ଟାଟାସ୍କାଏ ବ୍ଯବହାରକାରୀ ସାବଧାନ ! ଆସନ୍ତା ମାସରୁ ପ୍ରସାରିତ ହେବ ନାହିଁ ୬୭ରୁ ଅଧିକ ଚ୍ଯାନେଲ୍

ନୂଆଦିଲ୍ଲୀ : ଖୁବ ଶୀଘ୍ର ବଜାରରେ ପ୍ରବେଶ ହେବାକୁ ଯାଉଛି ଜିଓ ଗିଗାଫାଇବର। ଏହା ଦ୍ବରା ଡ଼ିଟୁଏଚ୍ ସେକ୍ଟରରେ ନିଜର ଅବସ୍ଥିତି ସ୍ଥାପନ କରିବାକୁ ଯାଉଛି ରିଲାଏନ୍ସ ଜିଓ ଗିଗାଫାଇବର । ତେବେ ବଜାର ପ୍ରବେଶ ପୂର୍ବରୁ ହିଁ ଜିଓ ସହ ଦେଶର ସବୁଠାରୁ ବଡ଼ ଡ଼ିଟୁଏଚ୍ କମ୍ପାନି ଟାଟାସ୍କା୍ଏର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। ଏନେଇ ଆଗାମୀ ୨୩ ସେପ୍ଟେମ୍ବରରେ ଟାଟାସ୍କାଏ ନେଟୱର୍କରେ ୮୦ଟି ଅଧିକ ଚ୍ଯାନେଲର ପ୍ରସାରଣ ବନ୍ଦ ହେବାକୁ ଯାଉଛି। ଏହା ବିଷୟରେ ଟାଟାସ୍କାଏ ଖବର କାଗଜରେ ବିଜ୍ଞାପନ ଦ୍ବାରା ନିଜର ଗ୍ରାହକଙ୍କୁ ସୂଚନା ଦେଇଛନ୍ତି। ଏହା ଦ୍ବାରା ଟାଟାସ୍କାଏ ଗ୍ରାହକ ଅନେକ ପ୍ରସିଦ୍ଧ ଚ୍ଯାନେଲ ଦେଖିପାରିବେ ନାହିଁ।

ନେଟୱର୍କ୧୮ରେ ୬୭ରୁ ଅଧିକ ଚ୍ଯାନେଲରେ ବନ୍ଦ

ରିଲାଏନ୍ସ ଇଣ୍ଡଷ୍ଟି ଅଧିନରେ ରହିଥିବା ନେଟୱର୍କ୧୮ ଏବଂ ଇଭେଏଣ୍ଟରୁ ୬୭ରୁ ଅଧିକ ଚ୍ଯାନେଲ ଉପରେ କଟକଣା ଲାଗିଛି। ଏହି ଚ୍ଯାନେଲ ଗୁଡ଼ିକର ପ୍ରସାରଣ ଟାଟାସ୍କାଏରେ ବନ୍ଦ କରାଯିବ। ଏହି ଚ୍ଯାନେଲ ଗୁଡ଼ିକରରେ କଲର୍ସ, ଏମଟିଭି, ନ୍ଯୁଜ୧୮, ଏଚବିଓ, ସିଏନବିସି, ସିଏପ୍ଲେକ୍ସ ସହିତ ଅନେକ ପ୍ରମୁଖ ଚ୍ଯାନେଲ ସାମିଲ ରହିଛନ୍ତି। ରିଲାଏନ୍ସ ଖୁବ୍ ଶୀଘ୍ର ଘରେ ଘରେ ନିଜର ନେଟୱର୍କଂ ଡ଼ିଟୁଏଚ୍ ପହଞ୍ଚାଇବାକୁ ଚେଷ୍ଟା କରୁଥିବାରୁ ଟାଟାସ୍କାଏ ତାହାକୁ ଟକ୍କର ଦେବାକୁ ଯାଇ ଏପରି କରିଥିବା କୁହାଯାଉଛି। ତେବେ ରିଲାଏନ୍ସ ଜିଓ ଗିଗାଫାଏଭରର ବଜାରକୁ ଆସିବା ଖବର ସମସ୍ତ ଡ଼ିଟୁଏଚ୍ କମ୍ପାନିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସେପ୍ଟେମ୍ବର ୯ ତାରିଖରେ ଟାଟାସ୍କାଏ ବିଜ୍ଞାପନରେ ବନ୍ଦ ହେବାକୁ ଥିବା ଚ୍ଯାନେଲ ଗୁଡ଼ିକର ଲିଷ୍ଟ ବାହାର କରିଛି। ବିଜ୍ଞାପନ ଅନୁଯାୟୀ ତାଙ୍କର ଏବଂ ରିଲାଏନ୍ସ କମ୍ପାନି ମଧ୍ୟରେ ସଠିକ୍ ଭାବେ ଚୁକ୍ତି ପ୍ରସ୍ତୁତ କରାଯାଇପାରି ନାହିଁ। ଏଣୁ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସୋନି ପିକଚର୍ସ ମଧ୍ୟ ଟାଟସ୍କାଏ ଉପରେ ନୋଟିସ ଜାରି କରି ସେଥିରେ ସୋନିର ଅନେକ ଚ୍ଯାନେଲ ପ୍ରସାରଣ ବନ୍ଦ କରିଥିଲା।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

5 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

13 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

19 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

28 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

30 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

37 mins ago