ମତଦାନ ବେଳେ ଦୁଇ ଜିଲ୍ଲାରେ ଅଘଟଣ, ଏକା ସାଙ୍ଗେ ୨ ଜଣଙ୍କ ମୃତ୍ୟୁ

ଆଜି ହେଉଛି ତୃତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୋର୍‌ ଦାର ମତଦାନ ଚାଲିଛି । ସକାଳୁ ସକାଳୁ ବେଶ୍‌ ଖୁସି ମନରେ ଭୋଟ୍‌ ଦେବାକୁ ବାହାରିଥିଲେ ବୃଦ୍ଧା । ଘରେ ତାଙ୍କ ବୋହୂଙ୍କୁ କହିଥିଲେ ଜଲଦି ଜଲଦି କାମ ସାରିଦିଏ ମୁଁ ଭୋଟ୍‌ ଦେବାକୁ ଯିବି । ଆଉ ନୂଆ ଲୁଗା ପିନ୍ଧି ଘରୁ ବାହାରି ପଡ଼ିଥିଲେ ଭୋଟ୍‌ ଦେବା ପାଇଁ । ହେଲେ ଆଜି ତାଙ୍କ ସହ ଏତେ ବଡ଼ ଅଘଟଣ ଘଟିଯିବ ସେ କେବେ ସ୍ୱପ୍ନରେ ଭାବିନଥିଲେ ।

ନୟାଗଡ଼ : ଆଜି ହେଉଛି ତୃତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୋର୍‌ ଦାର ମତଦାନ ଚାଲିଛି । ସକାଳୁ ସକାଳୁ ବେଶ୍‌ ଖୁସି ମନରେ ଭୋଟ୍‌ ଦେବାକୁ ବାହାରିଥିଲେ ବୃଦ୍ଧା । ଘରେ ତାଙ୍କ ବୋହୂଙ୍କୁ କହିଥିଲେ ଜଲଦି ଜଲଦି କାମ ସାରିଦିଏ ମୁଁ ଭୋଟ୍‌ ଦେବାକୁ ଯିବି । ଆଉ ନୂଆ ଲୁଗା ପିନ୍ଧି ଘରୁ ବାହାରି ପଡ଼ିଥିଲେ ଭୋଟ୍‌ ଦେବା ପାଇଁ । ହେଲେ ଆଜି ତାଙ୍କ ସହ ଏତେ ବଡ଼ ଅଘଟଣ ଘଟିଯିବ ସେ କେବେ ସ୍ୱପ୍ନରେ ଭାବିନଥିଲେ । ଏହି ଭୋଟ୍‌ ତାଙ୍କ ଜୀବନର ଶେଷ ଭୋଟ୍‌ ହୋଇଯିବ ସେ କେବେ କଳ୍ପନା କରିନଥିଲେ ।

ମତଦାନ ଚାଲିଥିଲା ଭୋଟ ଦେବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ ବୃଦ୍ଧା । ହେଲେ କଣ ହେଲା କେଜାଣି ହଠାତ୍‌ ବୃଦ୍ଧାଙ୍କ ମୁଣ୍ଡ ବୁଲାଇଥିଲା, ଆଉ ସେ ତଳେ ପଡ଼ିଗଲେ । ଆଉ ତାଙ୍କ ୁ ସଙ୍ଗେ ସଙ୍ଗେ ନିକଟରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଉଦ୍ଧାର କରି ଖଣ୍ଡପଡ଼ା ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏହି ମୃତା ବୃଦ୍ଧା ଜଣକ ହେଉଛନ୍ତି ୬୫ ବର୍ଷୀୟ କୁମୁଦିନୀ ଦଳାଇ । କୁମୁଦିନୀଙ୍କ ଘର ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତ ପଥରପୁଞ୍ଜି ଗାଁରେ । କୁମୁଦିନୀ ଭୋଟ ଦେବା ପାଇଁ ୧୬୭ ନମ୍ବର ବୁଥରେ ଲାଇନରେ ଠିଆ ହେବା ସମୟରେ ହଠାତ ଅଚେତ ହୋଇପଡ଼ିଥିଲେ ।

ସେହିପରି ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ଘଟିଛି ଅଘଟଣ । ପୋଲିଂ ଏଜେଣ୍ଟ ଡ୍ୟୁଟି କରୁଥିବାବେଳେ ହଠାତ୍ ସେ ଅଚେତ୍ ହୋଇପଡିଥିଲେ। ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ବ୍ୟକ୍ତି ହେଉଛନ୍ତି ଶୁକଦେବ ପଟ୍ଟନାୟକ।

ସେ ଆଜି ସକାଳେ ୯.୩୦ ସମୟରେ ସେ ପୋଲିଂ ବୁଥ୍ ରେ କାର୍ଯ୍ୟରତ ସମୟରେ ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିଲେ । ଏବଂ ସେ ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲେ । ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହିନ୍ଦୋଳରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେଉଁ କାରଣ ଯୋଗୁଁ ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ପ୍ରାଥମିକ ସ୍ତରରେ ଡାକ୍ତରଙ୍କ କହିବା ଅନୁଯାୟୀ, ଅଧିକ ଗରମ ଯୋଗୁଁ ଏମିତି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଏବଂ ସନଷ୍ଟ୍ରୋକ ଯୋଗୁ ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।
ଆଜି ଏତେ ବଡ଼ ଦିନରେ ମତଦାନ ବେଳେ ଏଭଳି ଅଘଟଣକୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.