ମୟୁରଭଞ୍ଜ ବେହେରା ସାହିରେ ଅଭାବନୀୟ ଘଟଣା: ଘରଠାରୁ ୫୦୦ ମିଟର ଦୂରରେ ମିଳିଲା ମହିଳାଙ୍କ ମୃତଦେହ, ସ୍ବାମୀ ଅଟକ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡା ବେହେରା ସାହିରେ ଏକ ମହିଳାଙ୍କୁ ବୀଭତ୍ସ ହତ୍ୟା । ଗତକାଲି ରାତିରେ ମହିଳଙ୍କୁ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି । ମୃତ ମହିଳାଙ୍କ ନାଁ ହେଉଛି ଚକ ମାରାଣ୍ଡି । ତାଙ୍କ ସ୍ବାମୀ ଘାସିରାମ ମାରାଣ୍ଡି । ତେବେ ଏହି ଘଟଣା ପରେ ସ୍ବାମୀ ଘାସିରାମ ମାରଣ୍ଡିଙ୍କୁ ଅଟକ ରଖିଛି ଠାକୁରମୁଣ୍ଡା ପୋଲିସ ।

ଘାସିରାମ ମାରାଣ୍ଡିଙ୍କ ଘର ଠାରୁ ୫୦୦ ମିଟର ଦୂରରେ ମହିଳାଙ୍କ ମୃତଦେହ ପଡିଥିଲା । ତେବେ ଆଜି ସକାଳୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସ ପହଁଚି ଅଧିକ ତଦନ୍ତ ଚଳାଇଛି । ଘର ପାଖରୁ ମୃତ ଦେହ ପର୍ଯ୍ୟନ୍ତ ରକ୍ତ ପଡିଥିବାର ଦେଖିବାକୁ ମିଳିଛି । କେହି ହତ୍ଯା କଲା ପରେ ମୃତଦେହକୁ ଘୋଷାରି ଘୋଷରି ଫିଙ୍ଗି ଥିବା ଅନୁମାନ କରାଯାଉଥିବାବେଳେ, ଏଯାଏ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.