ଏଣିକି ମହଙ୍ଗା ହେବ ଟିଭି ଦେଖିବା ! ହଟିଲା ମାଗଣା ଚ୍ଯାନେଲ୍, ଜାଣନ୍ତୁ ପ୍ରତିମାସରେ କେତେ କରିବେ ଖର୍ଚ୍ଚ

ଏଣିକି ଟିଭି ଦେଖିବା ହେବ ମହଙ୍ଗା । ଆଉ ରହିବନି ମଗଣା ଚ୍ଯାନେଲ୍ । ସମସ୍ତ ମାଗଣା ଚ୍ଯାନେଲ୍ ଏଣିକି ହୋଇଯିବ ପେ ଚ୍ଯାନେଲ୍ । ଯାହା ଫଳରେ ଟିଭି ବେସିକ୍ ପ୍ଯାକେଜ୍ ଦେଖିବା ପାଇଁ ଗ୍ରାହକଙ୍କୁ ଅତିକମରେ ୩୦୦ ରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଦେଶର ପ୍ରମୁଖ ବ୍ରଡକାଷ୍ଟର କମ୍ପାନୀ ଗୁଡିକ ନେଇଛନ୍ତି ଏଭଳି ନିଷ୍ପତ୍ତି । ଯାହା ଟ୍ରାଇ ଆଦେଶର ଠିକ୍ ବିପରିତ ।

ଟାଇକୁ ଚ୍ଯାଲେଞ୍ଜ

୨୭ ଡିସେମ୍ବର ଯାଏଁ ସମସ୍ତ ଡିଟିଏଚ୍ କମ୍ପାନୀକୁ ୧୩୦ ଟଙ୍କାରେ ୧୦୦ଟି ଚ୍ଯାନେଲ୍ ଦେବା ପାଇଁ ଆଦେଶ ଦେଇଥିଲା ଟ୍ରାଇ । ଏଥିରେସେସବୁ ଚ୍ଯାନେଲ୍ ଥିଲା ଯାହାକୁ ଜନତା ଅଧିକ ଦେଖିଥାନ୍ତି । ତେବେ ଟ୍ରାଇର ଏହି ଅଦେଶକୁ ଚ୍ଯାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା ଷ୍ଟାର୍ ଇଣ୍ଡିଆ । ଏହା ଭିତରେ ଅନ୍ଯ ଲୋକପ୍ରିୟ ନେଟୱର୍କ ଯେମିତି ସୋନୀ, ଜି, ଭାୟକମ୍ ୧୮ ଏବଂ ଷ୍ଟାର୍ ନିଜର ସମସ୍ତ ଫ୍ରି ଟୁ ଏୟାର୍ (ଏଫଟିଏ) ଚ୍ଯାନେଲକୁ ପେ ଚ୍ଯାନେଲରେ ପରିବର୍ତ୍ତନ କରିଦେଇଥିଲେ ।

ବେସିକ୍ ପ୍ଯାକେଜରେ ୧୦୦ ଚ୍ଯାନେଲକୁ ସାମିଲ୍ କରିବା ପାଇଁ ନିଷ୍ପତ୍ତି ଟାଇ କରିଥିଲା । କିନ୍ତୁ ଏବେ ସମସ୍ତ ଏଫଟିଏ ଚ୍ଯାନେଲକୁ ପେ ଚ୍ଯାନେଲ୍ କରିସାରିଲେଣି । ଯାହା ଫଛର କାରଣ ରେଭିନ୍ଯୁ ବଢାଇବା ବୋଲି ଯୁକ୍ତି କରିଛନ୍ତି କମ୍ପାନୀ । କାରଣ ମାଗଣାରେ ଚ୍ଯାନେଲ୍ ଗୁଡିକ ଦେଖିବାକୁ ମିଳିଯାଉଥିବାରୁ ଅନ୍ଯ ଚ୍ଯାନେଲ୍ ପାଇଁ ଟଙ୍କା ଖଚ୍ଚର୍ କରୁନାହାଁନ୍ତି ଗ୍ରାହକ ।

ବେସିକ୍ ପ୍ଯାକେଜରେ ଦେଖିପାରିବେ କେବଳ ଦୁରଦର୍ଶନ

ଏବେ ବେସିକ୍ ପ୍ଯାକରେ କେବଳ କେନ୍ଦ୍ର ସରକାରଙ୍କ ଦୁରଦର୍ଶନର ୨୬ ଟି ଚ୍ଯାନେଲ୍ ଗୁଡିକ ଦେଖିବାକୁ ମିଳିବ । ବାକି ଚ୍ଯାନେଲ୍ ଦେଖିବାକୁ ହେଲେ ୪୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏବେ ୧୦୦ଟି ଚ୍ଯାନେଲର ବେସିକ୍ ପ୍ଯାକେଜ୍ ୧୩୦ରୁ ୨୦୦ ଟଙ୍କା ଦେବାକୁ ପଡୁଥିଲା ।

ଏଚଡି ପାଇଁ ବଢିବ ବଜେଟ୍

ଅନ୍ଯପଟେ ଦର୍ଶକ ଯଦି ଏଚଡି ଚ୍ଯାନେଲ୍ ଦେଖିବାକୁ ଚାହିଁବେ ତେବେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏକ ରିପୋର୍ଟ ମୂତାବକ ଏଚଡି ଚ୍ଯାନେଲ୍ ଦେଖିବାକୁ ହେଲେ ପ୍ରତିମାସରେ ଅତିକମରେ ୧୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago