ଲଞ୍ଚ ହେଲା Royal Enfield Hunter 350, ଜାଣନ୍ତୁ କଣ ରହିଛି ଦାମ ଓ ସ୍ପେସିଫିକେସନ୍‌

ରୟାଲ୍ ଏନଫିଲ୍ଡ ହଣ୍ଟର୍ 350ରେ ବଢ଼ିଆ ଫିଚର ରହିଛି । କମ୍ପାନୀ ଏଥିରେ ନାଭିଗେସନ୍, ବ୍ଲୁଟୁଥ୍ କନେକ୍ଟିଭିଟି, ଡିଜିଟାଲ୍ ଓଡୋମିଟର, ଡିଜିଟାଲ୍ ସ୍ପିଡୋମିଟର, ଡିଜିଟାଲ୍ ଟାକୋମିଟର, ଡିଜିଟାଲ୍ ଟ୍ରିପ୍ ମିଟର ପରି ଫିଚର ଦିଆଯାଇଛି ।

ଭାରତୀୟ ବଜାରରେ ରୟାଲ୍ ଏନଫିଲ୍ଡ ହଣ୍ଟର୍ 350 ନାମକ ଏକ ଦମଦାର ମୋଟରସାଇକେଲ୍ ବଢ଼ିଆ ଲୁକ୍‌ ସହ ମାର୍କେଟରେ ଲଞ୍ଚ ହୋଇଛି । ଯାହାକୁ କିଣିବା ପାଇଁ ବାଇକ୍‌ ପ୍ରେମୀଙ୍କ ନିକଟରେ କ୍ରେଜ୍‌ ଦେଖିବାକୁ ମିଳିଲାଣି । ରୟାଲ୍ ଏନଫିଲ୍ଡର ଏହି ମୋଟରସାଇକେଲରେ ଆପଣଙ୍କୁ ଦମଦାର ଫିଚର ମିଳିବା ସହିତ ଏକ ଖାସ ଇଞ୍ଜିନ୍ ମଧ୍ୟ ଦିଆଯାଇଛି, ଯାହା ଦ୍ୱାରା ଆପଣ ଲମ୍ବା ଯାତ୍ରା ଅତି ସହଜରେ କରିପାରିବେ । ରୟାଲ୍ ଏନଫିଲ୍ଡ କମ୍ପାନୀ ଏହି ବାଇକକୁ ଏପରି ଭାବରେ ଡିଜାଇନ୍ କରିଛି ଯେ ଆପଣ ଏଥିରେ ସବୁ କାର୍ଯ୍ୟ ସହଜରେ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ବାଇକରେ କଣ ସବୁ ଫିଚର ରହିଛି ।

ରୟାଲ୍ ଏନଫିଲ୍ଡ ହଣ୍ଟର୍ 350ରେ ବଢ଼ିଆ ଫିଚର ରହିଛି । କମ୍ପାନୀ ଏଥିରେ ନାଭିଗେସନ୍, ବ୍ଲୁଟୁଥ୍ କନେକ୍ଟିଭିଟି, ଡିଜିଟାଲ୍ ଓଡୋମିଟର, ଡିଜିଟାଲ୍ ସ୍ପିଡୋମିଟର, ଡିଜିଟାଲ୍ ଟାକୋମିଟର, ଡିଜିଟାଲ୍ ଟ୍ରିପ୍ ମିଟର ପରି ଫିଚର ଦିଆଯାଇଛି । ଏହା ସହିତ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍ ମଧ୍ୟ ଦିଆଯାଇଛି । ହାଲୋଜେନ ହେଡଲାଇଟ୍, ଏଲଇଡି ଟେଲ ଲାଇଟ୍, ଟର୍ନ ସିଙ୍ଗଲ୍ ଲ୍ୟାମ୍ପ ବଲବ୍‌ ଭଳି ଫିଚର ସାମିଲ ଅଛି । ଏଥିରେ ଏକ ପାଓ୍ଵାରଫୁଲ୍‌ ଇଞ୍ଜିନ୍ ଦିଆଯାଇଛି ଯାହା ଦ୍ୱାରା ଆପଣ ଲମ୍ବା ଦୂରତାକୁ ସହଜରେ କଭର୍ କରିପାରିବେ ।

ରୟାଲ ଏନଫିଲ୍ଡ ହଣ୍ଟରକୁ ପାଓ୍ଵାର ଦେବା ପାଇଁ ରୟାଲ ଏନଫିଲ୍ଡ କମ୍ପାନୀ 349 ସିସି, ସିଙ୍ଗଲ ସିଲିଣ୍ଡର ୪ ଷ୍ଟ୍ରୋକ ଇଞ୍ଜିନ ବ୍ୟବହାର କରିଛି । ଏହି ଇଞ୍ଜିନରେ ୨୭ Nm ଟର୍କ ସହିତ ୨୦.୪ PS ର ପାଓ୍ଵାର ଜେନେରେଟ୍‌ କରିବାର କ୍ଷମତା ରହିଛି । ଏହା ବ୍ୟତୀତ ଏଥିରେ ୧୩ ଲିଟର ର ଟାଙ୍କି ଦିଆଯାଇଛି, ଯାହା ୩୬ କିଲୋମିଟରର ମାଇଲେଜ୍‌ ଦେଇଥାଏ । ଏହା ସହିତ ଏହାର ଉଭୟ ଚକ ଉପରେ ଡିସ୍କ ବ୍ରେକ୍ ଦିଆଯାଇଛି ।

ଯଦି ଆପଣ ରୟାଲ୍ ଏନଫିଲ୍ଡ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ୧,୭୩,୧୧୧ ହଜାର ଟଙ୍କା ମୂଲ୍ୟରେ ଆଣିପାରିବେ । ଯଦି ଆପଣ ଏତେ ଟଙ୍କାରେ ବାଇକ୍‌ ଟି କିଣିପାରିବେ ନାହିଁ । ତେବେ ଆପଣ ଏହାକୁ ୨୨,୦୦୦ ଡାଉନ୍ ପେମେଣ୍ଟ୍ ଏବଂ ଆସନ୍ତା ତିନିବର୍ଷ ପାଇଁ ୯.୭% ସୁଧରେ ମାସିକ ୪,୮୬୩ ଟଙ୍କାର କିସ୍ତି ସହିତ ଏହାକୁ କିଣିପାରିବେ ।

Leave A Reply

Your email address will not be published.