ମାତ୍ର ୧୦୧ ଟଙ୍କାରେ ମିଳୁଛି Vivo ସ୍ମାର୍ଟଫୋନ୍, ଜାଣନ୍ତୁ କେମିତି ଉଠାଇବେ ଅଫରର ଫାଇଦା

ନୂଆ ବର୍ଷରେ ନୂଆ ଉପହାର ନିଜର ପ୍ରିୟ ବ୍ୟକ୍ତିଙ୍କୁ ଦେବାକୁ ଚାହୁଁଛନ୍ତି ? ହେଲେ ପକେଟରେ ଟଙ୍କା ନାହିଁ ? ତେବେ ଚିନ୍ତା କରନ୍ତୁ ନାହିଁ । ନୂଆ ବର୍ଷ ଉପଲକ୍ଷେ ସ୍ମାର୍ଟ ଅଫର୍ ଆଣିଛି Vivo  ସ୍ମାର୍ଟଫୋନ୍ । ମାତ୍ର ୧୦୧ ଟଙ୍କାରେ କିଣି ପାରିବେ ନୂଆ ମୋବାଇଲ୍ । ଏଥିପାଇଁ ବଜାଜ୍ ହାତ ମିଳାଇଛି Vivo  । ଏହି ଅଫରର ନାଁ ହେଉଛି New Phone New You । ଏହି ଅଫର୍ ଅନୁଯାୟୀ ମାତ୍ର ୧୦୧ ଟଙ୍କା ଡାଉନ୍ ପେମେଣ୍ଟ ଦେଇ Vivo  ର ନୂଆ ଫୋନ୍ କିଣି ପାରିବେ । ତେବେ ବାକି ଟଙ୍କା ୬ଟି କିସ୍ତିରେ ଦେବାକୁ ପଡିବ । ଏହି ଅଫର୍ ୨୦ ଡିସେମ୍ବରରୁ ଆରମ୍ଭ ହୋଇ ୩୧ ଜାନୁଆରୀ ଯାଏଁ ଚାଲିବ । ଅର୍ଥାତ୍ ଏହି ଅଫରର ବୈଧତା ହେଉଛି ମାତ୍ର ୪୧ ଦିନ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଅଫର ଅନଲାଇନରେ ନୁହେଁ କେବଳ ଅଫଲାଇନରେ ହିଁ ଉପଲବ୍ଧ ଅଛି । ଦେଶର ସମସ୍ତ ଅଥରାଇଜଡ୍‌ ଷ୍ଟୋର୍‌ରେ ଆପଣ Vivo ର ଏହି ଫୋନ୍‌କୁ କିଣିପାରିବେ।

କେମିତି ଉଠାଇବେ ଲାଭ :

ତେବେ ଏହି ନ୍ଯୁ ଫୋନ୍ ନ୍ଯୁ ୟୁ ଅଫରର ଲାଭ କେବଳ ୧୦୦ହଜାର ଏବଂ ତଦୁର୍ଦ୍ଧ ମୂଲ୍ଯର ଫୋନ୍ କିଣିଲେ ହିଁ ଉଠାଇପାରିବେ । ଉଦାହରଣ ସ୍ବରୂପ ଯଦି ଆପଣ ୪୪୯୯୦ଟଙ୍କାର  Vivo NEX କିଣୁଛନ୍ତି ତେବେ ଡାଉନପେମେଂଟ୍ ଭାବରେ ଦେବାକୁ ପଡିବ ମାତ୍ର ୧୦୧ ଟଙ୍କା । ବଳକା ୪୪୮୮୯ ଟଙ୍କା ଆପଣଙ୍କୁ ୬ଟି କିସ୍ତିରେ ଦେବାକୁ ପଡିବ  ।  ଏହି ଅଫର୍  Vivo NEX, Vivo V11, V11 Pro, Y83 Pro ମଡେଲରେ ରହିଛି। ତେବେ ଏହି ସମସ୍ତ ସ୍ମାର୍ଟଫୋନ୍‌ କିଣିବା  ପାଇଁ ଆପଣଙ୍କୁ KYCର ଆବଶ୍ୟକତା ରହିଛି। ଏହା ସହିତ ପାନ୍‌ କାର୍ଡ, ଭୋଟର୍‌ ଆଇଡି ଓ ଆଧାର କାର୍ଡ ମଧ୍ୟ ଜରୁରୀ ଅଟେ।

ଏହା ସହ କମ୍ପାନୀ ଆଉ ଏକ ଦମଦାର ଅଫର୍ ମଧ୍ୟ ଦେଉଛି । HDFC  ବ୍ଯାଙ୍କର କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡରେ ଫୋନ୍ କିଣିଲେ ୫ % ଅତିରିକ୍ତ ରିହାତି ମିଳିବ ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

4 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

23 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

31 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

47 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago