Categories: କ୍ରୀଡା

ଛକ୍କା ମାରି ଶତକ କଲେ ପନ୍ତ, ବଡ଼ ଭାଗିଦାରୀ ପରେ ଏବେ…

ଲଣ୍ଡନ : ସ୍ପିନର ରସିଦଙ୍କ ବଲରେ ଛକା ମାରି ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କଲେ ଋଷଭ ପନ୍ତ । ଓପ୍ନର ଲୋକେଶ ରାହୁଲଙ୍କ ସାଙ୍ଗରେ ଷଷ୍ଠ ୱିକେଟରେ ୨୦୪ ରନ୍ ସଂଗ୍ରହ କରି ସାରିବା ପରେ ରାହୁଲ ୧୪୯ ରନ୍ କରି ଆଉଟ୍ ହୋଇଛନ୍ତି । ଚତୁର୍ଥ ୱିକେଟ୍ ୧୨୧ ରନରେ ପଡ଼ିବା ପରେ ଏହି ଯୋଡ଼ି ଆରମ୍ଭ ହୋଇଥିଲା । ଲାଗୁ ନଥିଲା ଭାରତର ଇନିଂସ୍ ବେଶି ଦୂର ଯିବ ।

ତେବେ ଏହି ଦୁଇ ଯୁବ ବ୍ୟାଟ୍ସମ୍ୟାନ ଇଂଲଣ୍ଡ ବୋଲରଙ୍କୁ ଖୁବ୍ ପ୍ରହାର କରି ଶତକ ଲାଭ କରିବା ସହ ଦଳର ସ୍କୋରକୁ ବଢ଼ାଇ ଚାଲିଥିଲେ । ରାହୁଲ ୨୨୪ ବଲ୍ ଖେଳି ୨୦ ଚୌକା ଓ ଗୋଟିଏ ଛକା ମାରି ୧୪୯ ରନ୍ କରିଥିଲେ । ସପ୍ତମ ବ୍ୟାଟସମ୍ୟାନ୍ ଭାବେ ପନ୍ତ ୧୪୬ ବଲରେ ୧୧୪ ରନ୍ କରି ଆଉଟ୍ ହୋଇଛନ୍ତି । ତାଙ୍କ ଇନିଂସରେ ରହିଛି ୧୫ଟି ଚୌକା ଓ ୪ଟି ଛକା । ଏହି ଇନିଂସ ବେଳେ ସେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ୱିକେଟ କିପର ଭାବେ ସର୍ବାଧିକ ସ୍କୋର କରିଛନ୍ତି । ଓଭାଲ ଠାରେ ୨୦୦୭ରେ ମହେନ୍ଦ୍ର ସିଂହ ଧୋନି ସର୍ବାଧିକ ୯୭ ରନ୍ କରିଥିଲେ । ପନ୍ତ ତାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ।

 ଆଜି ଅନ୍ତିମ ଟେଷ୍ଟର ଅନ୍ତିମ ଦିନ । ଓଭାଲରେ ମ୍ୟାଚ୍ ବଞ୍ଚାଇବାକୁ ସଂଗ୍ରାମ ଜାରି ରଖିଛି ଟିମ୍ ଇଣ୍ଡିଆ । ତେବେ ୭ଟି ୱିକେଟ୍ ପଡ଼ିଯିବା ପରେ ପରାଜୟକୁ ରୋକିବା ଖୁବ୍ କଷ୍ଟକର ହୋଇପଡ଼ିଛି ବିରାଟ ବାହିନୀ ପାଇଁ । ଭାରତ ଆଗରେ ୪୦୬ ରନର କଷ୍ଟକର ବିଜୟଲକ୍ଷ୍ୟ ରହିଛି । ୮୫ ଓଭର ବେଳକୁ ୭ ୱିକେଟରେ ୩୨୮ ରନ୍ କରିଥିଲା ଭାରତୀୟ ଦଳ । ଆଉ ୨୩ ଓଭର ବାକି ଥିଲା । ପ୍ରଥମ ଇନିଂସରେ ୮୬ ରନ୍ କରିଥିବା ରବୀନ୍ଦ୍ର ଜାଡେଜା ଏବଂ ଇଶାନ୍ତ ଶର୍ମା ଖେଳୁଥିଲେ । ମ୍ୟାଚ୍ ଜିତିବା ପାଇଁ ଦରକାର ଥିଲା ୧୩୬ ରନ୍ । ହାତରେ ଥିଲା ୩ ୱିକେଟ୍ ।

 

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

9 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

17 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

24 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

32 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

34 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

42 mins ago