍ବତନ ସ୍ୱାମୀ,ଏକ୍ସ ବୟଫ୍ରେଣ୍ଡ, ଜିମ୍‌ ପାର୍ଟନର, ପୁରୁଷ ବନ୍ଧୁ କିମ୍ବା ସ୍ୱାମୀଙ୍କ ବନ୍ଧୁ ପ୍ରମୁଖଙ୍କୁ ରଖିଥାନ୍ତି। ଯେଉଁମାନଙ୍କ ହୃଦୟରେ ସମ୍ପୃକ୍ତ ମହିଳାଙ୍କ ପ୍ରତି ସଫ୍ଟ କର୍ଣ୍ଣର ଥିବ।

ଏହି ସର୍ଭେରେ ପ୍ରାୟ ୧୦୦୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିକଳ୍ପ ଭାବେ କୌଣସି ପୁରୁଣା ତଥା ପରିଚିତ ବ୍ୟକ୍ତିଙ୍କୁ ବାଛିବାକୁ ପସନ୍ଦ କରୁଥିବା କହିଥିଲେ, ଯେଉଁମାନେ ବିଶ୍ୱାସଯୋଗ୍ୟ ହୋଇଥିବେ। ସେମାନଙ୍କ କହିବାନୁସାରେ ବର୍ତ୍ତମାନର ପାର୍ଟନର ତୁଳନାରେ ବିକଳ୍ପ ପାର୍ଟନରଙ୍କ ପ୍ରତି ସେମାନଙ୍କ ଭଲପାଇବା ଅଧିକ ଗାଢ଼।

ଏହାସହ ପଢ଼ନ୍ତୁ: ଶରୀରର ଏହି ସବୁ ଅଙ୍ଗକୁ ସ୍ପର୍ଶ କରିବା ଦ୍ୱାରା ଶିହରି ଉଠନ୍ତି ପୁରୁଷ

ତେବେ ଏହି ରିପୋର୍ଟ ପ୍ରକାଶିତ ହେବା ପରେ କିଛି ପୁରୁଷ ନିଜ ସାଥୀଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବେ। ଫଳରେ ତାଙ୍କ ପତ୍ନୀ ବା ପ୍ରେମିକାକୁ ବିକଳ୍ପର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଜଣେ ଗବେଷକ କହିଛନ୍ତି।

WCW 11

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

2 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

4 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

39 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

50 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago