ରାଜ୍ୟ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଅଘଟଣ: ଚାରି ମହଲାରୁ ଡେଇଁ ପୁଣି ଜଣେ ରୋଗୀଙ୍କ ମୃତ୍ଯୁ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଚାରି ମହଲାରୁ ଡେଇଁ ପୁଣି ଜଣେ ରୋଗୀଙ୍କର ମୃତ ହୋଇଛି । ମୃତ ଜଣକ ପରଜଙ୍ଗ ବ୍ଳକ ଲୋଧଣୀ ଗ୍ରାମର ୫୦ ବର୍ଷୀୟ ଦୁର୍ଯ୍ୟୋଧନ ନାୟକ । ସୂଚନା ଅନୁସାରେ ଗତକାଲି ରାତି ୪ଟା ସମୟରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଘଟଣ ଘଟିଛି।ମୃତକ ଦୁର୍ଯ୍ୟୋଧନ ନାୟକ କଟକର ଏକ ହଷ୍ଟେଲରେ ଦିନ ମଜୁରିଆ ଭାବେ କାମ କରୁଥିଲେ।

ଗତକାଲି ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ ରାତି ପ୍ରାୟ ଦଶଟା ବେଳକୁ କଟକରୁ ତାଙ୍କର ଭଣଜାଙ୍କ ସହ ପରଜଙ୍ଗ ଗାଁକୁ ଫେରୁଥିଲେ।ଅଧା ବାଟରେ ତାଙ୍କର ଦେହ ଅଧିକ ଖରାପ ହେବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।ପରିବାର ଲୋକ ଖବର ପାଇ ଢେଙ୍କାନାଳ ହସ୍ପିଟାଲରେ ପହଞ୍ଚିବା ବେଳକୁ ଦୁର୍ଯ୍ୟୋଧନ ମେଡିକାଲ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରି ସାରିଥିଲେ। କେଉଁ କାରଣ ପାଇଁ ଦୁର୍ଯୋଧନ ହସ୍ପିଟାଲ ଛାତ ଉପରୁ ଡେଇଁଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ହସ୍ପିଟାଲରେ ବେଡ ନମିଳିବା ସୁରକ୍ଷାକର୍ମୀଙ୍କ ଡ୍ୟୁଟିରେ ଅବହେଳା ଓ ସଠିକ ଚିକିତ୍ସା ନମିଳିବାକୁ ଦାୟୀ କରିଛନ୍ତି ପରିବାର ଲୋକ।

ଦୁର୍ଯ୍ୟୋଧନଙ୍କ ମୃତଦେହକୁ ଟାଉନ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ଦେବା ସହ ତଦନ୍ତ ଜାରି ରଖିଛି। ପୂର୍ବରୁ ୨ ଦିନ ତଳେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀ ୫ ମହଲାରୁ ଡେଇଁ ଆମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିଲେ । ଏଠି ପ୍ରଶ୍ନ ଉଠୁଛି ଏଭଳି ଆତ୍ମ ହତ୍ୟା ପାଇଁ ମୁଖ୍ୟ ଚିକିତ୍ସାଳୟ ୫ ମହିଳା କିମ୍ବା ୪ ମହିଳା ରୁ ରୋଗୀ ଖରକା ରୁ ଡେଇଁ ପଡୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଝରକା କାହିଙ୍କି ଗ୍ରୀଲ ଲଗା ଯାଇ ପାରୁ ନାହିଁ ବୋଲି ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

Sonalisa

Recent Posts

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

13 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

20 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

46 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

59 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

1 hour ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago