ବ୍ୟବସାୟ ଓ ଅର୍ଥନୀତି

ଫେଷ୍ଟିଭାଲରେ FD ଉପରେ ସ୍ୱତନ୍ତ୍ର ସୁଧ ହାର ଦେଉଥିବା ବ୍ୟାଙ୍କ, ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି ସର୍ବାଧିକ ସୁଧ

ଅନେକ ସମୟରେ ଏପରି କିଛି ପରିସ୍ଥିତି ଉପୁଜେ ଯାହା ପାଇଁ ଅଧିକ ଟଙ୍କା ଦରକାର ହୁଏ କିନ୍ତୁ ହଠାତ ସମସ୍ତଙ୍କ ପାଖରେ ଏତେ ଟଙ୍କା ନଥାଏ। ଯାହା ପାଇଁ ବେଳେ ବେଳେ ପାଠ ପଢା ପାଇଁ ହେଉ କିମ୍ବା ଅନ୍ୟ କୌଣସି କାମ ପାଇଁ ବ୍ୟାଙ୍କ ରୁ ଋଣ ନେବାକୁ ହୁଏ। ତେବେ ବ୍ୟାଙ୍କରୁ ଋଣ ନେବା ସମୟରେ ମଧ୍ୟ ଅନେକ ଗ୍ରାହକ ଭାବନ୍ତି କେଉଁଠୁ ଋଣ ନେଲେ ତାଙ୍କ ପାଇଁ ସୁବିଧା ହେବ। ତେବେ ଆଜି ଆମେ କହିବୁ କେଉଁ ବ୍ୟାଙ୍କ୍ ଆପଣଙ୍କୁ ଭଲ ସୁଧ ଦେବ।

ଅନେକ ବ୍ୟାଙ୍କ ଏଫଡି ଉପରେ ବିଶେଷ ସୁଧ ହାର ପ୍ରଦାନ କରୁଛନ୍ତି। ଆରବିଆଇ ଦ୍ୱାରା ରେପୋ ହାରରେ ବୃଦ୍ଧି ଏବଂ ଏବେ ଠାରୁ ଉତ୍ସବ ଋତୁ ଆରମ୍ଭ ହେତୁ ଅନେକ ବ୍ୟାଙ୍କ ସ୍ୱତନ୍ତ୍ର ଏଫଡି ପ୍ରଦାନ କରୁଛନ୍ତି। ଏଥି ସହିତ ପ୍ରାୟ ସମସ୍ତ ବ୍ୟାଙ୍କ ଏଫଡିର ସୁଧ ହାର ବୃଦ୍ଧି କରିଛନ୍ତି। ଏସବିଆଇ, ପିଏନବି, କାନାରା ବ୍ୟାଙ୍କ ସ୍ୱତନ୍ତ୍ର ଏଫଡି ପ୍ରଦାନ କରୁଛି। ଅନେକ ଘରୋଇ ବ୍ୟାଙ୍କ ମଧ୍ୟ ଏଫଡି ଉପରେ ସୁଧ ହାର ବୃଦ୍ଧି କରିଥିଲେ।

ତେବେ ବର୍ତ୍ତମାନ ଉତ୍ସବ ଋତୁ ଆରମ୍ଭ ହେବା ସହିତ ଅନେକ ବ୍ୟାଙ୍କ ଫିକ୍ସ ଡିପୋଜିଟ ବା FD ଉପରେ ସୁଧ ହାର ବୃଦ୍ଧି କରିବା ଆରମ୍ଭ କରିଛନ୍ତି। ଅନେକ ବ୍ୟାଙ୍କ ମଧ୍ୟ ସୀମିତ ସମୟ ପାଇଁ ସ୍ୱତନ୍ତ୍ର ଅଫର ସହିତ ଏଫଡି ପ୍ରଦାନ କରୁଛନ୍ତି। ଆରବିଆଇ ଦ୍ୱାରା ରେପୋ ରେଟ୍ ବୃଦ୍ଧି ଯୋଗୁଁ ଏହା ମଧ୍ୟ ଘଟୁଛି। ଦେଶର ବଡ ବ୍ୟାଙ୍କଗୁଡ଼ିକ ଏଫଡି ଉପରେ ବିଶେଷ ହାର ଦେଉଛନ୍ତି। ଏଥିରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଆଇସିଆଇସିଆଇ ଭଳି ବ୍ୟାଙ୍କ ଅନ୍ତର୍ଭୁକ୍ତ।

ଏହା ଛଡ଼ା HDFC, PNB ଏବଂ Axis ସହିତ ଅନେକ ବ୍ୟାଙ୍କ FD ଉପରେ ସୁଧ ହାର ବୃଦ୍ଧି କରିଛନ୍ତି। ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କ FD ଉପରେ କେତେ ସୁଧ ଦେଉଛି।

ଏସବିଆଇ(SBI):

ଇଣ୍ଡିଆର ସର୍ବବୃହତ ବ୍ୟାଙ୍କ ଏସବିଆଇ ୭୫ ଦିନିଆ ଫେଷ୍ଟିଭାଲ ଡିପୋଜିଟ ଯୋଜନା ଆରମ୍ଭ କରିଛି, ଯାହା ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିବ। ଏହା ଅଧୀନରେ ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ଏଫଡି ଉପରେ ୬.୧୦ ପ୍ରତିଶତ ଏବଂ ବରିଷ୍ଠ ନାଗରିକଙ୍କୁ ୬.୫୦ ପ୍ରତିଶତ ସୁଧ ଦେଉଛି।

ବ୍ୟାଙ୍କ ଅଫ୍ ବରୋଦା:

ବ୍ୟାଙ୍କ ବରୋଦା ତିରଙ୍ଗା ଜମା ଯୋଜନା ଆରମ୍ଭ କରିଛି, ଯେଉଁଥିରେ ୪୪ ଦିନର ଏଫଡି ଉପରେ ୫.୭୫ ପ୍ରତିଶତ ସୁଧ ଦିଆଯାଉଛି। ଏଥି ସହିତ, ଏହି ଯୋଜନା ଅଧୀନରେ, ୫୫୫ ଦିନର FD ଉପରେ ୬ ପ୍ରତିଶତ ସୁଧ ଦିଆଯାଉଛି। ଏହି ଯୋଜନା ୨ କୋଟିରୁ କମ୍ ଜମା ପାଇଁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଭାଲିଡ। ତେବେ ବରିଷ୍ଠ ନାଗରିକମାନେ ଏଥିରେ ୦.୫୦ ପ୍ରତିଶତ ଅତିରିକ୍ତ ସୁଧ ପାଇବେ। ଏହା ବ୍ୟତୀତ କାନାଡ଼ା ବ୍ୟାଙ୍କ ୬୬୬ ଦିନର FD ଉପରେ ୬ ପ୍ରତିଶତ ସୁଧ ଦେଉଛି। ଏଥି ସହିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୧,୧୧୧ ଦିନର FD ଉପରେ ୫.୭୫ ପ୍ରତିଶତ ସୁଧ ପ୍ରଦାନ କରୁଛି।

ବହୁ ବେସରକାରୀ ବ୍ୟାଙ୍କ ମଧ୍ୟ ସ୍ଵତନ୍ତ୍ର ସୁଧ ହାର ପ୍ରଦାନ କରୁଛନ୍ତି। HDFC ପ୍ରଦାନ କରୁଛନ୍ତି, ଯାହାକି ସର୍ବ ବୃହତ ଘରୋଇ ବା ପ୍ରାଇଭେଟ୍ ସେକ୍ଟର ବ୍ୟାଙ୍କ। ୫ ବର୍ଷ ୧୦ ଦିନର FD ଉପରେ ୫.୭୫ ପ୍ରତିଶତ ସୁଧ ପ୍ରଦାନ କରୁଛି। ସେହି ସମୟରେ, ଆଇସିଆଇସିଆଇ ସମାନ କାର୍ଯ୍ୟକାଳର ଏଫଡି ଉପରେ ସମାନ ରିଟର୍ଣ୍ଣ ଦେଉଛି। ଆକ୍ସିସ୍ ବ୍ୟାଙ୍କ ୧୭-୧୮ ମାସର FD ଉପରେ ୬.୦୫ ପ୍ରତିଶତ ସୁଧ ଦେଉଛି।

୪ ମାସରେ ଆରବିଆଇ ରେପୋ ହାର ୩ ଥର ବୃଦ୍ଧି କରିଛି:

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ମେ’ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ରେପୋ ହାରକୁ ୧୪୦ ବେସିକ୍ ପଏଣ୍ଟକୁ ବୃଦ୍ଧି କରିଛି। ଅଗଷ୍ଟ ମାସରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରକୁ ୦.୫୦ ପ୍ରତିଶତ ବୃଦ୍ଧି କରିଥିଲା। ବର୍ତ୍ତମାନ ରେପୋ ହାର ୫.୪୦ ପ୍ରତିଶତ ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକରେ ଆରବିଆଇ ଦ୍ୱାରା ରେପୋ ହାରରେ ବୃଦ୍ଧି କରାଯାଇଛି।

KNews Bureau

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

6 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

24 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

26 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago