ରାସ୍ତାକଡରେ ମାଆ ବିକୁଥିଲେ ଚିକେନ ଆଉ ବାପା କରୁଥିଲେ କୁଲି କାମ, ହେଲେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳୁଛି ପୁଅ

କଥାରେ ଅଛି ନିଜ ଭାଗ୍ୟ ନିଜ ଲେଖିହୁଏ। ଆଉ ଏଇ କଥା ଶତପ୍ରତିଶତ ପ୍ରମାଣ ମଧ୍ୟ ହୋଇଛି। ଆମେ ଆଜି ଆପଣଙ୍କୁ ଯାହା ବିଷୟରେ ଆଲୋଚନା କରିବାକୁ ଯାଉଛୁ ସେ ନିଜ ଦକ୍ଷତା ବଳରେ ଗରିବିକୁ ନିଜ ଜୀବନରୁ ହଟାଇବାରେ ସକ୍ଷମ ହୋଇପାରିଛନ୍ତି। ତାଙ୍କ ମା ଦିନେ ରାସ୍ତାକଡରେ ଚିକେନ ବିକ୍ରି କରୁଥିଲେ। ଆଉ ବାପା କରୁଥିଲେ କୁଲି କାମ। ହେଲେ ନିଜ ଦକ୍ଷତା ବଳରେ ଏବେ ସେ ନିଜ ସ୍ୱପ୍ନକୁ ସତ କରିପାରିଛନ୍ତି, ନିଜ ବାପା ମାଆଙ୍କ ପାଇଁ ଘର ବନାଇ ପାରିଛନ୍ତି, ନିଜ ଭଉଣୀଙ୍କୁ ପାଠ ପଢ଼ାଇ ପାରିଛନ୍ତି। ସେ ହେଉଛନ୍ତି ୟର୍କର ସେସ୍ପାଲିଷ୍ଟ କୁହାଯାଉଥିବା ଟି ନଟରାଜନ୍ ।

natrajanଅତ୍ୟନ୍ତ ଗରିବ ପରିବାରରେ ଜନ୍ମିତ ଏହି କ୍ରିକେଟର ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଇ ସାରିଛନ୍ତି । ଆଉ ଏହି ସଫଳତା ପାଇବା ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ଫଳରେ ଏବେ ସେ ଟିମ୍ ଇଣ୍ଡିଆର ନିଜ ଚମତ୍କାରିତା ଦେଖାଉଛନ୍ତି । ତାମିଲନାଡୁର ଏକ ଗରିବ ପରିବାରରେ ଜନ୍ମ ୨୯ ବର୍ଷିୟ ଟି ନଟରାଜନଙ୍କ ପୂରା ନାଁ ଥଙ୍ଗରାସୁ ନଟରାଜନ । ନଟରାଜନଙ୍କୁ ପାଠ ପଢାଇବା ପାଇଁ ତାଙ୍କ ବାପା ଷ୍ଟେସନରେ କୁଲି କାମ କରୁଥିଲେ ଆଉ ମା ରାସ୍ତା କଡରେ ଚିକେନ ବିକ୍ରି କରୁଥିଲେ । ଅର୍ଥ ଅଭାବରୁ ଲେଦର ବଲଠୁ ଦୂରରେ ରହୁଥିଲେ ନଟରାଜନ । ହେଲେ ଟେନିସ ବଲରେ ମଧ୍ୟ ତାଙ୍କ ବୋଲିଂର ସ୍ପିଡ ଅନେକ ବ୍ୟାଟ୍ସମ୍ୟାନଙ୍କୁ ଚକିତ କରିଦେଉଥିଲା ।

ballତେବେ ଟେନିସ ବଲରେ ଖେଳୁଥିବା ବେଳେ ଡିଭିଜିନାଲ କ୍ରିକେଟର ଏ ଜୟପ୍ରକାଶ ତାଙ୍କୁ ଦେଖିଥିଲେ ଓ ଚେନ୍ନାଇ ନେଇଯାଇଥିଲେ । ଆଉ ସେଠାରେ ସେ ଏକ ବଡ କ୍ଲବ ପାଇଁ କ୍ରିକେଟ ଖେଳିଥିଲେ । ଭଲ ପ୍ରଦର୍ଶନ ଯୋଗୁଁ ତାଙ୍କୁ ତାମିଲନାଡୁ ରଣଜୀ ଦଳରେ ସ୍ଥାନ ମିଳିଥିଲା । ଏତେ ବାଟ ଆସିବା ପରେ ଧିରେ ଧିରେ ନଟରାଜନଙ୍କ ଦାରିଦ୍ର୍ୟତା ଦୂରେଇବାକୁ ଲାଗିଥିଲା । ହେଲେ ତାଙ୍କ ଜୀବନର ଖାସ୍‌ ମୂହୁର୍ତ୍ତ ସେତେବେଳେ ଆସିଥିଲା ଯେବେ ସେ ଆଇପିଏଲରେ ସ୍ଥାନ ପାଇଥିଲେ । ୨୦୧୭ରେ ନଟରାଜନଙ୍କୁ ୩କୋଟି ଟଙ୍କାରେ ପଞ୍ଜାବ କିଣିଥିଲା । ହେଲେ ସେ ଏତେ ଭଲ ପ୍ରଦର୍ଶନ କରି ପାରିନଥିଲେ, ଫଳରେ ନିଜ ଖେଳରେ ପ୍ରଭାବିତ କରିପାରିନଥିଲେ।

natrajannଏହାପରେ ୨୦୧୮ରେ ସେ ସନରାଇଜର୍ସ ହାଇଦ୍ରାବାଦରେ ସାମିଲ ହୋଇଥିଲେ । କିନ୍ତୁ ଏହି ଦୁଇ ବର୍ଷ ତାଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ମିଳି ନଥିଲା । ହେଲେ ୨୦୨୦ରେ ସେ ହାଇଦ୍ରାବାଦ ତରଫରୁ ମୈଦାନକୁ ଓହ୍ଲାଇଥିଲେ। ଆଉ ୨୦୨୦ ଆଇପିଏଲରେ ସେ ଏମିତି ଛାପ ଛାଡିଥିଲେ ଯେ ତାଙ୍କୁ ଶେଷରେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଗଲା । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ଦଳରେ ଟି ନଟରାଜନଙ୍କ ନାଁ ଘୋଷଣା ହୋଇଥିଲା । ଏହାସହ ନଟରାଜନ ବିଦେଶରେ ଖେଳି ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ନଟରାଜନ ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚ ଖେଳି ୧୬ଟି ୱିକେଟ ନେଇଛନ୍ତି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଗୋଟିଏ ମ୍ୟାଚ ଖେଳି ୨ଟି ୱିକେଟ ନେଇଥିଲେ । ଆଉ ଟି-୨୦ରେ ୩ଟି ମ୍ୟାଚରେ ୬ଟି ୱିକେଟ ହାସଲ କରିଛନ୍ତି ।

T Natarajanଜାଣିଲେ ତ ନଟରାଜନ କିପରି ନିଜ ବାପା ମାଆ ତଥା ନିଜର ଭାଗ୍ୟକୁ ବଦଳାଇଦେଲେ। ଆଉ ଏହା ସୁନିଶ୍ଚିତ କରାଇଦେଲେ ଯେ ତାଙ୍କ ବାପା ମାଆଙ୍କୁ କୌଣସି ପ୍ରକାର ସମସ୍ୟା ହେବନାହିଁ। ତେବେ ସବୁଠୁ ବଡ କଥା ହେଉଛି ପୁଅ ଏତେ ବଡ କ୍ରିକେଟର ହେବା ପରେ ମଧ୍ୟ ତାଙ୍କ ମାଆ ଚିକେନ ବିକ୍ରି କରିବା ବୃତ୍ତିକୁ ଆଜି ବି ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.