Below header

ମାଲକାନଗିିରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ସାମିଲ ହେଲେ ୫ ହଜାରରୁ ଅଧିକ ମହିଳା ଓ ପୁରୁଷ

ମାଲକାନଗିିରି: ମାଲକାନଗିିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ଓରାପଦରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଶତାଧିକ ଲୋକ ନ୍ୟାଯ୍ୟ ଦାବି ପାଇଁ ମେଳି ବାନ୍ଧିଛନ୍ତି । ସାମିଲ ହୋଇଥିଲେ ୫ ହଜାରରୁ ଅଧିକ ମହିଳା ଓ ପୁରୁଷ। ସ୍ୱାଭିମାନ ଅଞ୍ଚଳର ବନ୍ୟା ବିପନ୍ନଙ୍କୁ ଆନ୍ଧ୍ରର ଲୋକମାନେ ମାଗଣାରେ ଖାଦ୍ୟଶସ୍ୟ ବାଣ୍ଟିଛନ୍ତି । ଚିତ୍ରକୋଣ୍ଡା ଜଳଭଣ୍ଡାର ଦ୍ୱାରା ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ଯୋଗୁ ନଷ୍ଟ ହୋଇଥିଲେ ମଧ୍ୟ ସେମାନଙ୍କୁ କ୍ଷତିପୂରଣ ମିଳିପାରିନାହିଁ । ଏହାର ଫାଇଦା ନେଇ ଆନ୍ଧ୍ରର ଆଦିବାସୀ ହଜାର ହଜାର ବସ୍ତା ଧାନ, ମାଣ୍ଡିଆ ଆଦି ଖାଦ୍ୟଶସ୍ୟ ସ୍ୱାଭିମାନ ଅଞ୍ଚଳର ଲୋକଙ୍କୁ ଯୋଗାଇ ଆନ୍ଧ୍ରରେ ମିଶିବା ପାଇଁ ଲୋଭ ଦେଖାଇଛନ୍ତି । ଅଞ୍ଚଳ ପ୍ରତି ପ୍ରଶାସନ କିମ୍ବା ସରକାରଙ୍କ ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି। ଓଡ଼ିଶା ସରକାର ସ୍ୱାଭିମାନ ଅଞ୍ଚଳର ଦୁଃଖ ନବୁଝିଲେ ବାଧ୍ୟ ହୋଇ ଆନ୍ଧ୍ରରେ ମିଶିବେ ବୋଲି ଅଂଚଳବାସୀ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.