ବ୍ୟବସାୟ ଓ ଅର୍ଥନୀତି

BS6 Honda Grazia 125 ଭାରତରେ ହେଲା ଲଞ୍ଚ, ଜାଣନ୍ତୁ କଣ ରହିଛି ଦାମ, ଫିଚର୍ସ ଏବଂ ଖାସିୟତ୍‌

ହୋଣ୍ଡା ମୋଟରସାଇକେଲ୍ସ ଆଣ୍ଡ ସ୍କୁଟର୍ସ ଇଣ୍ଡିଆ BS6 Honda Grazia 125 ସ୍କୁଟରକୁ ଭାରତରେ ଲଞ୍ଚ କରିଛି। କମ୍ପାନୀ ଏହି ସ୍କୁଟରକୁ ଷ୍ଟାଣ୍ଡାର୍ଡ ଏବଂ ଡିଲକ୍ସ ଭେରିୟଣ୍ଟରେ ବଜାର ପ୍ରବେଶ କରାଇଛି। ଏହାର ଦାମ ୭୩,୯୧୨ ଟଙ୍କାରୁ ୮୦,୯୭୮ ଭିତରେ ରଖାଯାଇଛି। ଏହା ଦିଲ୍ଲୀ ଏକ୍ସ ସୋରୁମର ପ୍ରାଇସ୍‌। ନୂଆ Honda Graziaରେ ଅନେକ ଅପଡେଟସ୍‌ ସହିତ ନୂଆ ଫିଚର୍ସକୁ ମଧ୍ୟ ସାମିଲ କରାଯାଇଛି। କେବଳ ଏତିକି ନୁହେଁ ଏହାର ଡିଜାଇନରେ ମଧ୍ୟ ହାଲକା ପରିବର୍ତ୍ତନ କରାଯାଇଛି।

ଅଧିକ ସାର୍ପ ଲୁକ୍‌

ହୋଣ୍ଡା BS6 ଗ୍ରାଜିଆ ସ୍କୁଟରର ଡିଜାଇନରେ ପରିବର୍ତ୍ତନ କରିଛି ଯାହା ଅଧିକ ସାର୍ପ ଲୁକ୍‌ ଦେଇଥାଏ। ସ୍କୁଟରରେ ଏବେ LED DC ହେଡଲ୍ୟାମ୍ପ ରହିଛି ଯାହା ସ୍ଲିକ ଦେଖାଯାଇଥାଏ। ଏଥିରେ Dio ସ୍କୁଟର ଭଳି DRL LED ଦିଆଯାଇଛି। ସାର୍ପ ଲାଇନ୍ସ ଏବଂ ଏଜ ସହିତ ହ୍ୟାଣ୍ଡେଲବାର କାଉଲକୁ ମଧ୍ୟ ସାମାନ୍ୟ ନୂଆ ଲୁକ୍‌ ଦିଆଯାଇଛି। ସାଇଡ ବଡି ପ୍ୟାନେଲ୍ସ ସାର୍ପ ଦେଖାଯାଇଥାଏ ଏବଂ ସ୍କୁଟରର ଟେଲ ସେକସନ୍‌ ଏବଂ ବ୍ରେକ ଲାଇଟ ଆସେମ୍ବଲୀ ଡିଜାଇନରେ ମଧ୍ୟ ପରିବର୍ତ୍ତନ ହୋଇଛି। ନୂଆ ଗ୍ରାଜିଆ ପାଞ୍ଚଟି କଲର ଅପସନ ଯଥା- ମ୍ୟାଟ, ସାଇବର ୟେଲୋ, ପର୍ଲ ସ୍ପାର୍ଟନ ରେଡ, ପର୍ଲ ସାଇରନ ବ୍ଲୁ ଏବଂ ମ୍ୟାଟ ଆକ୍ସିସ ଗ୍ରେରେ ଉପଲବ୍ଧ ରହିଛି।

ଫିଚର୍ସ

ହୋଣ୍ଡାର ଅନ୍ୟ ସ୍କୁଟର୍ସ ଭଳି BS6 ଗ୍ରାଜିଆରେ ମଧ୍ୟ ପାସ ଲାଇଟ ସ୍ୱିଚ ଏବଂ ଏକ୍ସଟର୍ନାଲ ଫୁଏଲ-କିଲର କ୍ୟାପ ଦିଆଯାଇଛି ଏଥିରେ ଅପଡେଟେଡ ଡିଜିଟାଲ ଇନଷ୍ଟମେଣ୍ଟ କନସୋଲ ରହିଛି, ଯେଉଁଥିରେ ସ୍ପିଡ ଏବଂ ଆରପିଏମ ବ୍ୟତୀତ ଆଭରେଜ ମାଇଲେଜ୍‌, ରିୟଲ ଟାଇମ ମାଇଲେଜ, ଡିସଟାନ୍ସ ଟୁ ଏମ୍ପଟି ଏବଂ ୩ ଷ୍ଟେପ ଇକୋ ଇଣ୍ଡିକେଟର ଭଳି ଫିଚର୍ସ ରହିଛି। ସ୍କୁଟରରେ ଇଞ୍ଜିନ ଷ୍ଟାର୍ଟ-ଷ୍ଟପ ସୁଇଚ ଏବଂ ଇଞ୍ଜିନ କଟ୍‌ ଅଫ୍‌ ସହିତ ସାଇଡ୍‌ ଷ୍ଟାଣ୍ଡ ଭଳି ଫିଚର ମଧ୍ୟ ରହିଛି।

ଅଧିକ ଷ୍ଟୋରେଜ୍‌ ସ୍ପେସ୍‌

ହୋଣ୍ଡା ଦାବି କରିଛି ଯେ ନୂଆ ଗ୍ରାଜିଆରେ ଅଣ୍ଡର ସିଟ ଷ୍ଟୋରେଜ୍‌ ଏବଂ ଗ୍ଲବ ବକ୍ସକୁ ପୁର୍ନବାର ଡିଜାଇନ୍‌ କରାଯାଇଛି। ଯାହାଦ୍ୱାରା ଏଥିରେ ଅଧିକ ଷ୍ଟୋରେଜ ସ୍ପେସ୍‌ ମିଳିବ। ସ୍କୁଟର ୧୨ ଇଞ୍ଚ ଫ୍ରଣ୍ଟ ଅଲୟ ବିଲଜ୍‌ ଏବଂ ୧୦ ଇଞ୍ଚ ରିୟର ଟାୟାର ସହିତ ଆସିଥାଏ। ବ୍ରେକିଂ ବିଷୟରେ କହିବା ତ ଅପଡେଟେଡ୍‌ ଗ୍ରାଜିଆର ଫ୍ରଣ୍ଟରେ ୧୯୦mm ଡିସ୍କ ଏବଂ ରିୟରରେ ୧୩୦mm ଡ୍ରମ ବ୍ରେକ ଦିଆଯାଇଛି। ସ୍କୁଟର CBS ସହିତ ଲେସ୍‌ ରହିଛି। ଅପଡେଟେଡ୍‌ ଗ୍ରାଜିଆରେ ନୂଆ ଟେଲିସ୍କୋପିକ ସସପେନସନ ଦିଆଯାଇଛି, ଯାହାଦ୍ୱାରା ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ ୧୬mm ବଢ଼ିଯାଇଛି।

ଅପଡେଟେଡ୍‌ ଇଞ୍ଜିନ ଏବଂ ଅଧିକ ମାଇଲେଜ୍‌

୨୦୨୦ ହୋଣ୍ଡା ଗ୍ରାଜିଆରେ ବିଏସ୬ କମ୍ପଲାଏଣ୍ଟ ୧୨୪ ସିସି, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ରହିଛି। ଅପଡେଟେଡ୍‌ ଇଞ୍ଜିନ ହୋଣ୍ଡା ଇକୋ ଟେକ୍ନୋଲୋଜି ଏବଂ eSP (ଇନହେଣ୍ଟେଡ ସ୍ମାର୍ଟ ପାଓ୍ଵାର) ସହିତ ଆସିଥାଏ। ଏଥିରେ ଏସିଜି ସହିତ ସାଇଲେଣ୍ଟ ଷ୍ଟାର୍ଟ ଏବଂ ଆଇଡଲିଙ୍ଗ୍‌ ଷ୍ଟପ ସିଷ୍ଟମ ମଧ୍ୟ ଦିଆଯାଇଛି। ଇଞ୍ଜିନ ୮.୧୪ ଏଚପି ପାଓ୍ଵାର ଏବଂ ୧୦.୩ ଏନଏମ ଟର୍କ ଜେନେରେଟ୍‌ କରିଥାଏ। ହୋଣ୍ଡାର ଦାବି ହୋଣ୍ଡାର ଦାବି ମୁତାବକ ପୁରୁଣା ଭର୍ସନର ମାଇଲେଜ ମୁକାବିଲାରେ ଅପଡେଟେଡ୍‌ ଇଞ୍ଜିନର ମାଇଲେଜ୍‌ ୧୩ ପର୍ସେଣ୍ଟରୁ ଅଧିକ ରହିଛି।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

24 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

43 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

51 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago