କାର୍‌, ବାଇକ୍‌ ଓ ସାମଗ୍ରୀ ପରିବହନ କରୁଥିବା ଯାନଗୁଡ଼ିକର ତୃତୀୟ ପକ୍ଷ ବୀମା ପ୍ରିମିୟମ ବଢ଼ିବ

ନୂଆଦିଲ୍ଲୀ: କାର୍‌, ବାଇକ୍‌, ସ୍କୁଟର ଓ ସାମଗ୍ରୀ ପରିବହନ କରୁଥିବା ଯାନଗୁଡ଼ିକର ତୃତୀୟ ପକ୍ଷ ବୀମା ପ୍ରିମିୟମ ବଢ଼ାଇବା ଉପରେ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତୃପକ୍ଷ ବା ଆଇଆରଡିଏଆଇ ବିଚାର କରୁଛନ୍ତି। ଚଳିତ ଆର୍ଥିକ ବର୍ଷରୁ ଏହି ପ୍ରିମିୟମ ବଢ଼ାଇବା ପାଇଁ ଆଇଆର୍‌ଡିଏଆଇ ପ୍ରସ୍ତାବ ଦେଇଛି।

୧୦୦୦ ସିସିରୁ କମ୍ ଇଞ୍ଜିନ କ୍ଷମତା ବିଶିଷ୍ଟ କାର୍‌ର ତୃତୀୟ ପକ୍ଷ ବୀମା ପ୍ରିମିୟମ ରାଶି ଏବେ ୧୮୫୦ ଟଙ୍କା ରହିଛି। ତାହାକୁ ୨୧୨୦ ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ୧୦୦୦-୧୫୦୦ ସିସି  କାର୍‌ ପାଇଁ ପ୍ରିମିୟମ ରାଶିକୁ ୨୮୬୩ ଟଙ୍କାରୁ ବଢ଼ାଇ ୩୩୦୦ ଟଙ୍କା କରାଯିବ। ୧୫୦୦ ସିସିରୁ ଅଧିକ ଲକ୍‌ଜୁରି କାର୍‌ ପାଇଁ ପ୍ରିମିୟମରେ କୌଣସି ପ୍ରକାର ବୃଦ୍ଧି କରାଯିବ ନାହିଁ ବୋଲି ଜଣାପଡିଛି।

ଆଇଆର୍‌ଡିଏଆଇର ପ୍ରସ୍ତାବ ଅନୁସାରେ, ୭୫ ସିସିରୁ କମ୍‌ କ୍ଷମତା ବିଶିଷ୍ଟ ଦୁଇ ଚକିଆର ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌କୁ ୪୭୨ ଟଙ୍କାକୁ ବଢ଼ାଇ ୪୮୨ ଟଙ୍କା କରାଯିବ। ୭୫-୩୫୦ ସିସି ଭିତରେ ଥିବା ଦୁଇ ଚକିଆ ଗାଡ଼ିଗୁଡ଼ିକର ବୀମା ପ୍ରିମିୟମ ବଢ଼ାଇବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ୩୫୦ ସିସିରୁ ଅଧିକ ଇଞ୍ଜିନ କ୍ଷମତାର ଦୁଇଚକିଆ ବୀମା ପ୍ରିମିୟମରେ କୌଣସି ପରିବର୍ତ୍ତନ କରାଯିବ ନାହିଁ।

ସ୍କୁଲ୍‌ ବସ୍ କ୍ଷେତ୍ରରେ ପ୍ରିମିୟମ ବଢ଼ିବାର ସମ୍ଭାବନା ରହିଛି। ଟାକ୍ସି, ବସ୍, ଟ୍ରକ୍ ଓ ଟ୍ରାକ୍ଟର ବୀମା ପ୍ରିମିୟବ ବଢ଼ାଇବାର ପ୍ରସ୍ତା‌ବ ରହିଛି। ଆଇଆର୍‌ଡିଏଆଇ ପକ୍ଷରୁ କୁହାଯାଇଛି ଯେ, ଇନ୍‌ସ୍ୟୁରାନ୍ସ ଇନ୍‌ଫର୍ମେସନ୍ ବ୍ୟୁରୋ ଅଫ୍‌ ଇଣ୍ଡିଆରୁ ମିଳିଥିବା ସୂଚନା ଆଧାରରେ ପ୍ରିମିୟମ୍‌ ରାଶିରେ ହେବାକୁ ଥିବା ବୃଦ୍ଧିର ହିସାବ କରାଯାଇଛି।

ନୂଆ କାର୍‌ ପାଇଁ ୩ ବର୍ଷ ଓ ନୂଆ ଦୁଇଚକିଆ ପାଇଁ ୫ ବର୍ଷର ଏକକାଳୀନ ବୀମା ପ୍ରିମିୟମ୍ ହାରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଘରୋଇ ବ୍ୟବହାର ପାଇଁ କିଣା ହେଉଥିବା ଇଲେକ୍ଟ୍ରିକ୍ କାର୍ ଓ ଦୁଇ ଚକିଆ ଯାନର ତୃତୀୟ ପକ୍ଷ ବୀମା ପ୍ରିମିୟମ ଉପରେ ୧୫% ରିହାତି ପ୍ରଦାନ କରିବାକୁ ଆଇଆର୍‌ଡିଏଆଇ ପ୍ରସ୍ତାବ ଦେଇଛି। ଇ-ରିକ୍ସାର ପ୍ରିମିୟମ ମଧ୍ୟ ବଢ଼ିବ ନାହିଁ।

Sonalisa

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago