ଆଜି ଜନଜାତି ନେତା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ। ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏ ଅବସରରେ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ପ୍ରମୁଖ ଯୋଗଦାନ ଓ ସାମାଜିକ ସଦ୍ଭାବନା ପାଇଁ କରାଯାଇଥିବା ତାଙ୍କ ଚେଷ୍ଟା ଦେଶବାସୀଙ୍କୁ ସବୁବେଳେ ପ୍ରେରିତ କରିବ ବୋଲି ସେ କହିଛନ୍ତି।
ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି-‘ଭଗବାନ ବିର୍ସାମୁଣ୍ଡା ଜୀଙ୍କୁ ତାଙ୍କ ଜୟନ୍ତୀରେ ଶତ ଶତ ପ୍ରଣାମ। ସେ ଗରିବଙ୍କ ପ୍ରକୃତ ଦେବଦୂତ, ଯିଏ ଶୋଷିତ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ପାଇଁ ସାରା ଜୀବନ ସଂଘର୍ଷ କରିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ତାଙ୍କ ଯୋଗଦାନ ଓ ସାମାଜିକ ସଦ୍ଭାବନା ପାଇଁ କରାଯାଇଥିବା ତାଙ୍କ ପ୍ରୟାସ ଦେଶବାସୀଙ୍କୁ ସବୁବେଳେ ପ୍ରେରିତ କରିବ।
ବିର୍ସା ମୁଣ୍ଡା ଇଂରେଜମାନଙ୍କୁ ଚ୍ୟାଲେଞ୍ଜ କରିଥିଲେ ଓ ଜନଜାତି ସମୁଦାୟଙ୍କୁ ତାଙ୍କ ବିପକ୍ଷରେ ଏକଜୁଟ୍ କରିଥିଲେ। ମାତ୍ର ୨୫ ବର୍ଷ ବୟସରେ ତାଙ୍କ ନିଧନ ହୋଇଥିଲା। ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଦିନ ହିଁ ୨୦୦୦ ମସିହାରେ ଝାଡ଼ଖଣ୍ଡର ସ୍ଥାପନା ହୋଇଥିଲା। ଏଥିପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…
ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍ ଏହା ଉପରେ ମୋହର ମାରିଛି । କଂଗ୍ରେସର…
ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା । ବାଚ୍ନିକ ଭୋଟରେ ନିର୍ବାଚିତ ହେଲେ ଓମ୍ ବିର୍ଲା…
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…