ଭୋଟ ଦେଇ ନପାରି ଫେରିଥିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ମିଳିଲା ସ୍ୱତନ୍ତ୍ର ସାର୍ଟିଫିକେଟ୍
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପୋଲିଂ ବୁଥକୁ ଯାଇ ଭୋଟିଂ ପାଇଁ ହରାଇଣ ହୋଇଥିଲେ । ସେ ସକାଳ ୭ଟାରେ ତୋଗଲୋକ ଲେନ୍ ଅଟଳ ଆଦର୍ଶ ବିଦ୍ୟାଳୟର ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ୨୦ ମିନିଟ୍ ଧାଡ଼ିରେ ଛିଡା ହେବା ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ନାମ ଭୋଟର ତାଲିକାରେ ନାହିଁ । ଏହା ପରେ ସେ ଭୋଟ୍ ନ ଦେଇ ଫେରି ଆସିଥିଲେ ।

ଲୋକସଭା ନିର୍ବାଚନ ୬ଷ୍ଠ ପର୍ଯ୍ୟାୟରେ ଦିଲ୍ଲୀରେ ୭ଟି ସିଟରେ ମତଦାନ ହେଉଛି । ମତଦାନ ପ୍ରକ୍ରିୟାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାମିଲ ହୋଇଛନ୍ତି । ଜୟଶଙ୍କର ପୋଲିଂ ବୁଥକୁ ଯାଇ ଭୋଟିଂ ପାଇଁ ହରାଇଣ ହୋଇଥିଲେ । ସେ ସକାଳ ୭ଟାରେ ତୋଗଲୋକ ଲେନ୍ ଅଟଳ ଆଦର୍ଶ ବିଦ୍ୟାଳୟର ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ୨୦ ମିନିଟ୍ ଧାଡ଼ିରେ ଛିଡା ହେବା ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ନାମ ଭୋଟର ତାଲିକାରେ ନାହିଁ । ଏହା ପରେ ସେ ଭୋଟ୍ ନ ଦେଇ ଫେରି ଆସିଥିଲେ ।
ଏହାପରେ ଜୟଶଙ୍କର ବିଳମ୍ବ ନ କରି ଘରକୁ ପହଞ୍ଚି ଭୋଟର ତାଲିକା ଯାଞ୍ଚ କରିଥିଲେ । ଆଉ ଯାଞ୍ଚରୁ ଜାଣିବାକୁ ପାଇଥିଲେ କି, ତାଙ୍କୁ ଭୋଟିଂ ପାଇଁ ଅନ୍ୟ ଏକ ମତଦାନ ବୁଥକୁ ଯିବାକୁ ହେବ । ତେଣୁ ସେ ଅନ୍ୟ ଏକ ବୁଥରେ ଭୋଟିଂ ପାଇଁ ପହଞ୍ଚିଥିଲେ ।
ଜୟଶଙ୍କର ପ୍ରଥମ ପୁରୁଷ ଭୋଟର ନିର୍ବାଚନ କ୍ଷେତ୍ର ୪ର ବୁଥ ନମ୍ବର ୫୩ରେ ଭୋଟ୍ ଦେଇଥିଲେ । ତେଣୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଦ୍ବାରା ତାଙ୍କ ମତଦାନ କେନ୍ଦ୍ରରେ ପ୍ରଥମ ପୁରୁଷ ଭୋଟର ପ୍ରମାଣପତ୍ର ମଧ୍ୟ ଜୟଶଙ୍କରଙ୍କୁ ପ୍ରଦାନ କରାଯାଇଥିଲା । ଭୋଟ୍ ଦେବା ପରେ ବୈଦେଶିକ ମନ୍ତ୍ରୀ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଫଟୋ ପୋଷ୍ଟ କରିଛନ୍ତି।
Cast my vote in New Delhi this morning.
Urge all voting today to turnout in record numbers and vote in this sixth phase of the elections. pic.twitter.com/FJpskspGq9
— Dr. S. Jaishankar (Modi Ka Parivar) (@DrSJaishankar) May 25, 2024
ଫଟୋ ପୋଷ୍ଟ କରି କହିଛନ୍ତି, ମୁଁ ଏହି ବୁଥରେ ପ୍ରଥମ ପୁରୁଷ ଭୋଟର । ଏହାସହିତ ବୈଦଶିକ ମନ୍ତ୍ରୀ ଭରସା କରିଛନ୍ତି, ଦିଲ୍ଲୀ ଭୋଟର ପୁଣି ଥରେ ମୋଦି ସରକାରଙ୍କୁ ସମର୍ଥନ କରିବେ । ଲୋକମାନେ ଘରୁ ବାହାରି ନିଜର ଭୋଟ ଦିଅନ୍ତୁ । ମୋର ବିଶ୍ୱାସ ରହିଛି କି, ବିଜେପି ନିଶ୍ଚିତ ପୁଣିଥରେ ସରକାର ଆଣିବେ ।
ସୂଚନାଯୋଗ୍ୟ, ଆଜି ଷଷ୍ଠ ପର୍ଯ୍ୟାୟରେ ୫୮ ସିଟରେ ଭୋଟ ହେଉଛି । ବିହାର, ପଶ୍ଚିମବଙ୍ଗ, ଝାରଖଣ୍ଡ, ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର, ଓଡିଶା ରହିଛି ।