ହାର୍ଦ୍ଦିକଙ୍କ ବୈବାହିକ ଜୀବନରେ ଝଡ, ଖୁବ୍ ଶୀଘ୍ର ପତ୍ନୀଙ୍କ ଠାରୁ ହେବେ ଅଲଗା !

ନତାଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପାଣ୍ଡ୍ୟା ସର୍ ନେମ୍ କୁ କାଟିଦେଇଛନ୍ତି । ଖାଲି ସେତିକି ନୁହେଁ ହାର୍ଦ୍ଦିକଙ୍କ ସହ ପୋଷ୍ଟ ହୋଇଥିବା ଅନେକ ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଡିଲିଟ୍ କରିଦେଇଛନ୍ତି ।

ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦକ ପାଣ୍ଡ୍ୟା ଚଳିତ ଆଇପିଏଲ୍ ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ଏତେଟା ଭଲ ପ୍ରଦର୍ଶନ କରିନାହାନ୍ତି । ଯାହାଫଳରେ ତାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲରେ ସବୁଠୁ ଶେଷ ସ୍ଥାନରେ ରହିଥିଲା । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ପୁଣି ଏକ ଖବର ଏବେ ଜୋରସୋରରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା କୁହାଯାଉଛି କି ହାର୍ଦ୍ଦିକଙ୍କ ବୈବାହିକ ଜୀବନରେ ଝଡ ଆସିଛି । ଯାହା ଖୁବ୍ ଶୀଘ୍ର ଭାଙ୍ଗିବାକୁ ଯାଉଛି । ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍ ଙ୍କ ଭିତରେ ଛାଡପତ୍ର ହେବାକୁ ଯାଉଛି ।

ତେବେ ଯାହାର ସବୁଠୁ ବଡ ପ୍ରମାଣ ହେଉଛି ଯେ, ନତାଶା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପାଣ୍ଡ୍ୟା ସର୍ ନେମ୍ କୁ କାଟିଦେଇଛନ୍ତି । ଖାଲି ସେତିକି ନୁହେଁ ହାର୍ଦ୍ଦିକଙ୍କ ସହ ପୋଷ୍ଟ ହୋଇଥିବା ଅନେକ ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଡିଲିଟ୍ କରିଦେଇଛନ୍ତି । ଏହା ସହିତ ଦୁହେଁ ଦୀର୍ଘ ଦିନ ହେବ ସୋସିଆଲ ମିଡିଆରେ ପରସ୍ପର ସହିତ କୌଣସି ଫଟୋ କିମ୍ବା ଭିଡିଓ ସେୟାର କରୁନାହାଁନ୍ତି ।

ତେବେ କୁଯାହାଉଛି କି, ଗତ ମାର୍ଚ୍ଚ ୪ରେ ନତାଶାଙ୍କ ଜନ୍ମଦିନ ଥିଲା । କିନ୍ତୁ ହାର୍ଦ୍ଦିକ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କିଛି ପୋଷ୍ଟ କରିନଥିଲେ । ଯାହା ସେମାନଙ୍କ ଅଲଗା ହେବାର ଖବରକୁ ଆହୁରୀ କନଫର୍ମ କରିଥିଲା । ଆପିଏଲରେ ଖରାପ ପ୍ରଦର୍ଶନ ପରେ ହାର୍ଦ୍ଦିକଙ୍କୁ ଅନେକ ପ୍ରକାରର ଟ୍ରୋଲିଂର ସାମ୍ନା କରିବାକୁ ପଡ଼ିଛି । ପୁଣି ଏବ ସୋସିଆଲ ମିଡିଆରେ ତାଙ୍କର ଛାଡପତ୍ରକୁ ନେଇ ଅନେକ ମନ୍ତବ୍ୟ ଆସୁଛି । କେହି କେହି କହୁଛନ୍ତି ଯେ ହାର୍ଦ୍ଦିକ ନିଜ ପତ୍ନୀ ନତାଶାଙ୍କ ସହ ପ୍ରତାରଣା କରିଛନ୍ତି ଏବଂ ତାଙ୍କୁ ଲଣ୍ଡନରେ ଅନ୍ୟ ଜଣେ ଝିଅଙ୍କ ସହିତ ଦେଖିବାକୁ ମିଳିଥିଲା ବୋଲି ବି ଚର୍ଚ୍ଚା ହେଉଛି ।

ତେବେ ସୂଚନା ଥାଉକି, ପ୍ରାୟ ୭ ବର୍ଷ ପୂର୍ବେ ଉଭୟ ପରସ୍ପରକୁ ଡେଟ୍ କରିବା ପରେ, ୨୦୨୦ ମେ ୩୧ରେ ଉଭୟ କୋର୍ଟରେ ବିବାହ କରିଥିଲେ । ବିବାହ କରିବା ପୂର୍ବରୁ ହିଁ ନତାଶା ଗର୍ଭବତୀ ଥିଲେ । ଜୁଲାଇ ୨୦୨୦ ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ଏତେ ଖୁସି ଭିତରେ ଉଭୟଙ୍କର ଅଲଗା ହେବାର ଖବର ସେମାନଙ୍କ ପ୍ରଶଂସକଙ୍କୁ ଖୁବ୍ ଆଘାତ ପହଁଚାଇଛି । ତେବେ ଏହି ଖବର ଏକ ଗୁଜବ ନା ସତ ତାହା ସମୟ ହିଁ କହିବ ।

Leave A Reply

Your email address will not be published.