ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ମୂଲ୍ୟବାନ କାଗଜପତ୍ର ସହ ଗାଡ଼ି ଜଳିପୋଡ଼ି ପାଉଁଶ

କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ବଡ଼ବିଲ ଥାନା କିରିବୁରୁ ଛକରେ ଥିବା କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ଭୟାବହ ଅଗ୍ନିକାଣ୍ଡରେ ମୂଲ୍ୟବାନ କାଗଜପତ୍ର ସହ, ଜବତ ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ।

ଆନନ୍ଦପୁର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ବଡ଼ବିଲ ଥାନା କିରିବୁରୁ ଛକରେ ଥିବା କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି ।  ଏହି ଭୟାବହ ଅଗ୍ନିକାଣ୍ଡରେ ମୂଲ୍ୟବାନ କାଗଜପତ୍ର ସହ, ଜବତ ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିରିବୁରୁ ଛକ ସ୍ଥିତ ଅବକାରୀ କାର୍ଯ୍ୟାଳୟରେ ନିଆଁ ଲାଗି ଯାଇଥିଲା ।  ଅଗ୍ନିକାଣ୍ଡ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.