Below header

ଛକ୍କା ମାରି ଶତକ କଲେ ପନ୍ତ, ବଡ଼ ଭାଗିଦାରୀ ପରେ ଏବେ…

ଲଣ୍ଡନ : ସ୍ପିନର ରସିଦଙ୍କ ବଲରେ ଛକା ମାରି ନିଜର ପ୍ରଥମ ଟେଷ୍ଟ ଶତକ ହାସଲ କଲେ ଋଷଭ ପନ୍ତ । ଓପ୍ନର ଲୋକେଶ ରାହୁଲଙ୍କ ସାଙ୍ଗରେ ଷଷ୍ଠ ୱିକେଟରେ ୨୦୪ ରନ୍ ସଂଗ୍ରହ କରି ସାରିବା ପରେ ରାହୁଲ ୧୪୯ ରନ୍ କରି ଆଉଟ୍ ହୋଇଛନ୍ତି । ଚତୁର୍ଥ ୱିକେଟ୍ ୧୨୧ ରନରେ ପଡ଼ିବା ପରେ ଏହି ଯୋଡ଼ି ଆରମ୍ଭ ହୋଇଥିଲା । ଲାଗୁ ନଥିଲା ଭାରତର ଇନିଂସ୍ ବେଶି ଦୂର ଯିବ ।

ତେବେ ଏହି ଦୁଇ ଯୁବ ବ୍ୟାଟ୍ସମ୍ୟାନ ଇଂଲଣ୍ଡ ବୋଲରଙ୍କୁ ଖୁବ୍ ପ୍ରହାର କରି ଶତକ ଲାଭ କରିବା ସହ ଦଳର ସ୍କୋରକୁ ବଢ଼ାଇ ଚାଲିଥିଲେ । ରାହୁଲ ୨୨୪ ବଲ୍ ଖେଳି ୨୦ ଚୌକା ଓ ଗୋଟିଏ ଛକା ମାରି ୧୪୯ ରନ୍ କରିଥିଲେ । ସପ୍ତମ ବ୍ୟାଟସମ୍ୟାନ୍ ଭାବେ ପନ୍ତ ୧୪୬ ବଲରେ ୧୧୪ ରନ୍ କରି ଆଉଟ୍ ହୋଇଛନ୍ତି । ତାଙ୍କ ଇନିଂସରେ ରହିଛି ୧୫ଟି ଚୌକା ଓ ୪ଟି ଛକା । ଏହି ଇନିଂସ ବେଳେ ସେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ୱିକେଟ କିପର ଭାବେ ସର୍ବାଧିକ ସ୍କୋର କରିଛନ୍ତି । ଓଭାଲ ଠାରେ ୨୦୦୭ରେ ମହେନ୍ଦ୍ର ସିଂହ ଧୋନି ସର୍ବାଧିକ ୯୭ ରନ୍ କରିଥିଲେ । ପନ୍ତ ତାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ।

RAHUL CENTURY ଆଜି ଅନ୍ତିମ ଟେଷ୍ଟର ଅନ୍ତିମ ଦିନ । ଓଭାଲରେ ମ୍ୟାଚ୍ ବଞ୍ଚାଇବାକୁ ସଂଗ୍ରାମ ଜାରି ରଖିଛି ଟିମ୍ ଇଣ୍ଡିଆ । ତେବେ ୭ଟି ୱିକେଟ୍ ପଡ଼ିଯିବା ପରେ ପରାଜୟକୁ ରୋକିବା ଖୁବ୍ କଷ୍ଟକର ହୋଇପଡ଼ିଛି ବିରାଟ ବାହିନୀ ପାଇଁ । ଭାରତ ଆଗରେ ୪୦୬ ରନର କଷ୍ଟକର ବିଜୟଲକ୍ଷ୍ୟ ରହିଛି । ୮୫ ଓଭର ବେଳକୁ ୭ ୱିକେଟରେ ୩୨୮ ରନ୍ କରିଥିଲା ଭାରତୀୟ ଦଳ । ଆଉ ୨୩ ଓଭର ବାକି ଥିଲା । ପ୍ରଥମ ଇନିଂସରେ ୮୬ ରନ୍ କରିଥିବା ରବୀନ୍ଦ୍ର ଜାଡେଜା ଏବଂ ଇଶାନ୍ତ ଶର୍ମା ଖେଳୁଥିଲେ । ମ୍ୟାଚ୍ ଜିତିବା ପାଇଁ ଦରକାର ଥିଲା ୧୩୬ ରନ୍ । ହାତରେ ଥିଲା ୩ ୱିକେଟ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.