ସରକାରୀ ଚାକିରିରେ ନିଯୁକ୍ତି ପାଇବାକୁ ଇଛା ରଖିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର, ନୂତନ ବର୍ଷରୁ ଅନଲାଇନ୍‌ ରେ ହେବ CET ପରୀକ୍ଷା

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ୨୧୨୧ ବର୍ଷରେ କମନ୍‌ ଏଲିଜିବିଲିଟି ଟେଷ୍ଟ (CET) ଅନଲାଇନ୍‌ ଆୟୋଜିତ ହେବ। କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସମ୍ପର୍କରେ ସୂଚନା ପ୍ରକାଶ କରିଛନ୍ତି। ଏନେଇ ଆସନ୍ତା ବର୍ଷ ଠାରୁ ସିଇଟି ପରୀକ୍ଷା ଅନଲାଇନ୍‌ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି।

jobଜିତେନ୍ଦ୍ର ସିଂହ କହିଛନ୍ତି, କମନ୍‌ ଏଲିଜିବିଲିଟି ଟେଷ୍ଟ କରିବା ପାଇଁ ନ୍ୟାସନାଲ ରିକ୍ରୁଟମେଣ୍‌ଟ ଏଜେନ୍ସି (NRA) ର ଗଠନ କେନ୍ଦ୍ରିୟ ମନ୍ତ୍ରିମଣ୍ଡଳର ମଞ୍ଜୁରୀ ସହ କରାଯାଇଛି। ଏନଆରଏ ଏକ ମଲ୍ଟି-ଏଜେନ୍ସି ବଡି ହେବ, ଯାହା ଗ୍ରୁପ-ବି ଏବଂ ସି ପଦ ପାଇଁ ଆବେଦନକାରୀଙ୍କ ସ୍କ୍ରିନିଂ ଏବଂ ସର୍ଟଲିଷ୍ଟ ପରୀକ୍ଷା ଆୟୋଜିତ କରିବ।

Applyଏଥିସହ ଏହା ଜରିଆରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ପରୀକ୍ଷା କେନ୍ଦ୍ର ହେବ। ସିଇଟି ପରୀକ୍ଷା ଅନଲାଇନ୍‌ କରିବାର ଉଦେଶ୍ୟ ହେଉଛି ପ୍ରତ୍ୟେକ ଆବେଦନକାରୀଙ୍କୁ ସମାନ ଅବସର ପ୍ରଦାନ କରିବା। ଏଥିସହ କର୍ମଚାରୀ ଚୟନ ଆୟୋଗ, ଟେଷ୍ଟ ସିଲେକ୍ସନ୍‌ ବୋର୍ଡ ଏବଂ ଇଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଂ ପର୍ସନାଲ ଭଳି କେନ୍ଦ୍ରିୟ ନିଯୁକ୍ତି ଏଜେନ୍ସି ନିଜର ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ଜାରି କରିବେ। ସିଇଟି କେବଳ ଚାକିରି ପାଇଁ ଆବେଦନକାରୀୀଙ୍କ ପ୍ରାରମ୍ଭିକ ଯାଞ୍ଚ ପାଇଁ ହେବ, ଯାହାର ସ୍କୋର ରେଜଲ୍ଟ ଜାରି ହେବାର ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରହିବ।

You might also like