ଏଣିକି ଆପଣଙ୍କ କମ୍ପ୍ୟୁଟରରେ ବି କଡା ନଜର ରଖିବେ ସରକାର, ଯାହା ବି କରିବେ ତୁରନ୍ତ ମିଳିଯିବ ଖବର

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଆପଣଙ୍କ କମ୍ପ୍ୟୁଟର ଉପରେ ନଜର ରଖିବ ସରକାରୀ ସଂସ୍ଥା। ଏନେଇ ୧୦ଟି ସୁରକ୍ଷା ଏଜେନ୍ସିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ଗୃହ ମନ୍ତ୍ରୀଳୟ । ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ସମସ୍ତ ଏହି ସୁରକ୍ଷା ଏଜେନ୍ସିକୁ ବ୍ୟକ୍ତିଗତ କମ୍ପ୍ୟୁଟରରେ ଗଛିତ ଥିବା ଡାଟା ନଜର ରଖିବା ପାଇଁ ଅଧିକାର ଦିଆଯାଇଛି । ସୂଚନା ପ୍ରାଦ୍ୟୋଗିକ ଅଧିନିୟମ ଧାରା ୬୯ ଅନୁଯାୟୀ, ଯଦି ଏହି ଏଜେନ୍ସିକୁ କୌଣସି ସଂସ୍ଥା ବା ବ୍ୟକ୍ତିଙ୍କ ଉପରେ ଦେଶବିରୋଧୀ ଗତିବିଧିରେ ସାମିଲଥ ଥିବାର ସନ୍ଦେହ ହୁଏ ତେବେ ସେମାନେ କମ୍ପ୍ୟୁଟରରେ ଥିବା ଡାଟାର ଯାଂଚ କରିପାରିବେ । ତେବେ ସାଧାରଣ ଜନତା ତଥ୍ୟ ଲୁଚାଇଲେ ବା ତଦନ୍ତରେ ସହଯୋଗ ନ କରିଲେ ସାତ ବର୍ଷ ଜେଲ ଦଣ୍ଡ ମିଳିବ।

ଏହା ସହ ପଢନ୍ତୁ ମାତ୍ର ୧୦୧ ଟଙ୍କାରେ ମିଳୁଛି Vivo ସ୍ମାର୍ଟଫୋନ୍, ଜାଣନ୍ତୁ କେମିତି ଉଠାଇବେ ଅଫରର ଫାଇଦା

ଯାଂଚ କରିବାକୁ ସ୍ୱୀକୃତି ପାଇଥିବା ସଂସ୍ଥା ତାଲିକା

– Intelligence Bureau

– Narcotics Control Bureau

–  Enforcement Directorate

–  Central Board of Direct Taxes

– Directorate of Revenue Intelligence

–  Central Bureau of Investigation

–  National Investigation Agency

–  Cabinet Secretariat (RAW)

–  Directorate of Signal Intelligence (For service areas of Jammu & Kashmir, North-East and Assam only)

–  Commissioner of Police, Delhi.

କମ୍ପ୍ୟୁଟରରେ କଣ ରଖିଥିଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ :

ଏହି ପୁରା ମାମଲା ଦେଶର ସୁରକ୍ଷା ସହିତ ଜଡିତ । ତେଣୁ ଯଦି ଆପଣଙ୍କ କମ୍ପ୍ୟୁଟରରେ ଏମିତି କିଛି ଡାଟା ମିଳେ ଯାହା ଦେଶ ବିରୋଧୀ କିମ୍ବା କୌଣସି ଆଇନ୍ ଉଲଙ୍ଘନ କରୁଥିବା ସାମଗ୍ରୀ ମିଳେ ତେବେ ଆପଣ ସରକାରଙ୍କ ନଜରକୁ ଆସିପାରନ୍ତି । ଆପଣଙ୍କ କମ୍ପ୍ୟୁଟରର ଯାଂଚ ହୋଇପାରେ ଏବଂ ଆପଣ ଗିରଫ ମଧ୍ୟ ହୋଇପାରନ୍ତି ।

କମ୍ପ୍ୟୁଟରରେ ଥିବା ଡାଟା ବ୍ୟତୀତ ଆପଣ କଣ ସର୍ଚ୍ଚ କରୁଛନ୍ତି ତା ଉପରେ ମଧ୍ୟ ଏଜେନ୍ସିଙ୍କ ନଜର ରହିବ । ଏହା ଡ୍ରଗ୍ସ ଏବଂ ସ୍ମଗଲିଙ୍ଗ୍ ଉପରେ ମଧ୍ୟ ନଜର ରଖିବେ ଏ ସମସ୍ତ ଏଜେନ୍ସି ।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

6 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

6 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

24 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

25 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

29 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

51 mins ago