ବ୍ୟବସାୟ ଓ ଅର୍ଥନୀତି

NPA ପାଇଁ ବ୍ୟାଙ୍କରେ ହେବାକୁ ଯାଉଛି ୧୦ଟି ବଡ଼ ପରିବର୍ତ୍ତନ, ସବୁ ଗ୍ରାହକ ଜାଣିବା ଜରୁରୀ

ବ୍ୟାଙ୍କ ଉପରୁ ଏନ୍‌ପିଏ ଓ ଅନ୍ୟାନ୍ୟ ଖର୍ଚ୍ଚ ବୋଝ ହାଲ୍‌କା କରିବା ପାଇଁ ଆରବିଆଇ କେତେକ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ରିଜର୍ଭ ବ୍ୟାଙ୍କ ତରଫରୁ ନୋଟିଫିକେସନ୍‌ ଜାରି କରାଯାଇ ୩୦ ଜୁନ୍‌,୨୦୨୧ ମଧ୍ୟରେ ପ୍ରୋବେସନ୍‌ ଓ ସମସ୍ୟା ସୃଷ୍ଟି କରୁଥିବା ଋଣକୁ ଚିହ୍ନଟ କରିବାକୁ ଡିଜିଟାଲ ମନ୍ତ୍ର ଦିଆଯାଇଛି। ନିର୍ଦ୍ଦେଶ ଅନୁସାରେ ଋଣ ଓ ନେଣଦେଣ ଅଙ୍କ ସହ ଅନ୍ୟ କେତେକ କ୍ଷେତ୍ରରେ କାମ ସୁଧାରି ହେବ। ତେବେ ଆସନ୍ତୁ ଜାଣିବା ବ୍ୟାଙ୍କରେ ହେବାକୁ ଥିବା ୧୦ ବଡ଼ ପରିବର୍ତ୍ତନ ବିଷୟରେ…

୧.Non Performing Assets(NPA) ଚିହ୍ନଟ ଓ ବର୍ଗୀକରଣ ପାଇଁ ସବୁ ପ୍ରକାରର ଋଣଗ୍ରହୀତାଙ୍କ ଖାତା ଆଇଟି ସିଷ୍ଟମ୍‌ ସହ ସଂଯୋଗ ହେବା ଜରୁରୀ। ଏଥିରେ ଅସ୍ଥାୟୀ ଓଭର ଡ୍ରାଫ୍ଟ ସୁବିଧା ନେଉଥିବା ଖାତାଧାରକ ଓ କ୍ଷେତ୍ର ଏବଂ ତାଙ୍କ ଋଣ ସୀମା ବି ସାମିଲ ଅଛି।

୨.ସିଷ୍ଟମରେ ସମ୍ପତ୍ତି ବର୍ଗୀକରଣ ନିୟମ ଲାଗୁ କରାଯିବ। ଫଳରେ ନିୟାମକୀୟ ନିର୍ଦ୍ଦେଶକୁ ଠିକ୍‌ ଭାବେ ପାଳନ କରାଯାଇପାରିବ।

୩.ଏନ୍‌ପିଏର ହିସାବ ପାଇଁ ମଧ୍ୟ ବିଭିନ୍ନ ସମ୍ପତ୍ତିର ଆକଳନ ସିଷ୍ଟମ୍‌ ଆଧାରିତ ଡାଟାରେ କରାଯିବ। ମଝିରେ ମଝିରେ ବଦଳୁଥିବା ନିୟମକୁ ମଧ୍ୟ ଅଟୋମେଟିକ୍‌ ରୁଟ୍‌ରେ ଲାଗୁ କରିବାକୁ ପଡ଼ିବ।

୪.ଏନ୍‌ପିଏର ଭରଣ ପାଇଁ ଆୟ ଖାତାରୁ ଟଙ୍କା ଦରକାର ଥିଲେ ମାନବୀୟ ହସ୍ତକ୍ଷେପ ବିନା ଅଟୋମେଟିକ୍‌ ଟ୍ରାନ୍ସଫର କରିପାରିବେ।

୫. ବିନା କୌଣସି ମାନବୀୟ ହସ୍ତକ୍ଷେପରେ ବ୍ୟାଙ୍କର ଅଟୋମେଟିକ୍‌ ଟେକ୍ନିକ୍‌ ସିଷ୍ଟମ୍‌ ଖାତାକୁ ମୂଲ୍ୟାଙ୍କନ କରିବ। ଫଳରେ ଶୀଘ୍ର ଏନ୍‌ପିିଏସ୍‌ ବିଷୟରେ ଜଣାପଡ଼ିବ।

୬.ବ୍ୟାଙ୍କକୁ ସମ୍ପତ୍ତି ବର୍ଗୀକରଣର ସଂଖ୍ୟାକୁ ପ୍ରତିଦିନ ଅପ୍‌ଡେଟ୍‌ କରିବାକୁ ପଡ଼ିବ। ଫଳରେ ଦରକାର ପଡ଼ିଲେ ବ୍ୟାଙ୍କ ତାରିଖ ସହ ସବୁ ଅପ୍‌ଡେଟ୍‌ ଦେଇପାରିବ।

୭.ବିଶେଷ ପରିସ୍ଥିତିରେ ଯଦି କୌଣସି ଖାତାର ସର୍ବନିମ୍ନ କିମ୍ବା ସର୍ବାଧିକ ଟଙ୍କାରେ ପରିବର୍ତ୍ତନ ଘଟେ ତାହା କେମିତି ଅପ୍‌ଡେଟ୍‌ ହେବ ସେ ଦାୟିତ୍ୱ ବ୍ୟାଙ୍କର।

୮.ଯଦି କୌଣସି ଜରୁରୀକାଳୀନ ପରିସ୍ଥିତିରେ ସିଷ୍ଟମ୍‌ ବର୍ଗୀକରଣକୁ ଓଭରରାଇଡ୍‌ କରିବା ପାଇଁ ମାନବୀୟ ହସ୍ତକ୍ଷେପ ଦରକାର ପଡ଼େ ତେବେ ଏହାକୁ ଲାଗୁ କରିବା ପାଇଁ କମ୍‌ ସେ କମ୍‌ ଦୁଇଟି ସ୍ତରରେ ଯାଞ୍ଚ ପ୍ରକ୍ରିୟା ବନାଇବାକୁ ପଡ଼ିବ।

୯.କୌଣସି ଜରୁରୀକାଳୀନ ସ୍ଥିତି ପାଇଁ ବ୍ୟାଙ୍କ ଏହି ସୂଚନାକୁ ସର୍ବନିମ୍ନ ତିନି ବର୍ଷ ପାଇଁ ଆକାଉଣ୍ଟ ବନାଇ ରଖିବେ ଓ ଏ ଅବସରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।

୧୦.ବ୍ୟାଙ୍କ ପ୍ରୋବିଜନିଂ ଓ ଏନ୍‌ପିଏ ସହ ଜଡ଼ିତ ସମସ୍ତ ଅଙ୍କ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ ସହ ସେୟାର କରିବେ ଓ ଆବଶ୍ୟକ ପଡ଼ିଲେ ଅଙ୍କ ଯୋଡ଼ି ବି ପାରିବେ।

WCW 11

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

25 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

25 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

32 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

38 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

55 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago