ଭୁବନେଶ୍ବର: ସେସୁର ଆର୍ଥିକ ଅବସ୍ଥା ଭଲନାହିଁ । ଭଲ ସେବା ଦେବା ପାଇଁ ଚେଷ୍ଟା କରାଯାଉଛି । ହେଲେ ବିଫଳ ହେଉଛୁ । କାରଣ ବର୍ଷ ବର୍ଷ ଧରି ବିଜୁଳି ଦେୟ ଦେଉନହାନ୍ତି ଲୋକ ଏ କଥା କହିଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ସାରା ରାଜ୍ୟରେ ୧୯୭୧ କୋଟି ଟଙ୍କା ବକେୟା ରହିଛି । ୫୮ ହଜାର ଉପଭୋକ୍ତାଙ୍କ ଉପରେ ୫୦ ହଜାର ଟଙ୍କାରୁ ଅଧିକ ବାକି ପଡିଛି ।
ଲକ୍ଷେରୁ ଅଧିକ ଉପଭୋକ୍ତା ଗତ ଦୁଇବର୍ଷ ହେଲା ବିଜୁଳି ବିଲ ଦେଇନାହାନ୍ତି । ଏ ବାବଦରେ ୩୯୪ କୋଟି ବାକି ରହିଛି । ଘରୋଇ ଉପଭୋକ୍ତା ୯୨ ପ୍ରତିଶତ ୧୦୨୩ କୋଟି ବାକି ରଖିଛନ୍ତି । ୭.୧ ପ୍ରତିଶତ ବାଣିଜ୍ୟିକ ଉପଭୋକ୍ତାଙ୍କ ଉପରେ ୧୦୮ କୋଟି ଟଙ୍କା ବାକି ରହିଛି । ଦେୟ ଦେବାକୁ ଚାହିଁଲେ ୬ଟି ଇନଷ୍ଟାଲମେଣ୍ଟରେ ଦେଇପାରିବେ । ଏଥିପାଇଁ ଆବେଦନ କରିବାକୁ ପଡିବ । ସେସୁରେ ୭ଲକ୍ଷ ଉପଭୋକ୍ତା ଅଛନ୍ତି ।
ବକେୟା ଥିବା ୨୯୦ କୋଟି ଉପରେ ବିବାଦ ରହିଛି । ଜାନୁଆରୀ ୧୫ ସୁଦ୍ଧା ବିଲ ନଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ୧୫ ତାରିଖରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବ । ପଇଠ କରିନଥିବା ଉପଭୋକ୍ତାଙ୍କ ବିଜୁଳି କଟାଯିବ ବୋଲି ସେ କହିଛନ୍ତି । ୧୬ ସେହିଭଳି ଟାଟା ପାଓ୍ଵାରକୁ ସେସୁ ବିକ୍ରି ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ଟାଟା ପାଓ୍ଵାର ସେସୁ କିଣିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଅରୁଣ ବୋଥ୍ରା ।
ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…
ଭୁବନେଶ୍ୱର(କେନ୍ୟୁଜ୍): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…
ଭୁବନେଶ୍ୱର(କେନ୍ୟୁଜ୍): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ। ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍। ଦୁଇ ଉପମୁଖ୍ୟମନ୍ତ୍ରୀ। ୮ କ୍ୟାବିନେଟ…
ଭୁବନେଶ୍ୱର(କେନ୍ୟୁଜ୍): ମୁହଁରେ ସେହି ସବୁବେଳର ଭାବ । ବିଜେପି ସରକାରଙ୍କ ଶପଥ ଗ୍ରହଣ ମଞ୍ଚରେ ସେମିତି ଅବିଚଳିତ ଥିଲେ ନବୀନ…
ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହା ସମସ୍ତ କାମ ପାଇଁ ବେଶ୍ ଲାଭଦାୟକ ହୋଇଥାଏ…
ବିହାରର ଗୋପାଳଗଞ୍ଜରେ ଓଟ ଚୋରା ଚାଲାଣ କରୁଥିବା ଏକ ବଡ଼ ର୍ୟାକେଟ୍ ଧରାପଡ଼ିଛି । ପୋଲିସ ଏଠାରେ ଚଢ଼ାଉ କରି…