ବ୍ୟବସାୟ ଓ ଅର୍ଥନୀତି

ଖରା ଦିନରେ କୁଲରରୁ ଥଣ୍ଡା ପବନ ଆସୁନାହିଁ? ତେବେ ଏହି ଟିପ୍ସ ମାନିଲେ ପାଇବେ ଏସି ଭଳି ଥଣ୍ଡା ପବନ

ଗ୍ରୀଷ୍ମ ଋତୁ ଆସିଯାଇଛି । ବର୍ତ୍ତମାନ ଲୋକମାନେ ପୁରୁଣା କୁଲର୍ ଓ ଏସି କୁ ପୁଣି ବ୍ୟବହାର କରୁଛନ୍ତି । ତେବେ ଭାରତର ଅଧିକାଂଶ ଲୋକ କୁଲର ବ୍ୟବହାର କରନ୍ତି । ଅନେକ ଲୋକ ଏପରି ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ପୁରୁଣା କୁଲର୍ ବ୍ୟବହାର କରୁଛନ୍ତି । ମରାମତି ପରେ ଲୋକମାନେ ଏହାକୁ ବର୍ଷ ବର୍ଷ ଧରି ବ୍ୟବହାର କରନ୍ତି । ଏମିତି ଅନେକ ଲୋକ ବି ଅଛନ୍ତି ଯେଉଁମାନେ ନିଜ ଘରେ ବର୍ଷ ବର୍ଷ ଧରି କୁଲର ଚଲାଇଆସୁଛନ୍ତି। ଯଦି କେବେ ଖରାପ ହେଲା ତାହେଲେ ସେହି କୁଲରକୁ ସଜାଡି ପୁଣି ବର୍ଷ ପର୍ଷ ଧରି ବ୍ୟବହାର କରୁଛନ୍ତି। ଆପଣ ପ୍ରାୟ ଲୋକଙ୍କ ମୁହଁରୁ ଶୁଣିଥିବେ ଯେ ବହୁତ ରିପାୟର କରିବା ପରେ ବି ସେମାନଙ୍କ କୁଲର ଥଣ୍ଡା ପବନ ଦେଉନାହିଁ। ସବୁ ଚେଷ୍ଟା ପରେ ବାଧ୍ୟ ହୋଇ ନୂଆ କୁଲର ଆଣିବା ପାଇଁ ଇଚ୍ଛା ହୋଇଥାଏ। କିନ୍ତୁ ବଜେଟ କମ୍‌ ଥିବା କାରଣରୁ ପୁରୁଣା କୁଲରକୁ ବ୍ୟବହାର କରିବାକୁ ପଡିଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟାକୁ ଫେସ୍‌ କରୁଛନ୍ତି, ତାହେଲେ ଆପଣଙ୍କୁ ଆମେ ଆଜି ଏ ଭିଡିଓରେ କିଛି ଉପାୟ ଜଣାଇବୁ ଯାହାଦ୍ୱାରା ଆପଣ ପୁରୁଣା କୁଲରରେ ମଧ୍ୟ ଏସି ଭଳି ଥଣ୍ଡା ପବନ ପାଇପାରିବେ।

ସିଧାସଳଖ ଖରାରେ ରଖନ୍ତୁନି କୁଲର୍:
ଲୋକମାନେ ଅନେକ ସମୟରେ ଏହି ଭୁଲ କରିଦିଅନ୍ତି ଯେ, ଯେଉଁଠି ଖରା ପଡୁଥିବ ସେଠାରେ ହିଁ କୁଲରକୁ ରଖିଦିଅନ୍ତୁ। ଏହି ପ୍ଲେସରେ କୁଲର ରହିବା କାରଣରୁ କୁଲରରୁ ଥଣ୍ଡା ପବନ ମିଳେନାହିଁ। ତେଣୁ ସବୁବେଳେ କୁଲରକୁ ଏପରି ଏକ ସ୍ଥାନରେ ରଖନ୍ତୁ ଯେଉଁଠାକୁ ସିଧାସଳଖ ଖରା ପଡୁନଥିବ। ଯଦି ଘରେ ସବୁଆଡକୁ ଖରା ପଡୁଥାଏ ତାହେଲେ ଏମିତି ବ୍ୟବସ୍ଥା କରନ୍ତୁ ଯେମିତି ଖରା ସିଧା ଆସି କୁଲର ଉପରେ ପଡୁନଥିବ।

ଖୋଲା ସ୍ଥାନରେ ରଖନ୍ତୁ କୁଲର୍:
ନୂତନ କିମ୍ବା ପୁରୁଣା କୁଲର ଏହାକୁ ସର୍ବଦା ଏକ ଖୋଲା ସ୍ଥାନରେ ରଖନ୍ତୁ । କୁଲର ନୂଆ ହେଉ ଅବା ପୁରୁଣା, ତାକୁ ସବୁବେଳେ ଖୋଲା ସ୍ଥାନରେ ହିଁ ରଖନ୍ତୁ। ସହଜ ଅର୍ଥରେ କହିବାକୁ ଗଲେ ଫାଙ୍କା ଏରିୟାରେ କୁଲର ଥଣ୍ଡା ପବନ ଦେଇଥାଏ। ଏଥିପାଇଁ କୁଲରକୁ ଝରକା ପାଖରେ ଫିକ୍ସ କରିଦିଅନ୍ତୁ କିମ୍ବା ଜାଲ ଥିବା ଡୋର ପାଖରେ ରଖନ୍ତୁ।

ଭେଣ୍ଟିଲେସନ୍‌ ରହିବା ଜରୁରୀ:
ଯଦି ଆପଣ କୁଲରକୁ ଏମିତି ସ୍ଥାନରେ ରଖିଛନ୍ତି ଯେଉଁଠି ଭେଣ୍ଟିଲେସନ ହେଉନଥିବ ତାହେଲେ କୁଲର ଥଣ୍ଡା ନୁହେଁ ବରଂ ଗୁଳିଗୁଳି ସୃଷ୍ଟି କରାଇବ। କୁଲରକୁ ପର୍ଯ୍ୟାପ୍ତ ଭେଣ୍ଟିଲେସନର ଆବଶ୍ୟକତା ରହିଥାଏ। କୁଲର ଥଣ୍ଡା ପବନ ସେତେବେଳେ ଦେବ ଯେତେବେଳେ ପବନ ରୁମରୁ ବାହାରକୁ ବାହାରିବ।

ବେଣା ବା ଘାସ କୁ ପରିବର୍ତ୍ତନ କରନ୍ତୁ :
ଯଦି ଆପଣ ପୁରୁଣା କୁଲର୍ ବ୍ୟବହାର କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଏହାର ଘାସ ପରିବର୍ତ୍ତନ କରନ୍ତୁ । କୁଲରରେ ଜାଲ ପଛରେ ଥିବା ଘାସରେ ଧୂଳି ଜମା ହୋଇ ପାଣିରେ ଜମା ହୋଇଯାଏ । ଏଭଳି ପରିସ୍ଥିତିରେ ବାୟୁର ରାସ୍ତା ଅବରୋଧ ହୋଇଯାଏ । ଏପରି ପରିସ୍ଥିତିରେ ଘାସକୁ ଅତିକମରେ ଦୁଇଥର ବଦଳାନ୍ତୁ । ମନେରଖନ୍ତୁ, ଘାସ ମଝିରେ ଫାଙ୍କା ରହିବା ଜରୁରୀ ।

କୁଲରରେ ପାଣି କୁ ଚେକ୍:
କୁଲରର ୱାଟର ପମ୍ପରେ ଜଳ ପ୍ରବାହ ସଠିକ୍ ହେବା ଜରୁରୀ । ଯଦି ପମ୍ପକୁ ପାଣି ମିଳୁନାହିଁ ତେବେ କୁଲର ଥଣ୍ଡା ପବନ ଯୋଗାଇବ ନାହିଁ । ପ୍ରାୟତଃ ଦେଖାଯାଏ ଯେ କୁଲରରେ ଥିବା ଜଳ ନିଷ୍କାସନ ହୋଲ୍ ବନ୍ଦ ହୋଇଯାଏ । ଏପରି ପରିସ୍ଥିତିରେ ଘାସ ମଧ୍ୟ ପାଣି ପାଇ ନଥାଏ । ଏହାକୁ ଯାଞ୍ଚ କରନ୍ତୁ ଓ ହୋଲରୁ ଧୂଳି ବାହାର କରନ୍ତୁ ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago