ବ୍ୟବସାୟ ଓ ଅର୍ଥନୀତି

ସରକାରୀ ଚାକିରିରେ ନିଯୁକ୍ତି ପାଇବାକୁ ଇଛା ରଖିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର, ନୂତନ ବର୍ଷରୁ ଅନଲାଇନ୍‌ ରେ ହେବ CET ପରୀକ୍ଷା

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ୨୧୨୧ ବର୍ଷରେ କମନ୍‌ ଏଲିଜିବିଲିଟି ଟେଷ୍ଟ (CET) ଅନଲାଇନ୍‌ ଆୟୋଜିତ ହେବ। କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସମ୍ପର୍କରେ ସୂଚନା ପ୍ରକାଶ କରିଛନ୍ତି। ଏନେଇ ଆସନ୍ତା ବର୍ଷ ଠାରୁ ସିଇଟି ପରୀକ୍ଷା ଅନଲାଇନ୍‌ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

ଜିତେନ୍ଦ୍ର ସିଂହ କହିଛନ୍ତି, କମନ୍‌ ଏଲିଜିବିଲିଟି ଟେଷ୍ଟ କରିବା ପାଇଁ ନ୍ୟାସନାଲ ରିକ୍ରୁଟମେଣ୍‌ଟ ଏଜେନ୍ସି (NRA) ର ଗଠନ କେନ୍ଦ୍ରିୟ ମନ୍ତ୍ରିମଣ୍ଡଳର ମଞ୍ଜୁରୀ ସହ କରାଯାଇଛି। ଏନଆରଏ ଏକ ମଲ୍ଟି-ଏଜେନ୍ସି ବଡି ହେବ, ଯାହା ଗ୍ରୁପ-ବି ଏବଂ ସି ପଦ ପାଇଁ ଆବେଦନକାରୀଙ୍କ ସ୍କ୍ରିନିଂ ଏବଂ ସର୍ଟଲିଷ୍ଟ ପରୀକ୍ଷା ଆୟୋଜିତ କରିବ।

ଏଥିସହ ଏହା ଜରିଆରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ପରୀକ୍ଷା କେନ୍ଦ୍ର ହେବ। ସିଇଟି ପରୀକ୍ଷା ଅନଲାଇନ୍‌ କରିବାର ଉଦେଶ୍ୟ ହେଉଛି ପ୍ରତ୍ୟେକ ଆବେଦନକାରୀଙ୍କୁ ସମାନ ଅବସର ପ୍ରଦାନ କରିବା। ଏଥିସହ କର୍ମଚାରୀ ଚୟନ ଆୟୋଗ, ଟେଷ୍ଟ ସିଲେକ୍ସନ୍‌ ବୋର୍ଡ ଏବଂ ଇଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଂ ପର୍ସନାଲ ଭଳି କେନ୍ଦ୍ରିୟ ନିଯୁକ୍ତି ଏଜେନ୍ସି ନିଜର ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ଜାରି କରିବେ। ସିଇଟି କେବଳ ଚାକିରି ପାଇଁ ଆବେଦନକାରୀୀଙ୍କ ପ୍ରାରମ୍ଭିକ ଯାଞ୍ଚ ପାଇଁ ହେବ, ଯାହାର ସ୍କୋର ରେଜଲ୍ଟ ଜାରି ହେବାର ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରହିବ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

3 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

6 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

12 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

21 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

21 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

39 mins ago