ଛତିଶଗଡ଼ ବିଜାପୁରରେ ପୁଣି ମାଓ ହିଂସା: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଗୁରୁତର, ଅଳ୍ପକେ ବର୍ତ୍ତିଲେ ୩୦ ଜବାନ୍

ମଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜବାନ ଗୁରୁତର। ଅଳ୍ପକେ ବର୍ତ୍ତିଲେ ୩୦ଜବାନ୍‌। ମଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ମାଓ ହିଂସା। ଗଙ୍ଗଲୁରୁ ଗାଁ ନିକଟରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ DRG ଜବାନ ଅପରେସନରେ ଯିବାବେଳେ ମାଓବାଦୀ ଖଞ୍ଜିଥିବା ସିରିଜ୍‌ ବିସ୍ଫୋରଣ କରିଥିଲେ।

ସର୍ଚ୍ଚ ଅପରେସନ୍‌ ବେଳେ ୧୦କେଜିରୁ ଅଧିକ ବିସ୍ଫୋରକ ଥିବା ବମକୁ ଉଦ୍ଧାର କରି ନିଷ୍କ୍ରିୟ କରାଯାଇଛି। ଏହି ଘଟଣା ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।