Below header

ଓଡିଶାରେ ଖାଲିପଡିଛି ୬୪୩୨ ନର୍ସିଂ ପଦବୀ, ଦରମା ୯୨,୩୦୦ ଟଙ୍କା, ଜଲଦି କରନ୍ତୁ ଆବେଦନ

ଓଡିଶାରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଓଡିଶା ସବ୍ ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଅଧିନରେ ୬୪୩୨ ନର୍ସିଂ ପଦବୀରେ ଆବେଦନପତ୍ର ଗ୍ରହଣ କରୁଛି। ଏହି ପଦବୀରେ ଆବେଦନ କରିବାର ତାରିଖ ଆଗକୁ ବଢାଇ ଦିଆଯାଇଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀରେ ଆବଦେନ କରିବାକୁ ଚାହୁଁଥିଲେ ୫ ଜାନୁଆରୀ ୨୦୨୧ ଆବେଦନ କରିପାରିବେ।

ଆପଣ ଅଧିକାରକ ୱେବସାଇଟ osssc.gov.in କୁ ଯାଇ ଅଧିସୂଚନା ମୁତାବକ ଏହି ଭର୍ତ୍ତି ପ୍ରକ୍ରିୟାରେ ଆବେଦନ କରିପାରିବେ। ଏଠାରେ ଆବେଦନ କରିବା ପାଇଁ ପ୍ରାର୍ଥୀ ୧୨ଶ ପାସ୍ କରିଥିବା ଆବଶ୍ଯକ। ଏହାସହିତ B.Sc ନର୍ସିଂ କିମ୍ବା GNM ରେ ଡିପ୍ଲୋମା ପାସ୍ କରିଥିବା ଆବଶ୍ଯକ।

ଜରୁରୀ ତାରିଖ:

ଅନଲାଇନ ରେଜିଷ୍ଟ୍ରସନ ଆରମ୍ଭ କରିବାର ତାରିଖ ୭ ଡିସେମ୍ବର ୨୦୨୦ରୁ ଆରମ୍ଭ ହୋଇଥିବା ବେଳେ ଅନଲାଇନ ରେଜିଷ୍ଟ୍ରସନ ଏବଂ ଅନଲାଇନ ଶୁକ୍ଳ ଜମା କରିବାର ଶେଷ ତାରିଖ ୫ ଜାନୁଆରୀ ୫,୨୦୨୧ ପର୍ଯ୍ଯନ୍ତ ରହିଛି। ସେହିପରି ଅନଲାଇନ ଆପ୍ଲିକେସନ ଜମା କରିବାର ଶେଷ ତାରିଖ ୧୨ ଜାନୁଆରୀ ୨୦୨୧ ପର୍ଯ୍ଯନ୍ତ ରହିଛି।

nursing

ଦରମା: ମାସକୁ ୨୯,୨୦୦ ଟଙ୍କା ରୁ ଆରମ୍ଭ କରି ୯୨,୩୦୦ ଟଙ୍କା ।

ବୟସ ସୀମା : ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୨ ବର୍ଷ ।

ଆବେଦନ ଶୁଳ୍କ: ସାଧାରଣ ଏବଂ ଓବିସି ବର୍ଗ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଥିବା ବେଳେ ଏସଟି/ଏସସି ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ଚୟନ ପ୍ରକ୍ରିୟା: ଏହି ନିଯୁକ୍ତି ପାଇଁ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://www.osssc.gov.in/Public/OSSSC/Default.aspx

https://www.osssc.gov.in/Docs/NO-206-Detailed-advertisement-for-the-post-of-nursing-officer.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.