ବ୍ୟବସାୟ ଓ ଅର୍ଥନୀତି

BSNL ଗ୍ରାହକଙ୍କ ପାଇଁ ଖୁସି ଖବର, ମାଗଣାରେ ମିଳୁଛି ସିମ୍‌ କାର୍ଡ ଜଲଦି ନିଅନ୍ତୁ

bsnl ଗ୍ରାହକଙ୍କ ପାଇଁ ବଡ ଖବର। ଆପଣ ଏହି ଖବର ଶୁଣି ଏକଦମ୍‌ ଖୁସି ହୋଇଯିବେ। ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଏସଏନଏଲ କିଛି ନିୟମ ଏବଂ ସର୍ତ୍ତ ସହିତ ଫ୍ରିରେ ସିମ୍‌ ଦେବାକୁ ଘୋଷଣା କରିଛନ୍ତି। ଏହା ଜରିଆରେ ବିଏସଏନଏଲ ଭାରତରେ ନିଜର କମ୍ପାନୀକୁ ବଢ଼ାଇବାକୁ ଚାହୁଁଥିବାବେଳେ ଏୟାରଟେଲ, ଜିଓ ଏବଂ ଭୋଡାଫୋନ-ଆଇଡିଆ ସମେତ ଅନ୍ୟ ଟେଲିକମ୍‌ କମ୍ପାନୀକୁ ଟକ୍କର ଦେବାକୁ ଚେଷ୍ଟା କରୁଛି।

ବିଏସଏନଏଲ ସବୁ ସିମ କାର୍ଡ ପାଁ ୨୦ ଟଙ୍କା ଚାର୍ଜ କରିଥାଏ, କିନ୍ତୁ ଏବେ ଲିମିଟେଡ ଅଫର ଅନୁଯାୟୀ ଗ୍ରାହକ ୧୪ ନଭେମ୍ବର ରୁ ୨୮ ନଭେମ୍ବର ଭିତରେ ମାଗଣାରେ ବିଏସଏନଏଲ ସିମ କାର୍ଡ ପାଇପାରିବେ। ଏଣ୍ଟ୍ରୀ ଲେବଲ ବ୍ରଡବ୍ୟାଣ୍ଡ ପ୍ଲାନକୁ ଅପଗ୍ରେଡ କରିବା ସହିତ ଫ୍ରୀରେ ସିମ୍‌ ଦେବାକୁ ଘୋଷଣା କରିଛି। ଯାହାଫଳରେ ବିଏସଏନଏଲ ଗ୍ରାହକଙ୍କ ସଂଖ୍ୟା ବଢ଼ିବାର ସମ୍ବାବନା ରଖିଛି କମ୍ପାନୀ।

କଣ କରିବାକୁ ହେବ?

ଆପଣ ଜାଣିଥିବେ ଯେ ସବୁ ଟେଲିକମ୍‌ କମ୍ପାନୀ ଏବେ ନୂଆ ସିମ କାର୍ଡ ବଦଳରେ କିଛି ନା କିଛି ଚାର୍ଜ ନେଇଥାନ୍ତି ଏବଂ ତାକୁ ଏଫଆରସି ଅର୍ଥାତ ଫାର୍ଷ୍ଟ ରିଚାର୍ଜରେ କାଟିନିଅନ୍ତି। ବିଏସଏନଏଲ ଗ୍ରାହକ ଯଦି ଫ୍ରୀରେ ସିମ କାର୍ଡ ନେବାକୁ ଚାହୁଁଛନ୍ତି ତାହେଲେ ସେମାନଙ୍କୁ ପ୍ରଥମେ ୧୦୦ ଟଙ୍କା ଚାର୍ଜ ଦେବାକୁ ହେବ। ସାରା ଦେଶର ବିଏସଏନଏଲ ଗ୍ରାହକ ଏହି ଅଫରର ଫାଇଦା ଉଠାଇପାରିବେ। ବିଏସଏନଏଲ ଗ୍ରାହକ ନିଜର ନିକଟସ୍ଥ ବିଏସଏନଏଲ ଷ୍ଟୋରକୁ ଯାଇ ମାଗଣାରେ ସିମ୍‌ କାର୍ଡ ନେଇପାରିବେ ଏବଂ ମନଇଚ୍ଛା ଏଫଆରସି କରାଇପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆସନ୍ତା ବର୍ଷ ଏମଟିଏନଏଲର ଶେଷ ବର୍ଷ। ଅର୍ଥାତ ଆଗାମୀ ବର୍ଷ ଠାରୁ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ମହାନଗରରେ ମଧ୍ୟ ଏମଟିଏନଏଲ ବଦଳରେ ବିଏସଏନଏଲର ଜଲଓ୍ଵା ଦେଖିବାକୁ ମିଳିବ। କମ୍ପାନୀ ନିଜ ଲୋକପ୍ରିୟତା ବଢ଼ାଇବାକୁ ଯଥାସମ୍ଭବ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ବିଏସଏନଏଲ ଏହି ଫେଷ୍ଟିଭାଲ ସିଜନରେ ନିଜର ସବୁ ସର୍କଲର ଗ୍ରାହକଙ୍କ ପାଇଁ ବଢ଼ିଆ ଅଫର୍ସ ଘୋଷଣା କରିଥିଲା। ଯେଉଁଥିରେ ବିଭିନ୍ନ ପ୍ରକାର ଫାଇଦା ଏବଂ ରିହାତି ବିଷୟରେ କୁହାଯାଇଥିଲା।

Pritiparna

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

2 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

2 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

7 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

29 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

37 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

44 mins ago