ବ୍ରହ୍ମପୁର(କେନ୍ୟୁଜ୍) : ସରିଲା ମା’ ବୁଢୀ ସାଆନ୍ତାଣୀଙ୍କ ଯାତ୍ରା। ପ୍ରତି ୨ ବର୍ଷରେ ଥରେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥାଏ ମା’ ବୁଢୀ ସାଆନ୍ତାଣୀଙ୍କ ବିଶ୍ୱ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ମା’ ସାଆନ୍ତାଣୀ, ଝିଅ ରୂପେ ବାପ ଘରକୁ ଯାଇଥାନ୍ତି।
ଯାତ୍ରା ଅବସରରେ ମା’ ଗତ ୪ ତାରିଖରେ ବିରାଟ ପଟୁଆରରେ ବାପ ଘରେ ବିଜେ କରିଥିଲେ ମା’। ୨୮ ଦିନ ବାପୀ ଘରେ ଲୀଳା ଖେଳା ସାରି ମା’ ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ କେ ବିରାଟ ପଟୁଆରରେ ଶାଶୂ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମା’ଙ୍କ ଯାତ୍ରା ପାଇଁ ଏବେ ପୁଣି ଅପେକ୍ଷା ଦୁଇ ବର୍ଷକୁ।
ଏଥିପାଇଁ ଗତକାଲି ରାତିରେ ଦେଶୀ ବେହେରା ସାହିରୁ ମୁଖ୍ୟ ମନ୍ଦିର ଯାଏଁ ସୃଷ୍ଟି ହୋଇଥିଲା ଜନସମୁଦ୍ର । ପରମ୍ପରା ଅନୁଯାଇ ଅସ୍ଥାୟୀ ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଦେଶୀ ବେହେରାଙ୍କ ଧର୍ମପତ୍ନୀ ଦେବକୀ ମାଆଙ୍କ ମୁଖ୍ୟ ଘଟକୁ ମଥାରେ ଧାରଣ କରିବା ପରେ ବାହାରିଥିଲା ବିଦାୟ ପଟୁଆର ।
ସାଥୀରେ ଥିଲେ ୮ଟି ପାର୍ଶ୍ୱର ଘଟ । ଆଉ ପଛରେ ହଜାର ହଜାର ମାନସିକଧାରୀ ମହିଳା ମଥାରେ ଘଟ ଧାରଣ କରି ପଟୁଆରରେ ଚାଲିଥିଲେ । ଢୋଲ, ମହୁରୀ, ଚାଙ୍ଗୁ ବାଜାରେ ପ୍ରକମ୍ପିତ ହେଉଥିଲା ପୂରା ପରିବେଶ । ପରଭା ନୃତ୍ୟ ସହ ଘଣ୍ଟ, ମୃଦଙ୍ଗ, ତାଳ ଆଦି ମନ୍ତ୍ରମୁଗ୍ଧ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…