ଭଲନାହିଁ ସେସୁର ଆର୍ଥିକ ଅବସ୍ଥା, କାରଣ ବର୍ଷ ବର୍ଷ ଧରି ବିଜୁଳି ଦେୟ ଦେଉନହାନ୍ତି ଲୋକେ : ଅରୁଣ ବୋଥ୍ରା

ଭୁବନେଶ୍ବର: ସେସୁର ଆର୍ଥିକ ଅବସ୍ଥା ଭଲନାହିଁ । ଭଲ ସେବା ଦେବା ପାଇଁ ଚେଷ୍ଟା କରାଯାଉଛି । ହେଲେ ବିଫଳ ହେଉଛୁ । କାରଣ ବର୍ଷ ବର୍ଷ ଧରି ବିଜୁଳି ଦେୟ ଦେଉନହାନ୍ତି ଲୋକ ଏ କଥା କହିଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ସାରା ରାଜ୍ୟରେ ୧୯୭୧ କୋଟି ଟଙ୍କା ବକେୟା ରହିଛି । ୫୮ ହଜାର ଉପଭୋକ୍ତାଙ୍କ ଉପରେ ୫୦ ହଜାର ଟଙ୍କାରୁ ଅଧିକ ବାକି ପଡିଛି ।

ଲକ୍ଷେରୁ ଅଧିକ ଉପଭୋକ୍ତା ଗତ ଦୁଇବର୍ଷ ହେଲା ବିଜୁଳି ବିଲ ଦେଇନାହାନ୍ତି । ଏ ବାବଦରେ ୩୯୪ କୋଟି ବାକି ରହିଛି । ଘରୋଇ ଉପଭୋକ୍ତା ୯୨ ପ୍ରତିଶତ ୧୦୨୩ କୋଟି ବାକି ରଖିଛନ୍ତି । ୭.୧ ପ୍ରତିଶତ ବାଣିଜ୍ୟିକ ଉପଭୋକ୍ତାଙ୍କ ଉପରେ ୧୦୮ କୋଟି ଟଙ୍କା ବାକି ରହିଛି । ଦେୟ ଦେବାକୁ ଚାହିଁଲେ ୬ଟି ଇନଷ୍ଟାଲମେଣ୍ଟରେ ଦେଇପାରିବେ । ଏଥିପାଇଁ ଆବେଦନ କରିବାକୁ ପଡିବ । ସେସୁରେ ୭ଲକ୍ଷ ଉପଭୋକ୍ତା ଅଛନ୍ତି ।

ବକେୟା ଥିବା ୨୯୦ କୋଟି ଉପରେ ବିବାଦ ରହିଛି । ଜାନୁଆରୀ ୧୫ ସୁଦ୍ଧା ବିଲ ନଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ୧୫ ତାରିଖରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହେବ । ପଇଠ କରିନଥିବା ଉପଭୋକ୍ତାଙ୍କ ବିଜୁଳି କଟାଯିବ ବୋଲି ସେ କହିଛନ୍ତି । ୧୬ ସେହିଭଳି ଟାଟା ପାଓ୍ଵାରକୁ ସେସୁ ବିକ୍ରି ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ଟାଟା ପାଓ୍ଵାର ସେସୁ କିଣିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଅରୁଣ ବୋଥ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.