ଆଇଆରଡିଏର ନିର୍ଦ୍ଦେଶ, ଏବେ ବୀମା କମ୍ପାନୀ ଭୂମିକମ୍ପ, ବନ୍ୟା ଓ ଦଙ୍ଗାରେ ନଷ୍ଟ କାର୍‌ ଓ ବାଇକ୍‌ର କ୍ଷତିପୂରଣ ଦେବେ

ଆଇଆରଡିଏର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଗାମୀ ସେପଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ । ଦେଶରେ ଭୂମିକମ୍ପ, ବନ୍ୟା ଓ ଦଙ୍ଗାରେ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହେଉଥିବା କାର୍‌ ଓ ବାଇକ୍‌ ବାବଦରେ କ୍ଷତିପୂରଣ ମିଳିବ । ଆଇଆରଡିଏ ଏ ନେଇ ସମସ୍ତ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ।
ପୂର୍ବରୁ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ଦଙ୍ଗା ଭଳି ଘଟଣାରେ କାର୍‌ ଓ ବାଇକ୍‌ ନଷ୍ଟ ହେଲେ କ୍ଷତିପୂରଣ ମିଳୁ ନଥିଲା । ଏବେ ଏହି ନୂଆ ନିୟମ ଗ୍ରାହକମାନଙ୍କୁ ବଡ଼ ଆଶ୍ୱସ୍ତି ଆଣିଦେବ । ଏହାକୁ ‘ଓନ୍‌ ଡ୍ୟାମେଜ୍‌’ ପଲିସୀ ଭାବେ ନାଁ ଦିଆଯାଇଛି । ଏଥିରେ ଥାର୍ଡ଼ ପାର୍ଟି ଇନସ୍ୟୁରାନ୍ସ ମଧ୍ୟ ରହିବ । ଏହି ନୂଆ ବୀମା ପଲିସୀ ଆଗାମୀ ସେପଟେମ୍ବର ୧ ତାରିଖରୁ ଲାଗୁ ହେବ ବୋଲି ସୂଚନା ମିଳିଛି ।

KNews Bureau

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

9 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

10 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

24 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

25 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago