ବ୍ୟବସାୟ ଓ ଅର୍ଥନୀତି

ଖୁସି ଖବର, ମୋରାଟୋରିୟମ ସୁଧ ଉପରେ ସୁଧ ଛାଡ କଲେ ସରକାର

ଲକଡାଉନ ସମୟରେ ଲୋକଙ୍କ ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖି ଆରବିଆଇ ଲୋକଙ୍କୁ ମୋରାଟୋରିୟମ ଅର୍ଥାତ ସୁଧ ଉପରେ ସୁଧ ତିନି ମାସ ପର୍ଯ୍ୟନ୍ତ ଛାଡ କରିଥିଲେ । ଏହାପରେ ଏହାର ଅବଧିକୁ ଆହୁରି ୩ମାସ ଅର୍ଥାତ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଢାଯାଇଥିଲା । ଆରବିଆଇର ସର୍ତ୍ତନୁସାରେ ଲୋନର କିସ୍ତି ୬ ମାସ ପର୍ଯ୍ୟନ୍ତ ପରିଶୋଧ ନକଲେ ଏହାକୁ ଡିଫଲ୍ଟ ଲୋନ ଭାବରେ ବିବେଚିତ କରାଯିବ ନାହିଁ । ଏହା ସହିତ ମୋରାଟୋରିୟମର ସୁବିଧା ଶେଷ ହେବାପରେ ଗତ ମାସର ସୁଧ ଉପରେ ଅତିରିକ୍ତ ସୁଧ ଦେବାକୁ ପଡିବ । ଯଦି ଆପଣ ୬ଲକ୍ଷ ଟଙ୍କାର ଅଟୋଲୋନ ଉପରେ ମୋରାଟୋରିୟମର ସୁବିଧା ନେଇଛନ୍ତି ତେବେ ଆପଣଙ୍କର ୫୪ ମାସର କିସ୍ତି ବାକି ରହିଯିବ । ଏହାସହିତ ଆପଣଙ୍କ ଅତିରିକ୍ତ ସୁଧ ପ୍ରାୟ ୩୬୦୦୦ ଟଙ୍କା ପର୍ଯ୍ୟନ୍ତ ଆସିବ ଯାହା ୩ ମାସର ଇଏମଆଇ ସହିତ ସମାନ ।

ହୋମ ଲୋନ ପ୍ରସଙ୍ଗ:

ଯଦି ଆପଣ ଏସବିଆଇରୁ ୩୦ ଲକ୍ଷ ଟଙ୍କରା ହୋମ ଲୋନ ଉପରେ ୬ମାସ ମୋରେଟୋରିୟମର ସୁବିଧା ନିଅନ୍ତି ତେବେ ଲୋନକୁ ସୁଝିବା ପାଇଁ ଆପଣଙ୍କୁ ୧୫ ବର୍ଷ ସମୟ ମିଳିବ। ଏହାସହିତ ମୋରେଟରିୟମର ସୁବିଧା ହେତୁ ଆପଣଙ୍କୁ ଅତିରିକ୍ତ ୪.୫ ଲକ୍ଷ ଟଙ୍କାର ସୁଧ ଭରଣ କରିବାକୁ ହେବ ଯାହା ୧୬ଟି ଇଏମଆଇ ସହିତ ସମାନ।

ଲୋନକୁ ମିଳିବ କିଛିଟା ରିଲିଫ:

ସରକାରଙ୍କ ନିର୍ଦ୍ଦେଶ ପରେ ବ୍ୟାଙ୍କ ଲୋନ ଉପରେ ଲାଗୁ କରିଥିବା ଅତିରିକ୍ତ ସୁଧ ଉପରେ ସରକାର ରିହାତି ପ୍ରଦାନ କରିଛନ୍ତି । ଏମଏସଏମଇ, ଶିକ୍ଷା, ଗୃହ, ଗ୍ରାହକ ଏବଂ ଅଟୋ ଲୋନ ଉପରେ ଲାଗୁ ହୋଇଥିବା ସୁଧରେ କିଛିଟା ଛାଡ କରିବା ପାଇଁ ସୁପ୍ରିମ କୋର୍ଟଙ୍କ ନିକଟରେ କେନ୍ଦ୍ର ସରକାର ଏକ ଆଫିଡେଭିଟ ଦାଖିଲ କରିଛନ୍ତି ।

ସୁପ୍ରିମକୋର୍ଟ ଏକ କଠୋର ମନ୍ତବ୍ୟ ଦେଇଛନ୍ତି:

କହିରଖିବା ଉଚିତ ହେବକି, ଗତ ଅଗଷ୍ଟ ମାସରେ ସୁପ୍ରିମ କୋର୍ଟ ମୋରେଟୋରିୟମକୁ ନେଇ କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଥିଲେ । ସେସମୟରେ କୋର୍ଟ କହିଥିଲେକି ରିଜର୍ଭ ବ୍ୟାଙ୍କକୁ ଢାଲ କରି ନିଜ ଦୋଷ ମୁକୁଳେଇବା ପାଇଁ ଚେଷ୍ଟା କରନାହିଁ ବୋଲି କୋର୍ଟ ସରକାରଙ୍କୁ କହିଥିଲେ ।କେବଳ ବ୍ୟାପାରକୁ ଆଖି ଆଗରେ ରଖି ଆପଣ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ । ସାଧାରଣ ଲୋକଙ୍କ ସୁବିଧା ଅସୁବିଧାକୁ ବି ଗୁରୁତ୍ୱ ଦେବା ଉଚିତ । ଲୋନ ମୋରେଟୋରିୟମକୁ ନେଇ ସୁପ୍ରିମ କୋର୍ଟରେ ଜଚିକା ଦାଖଲ ହୋଇଥିବା ବେଳେ ଏବାବଦରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ ସୁପ୍ରିମ କୋର୍ଟ ।

KNews Bureau

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

7 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

36 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

55 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago