Below header

କଟକରୁ ୧ କ୍ୱିଣ୍ଟାଲ୍ ସିନ୍ଥେଟିକ୍‌ ପନିର୍‌ ଜବତ! ଏଥିରେ ଯାହା ମିଶୁଥିଲା ଜାଣିଲେ ଉଡିଯିବ ହୋସ୍

କଟକ : ବର୍ତ୍ତମାନ ନକଲି ସାମଗ୍ରୀର ହବ୍‌ ପାଲଟିଛି କଟକ । ପ୍ରତିଦିନ ଜବତ ହେଉଛି ନକଲି ଖାଦ୍ୟ ସାମଗ୍ରୀ । କେତେବେଳେ ଭେଜାଲ୍ ତେଲ ତ କେତେବେଳେ ଭେଜାଲ୍ ସସ୍ । ତେବେ ଆଜି ପୁଣି ଜବତ ହୋଇଛି ୧ କ୍ୱିଣ୍ଟାଲ ସିନ୍ଥେଟିକ୍‌ ପନିର୍‌ । OMP ଛକ ନିକଟରୁ ପନିର ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ ।

ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । କୋଲକାତାରୁ ଆସୁଥିଲା ସିନ୍ଥେଟିକ୍‌ ପନିର୍‌। ସିଏମ୍‌ସି ହେଲ୍‌ଥ ସ୍କ୍ଵାଡ ପକ୍ଷରୁ ଚାଲିଛି ପନିର୍‌ର ମାନ ଯାଞ୍ଚ ଚାଲିଛି। ପନିରରେ ମିଶୁଥିଲା ୟୁରିଆ , ସଲଫରିକ ଏସିଡ୍‌, ଡିଟରଜେଣ୍ଟ, ନଷ୍ଟ ହୋଇଥିବା କ୍ଷୀର, ପାମୋଲିଭ ତେଲ ଓ ଗ୍ଲିସେରିନ୍‌ ମିସାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.