ଗୁଣିଗାରେଡି ସନ୍ଦେହରେ ବର୍ବରକାଣ୍ଡ: ଅତି ବୀଭତ୍ସ ଭାବେ ଗାଁ ରାସ୍ତାରେ ମହିଳାଙ୍କ ବେକ କାଟି କଲେ ହତ୍ୟା

ବାରିପଦା: ରାସ୍ତାରେ ପଡିଛି ମୃତଦେହ । ପାଖରେ ପଡିଛି ଗରା । ନଳକୂପ ପାଖରେ ପଡି ରହିଛି ଜଘନ୍ୟ ଭାବେ ହତ୍ୟା ହୋଇଥିବା ମହିଳାଙ୍କ ମୃତଦେହ । ମୃତ ମହିଳା ଜଣକ ହେଲେ ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ । ଶରତ ଥାନା ଶାରୀଶୁଆ ଗ୍ରାମରେ ଏହି ହତ୍ୟାକାଣ୍ଡ ହୋଇଛି । ଶାରୀଶୁଆ ଗ୍ରାମର ଖଇରୀ ମହାନ୍ତ ଗତକାଲି ସନ୍ଧ୍ୟା ସମୟରେ ପାଣି ଆଣିବା ନିମନ୍ତେ ହାତରେ ଗରା ଧରି ଗ୍ରାମର ନଳକୂପ ନିକଟକୁ ଯାଇଥିବା ବେଳେ ଉକ୍ତ ସମୟରେ ତାଙ୍କୁ ବେକ କାଟି ହତ୍ୟା କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଶାରୀଶୁଆ ଗ୍ରାମର ଅନିଲ ମହାନ୍ତ ଦୀର୍ଘ ବର୍ଷ ହେବ ବିବାହ କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ତାନ ହୋଇନାହାନ୍ତି । ଯାହାକି ଗ୍ରାମର ଖଇରୀ ମହାନ୍ତ ଗୁଣିଗାରେଡି କରୁଥିବାରୁ ଅନିଲଙ୍କର ସନ୍ତାନ ହେଉନଥିବା ସେ ସନ୍ଦେହ କରିଥିଲେ । ଏହାକୁ ନେଇ ଅନିଲଙ୍କ ମନରେ ରାଗ ରହିଥିଲା । ଯାହାଫଳରେ ଗତକାଲି ସନ୍ଧ୍ୟା ସମୟରେ ଖଇରୀ ଗ୍ରାମ ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ଅନୀଲ ଏବଂ ତାର ଭାଇ ବଳରାମ ଧାରୁଆ ଅସ୍ତ୍ରରେ ବେକକାଟି ହତ୍ୟା କରିବାପରେ, ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ତେବେ ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସ୍‌କୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହିତ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.