୨୨ରେ ଭାରତ ୱେଷ୍ଟ ଇଣ୍ଡିଜ ଦିିନିକିଆ, ଅଫଲାଇନରେ ନଗଦ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ କିଣିଲେ ପ୍ରଥମ ଟିକେଟ

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀରେ ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ ଦିିନିକିଆ କ୍ରିକେଟ ମ୍ୟାଚ୍‌। ଏଥିପାଇଁ ଅଫ୍‌ଲାଇନରେ ପ୍ରଥମ ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନଗଦ ଟଙ୍କା ବି ଦେଇଥିଲେ। ଲୋକସେବା ଭବନରେ ଏହି ଟିକେଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ଓସିଏ କର୍ମକର୍ତ୍ତା । ୬୦୦ ଟଙ୍କା ଟିକେଟ ସହ ୧୮ ପ୍ରତିଶତ ଟେକ୍ସ ଦେଇ ମୋଟ ୭୦୮ ଟଙ୍କା ଦେଇ ଟିକେଟ କଣିଛନ୍ତି । ଅନ୍‌ଲାଇନରେ ଟିକେଟ ବିକ୍ରି ସରିଥିବା ବେଳେ ୧୯ ତାରିଖରୁ କାଉଣ୍ଟରରେ ଉପଲବ୍ଧ ହେବ ଟିକେଟ୍‌। ପୂର୍ବରୁ ୨୦୧୮ ହକି ବିଶ୍ୱକପ ପାଇଁ ବି ପ୍ରଥମ ଟିକଟ୍‌ କିଣିଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୨ରେ ହେବ ଭାରତ-ୱେଷ୍ଟ ଇଣ୍ଡିଜ୍‌ ମୁକାବିଲା ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.