ବ୍ୟବସାୟ ଓ ଅର୍ଥନୀତି

ସରକାରୀ ଚାକିରି ଖୋଜୁଥିବା ଯୁବପିଢୀଙ୍କ ପାଇଁ ଖୁସି ଖବର! ଦିଲ୍ଳୀ ମେଟ୍ରୋରେ ଚାକିରିର ସୁଯୋଗ, ଜଲଦି କରନ୍ତୁ ଆବେଦନ

ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସୂଚନା ମୁତାବକ ଦିଲ୍ଲୀ ମେଟ୍ରୋରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ପଦବୀରେ ନିଯୁକ୍ତି ପାଇଁ ଆପଣ ୨୬ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ। ସବୁଠାରୁ ଖାସ୍‌ କଥା ହେଉଛି ଏହି ଚାକିରିରେ ଦରମା ବହୁତ ଭଲ ରହିଛି, ଯାହା ୧ଲକ୍ଷ ୫୦ହଜାରରୁ ମଧ୍ୟ ଅଧିକ ରହିଛି।

ରିପୋର୍ଟ ଅନୁଯାୟୀ ଦିଲ୍ଲୀ ମେଟ୍ରୋ କର୍ପୋରେସନ (DMRC) ପକ୍ଷରୁ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଇଛୁକ ଆବେଦନକାରୀ ୨୬ ନଭେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ନିଯୁକ୍ତି ସମୁଦାୟ ୨ଟି ପଦବୀ ପାଇଁ ଜାରି କରାଯାଇଛି। ଏଥିପାଇଁ ଆବେଦନକାରୀଙ୍କ ବୟସ ସୀମା ୩୫ ବର୍ଷ ନିର୍ଦ୍ଦାରିତ କରାଯାଇଛି।
ଆବେଦନକାରୀ ଦିଲ୍ଲୀ ମେଟ୍ରୋର ଅଦିକାରୀକ େଓ୍ଵବସାଇଟ delhimetrorail.com ଜରିଆରେ ଜାରି କରାଯାଇଥିବା ଫର୍ମାଟରେ ଆବେଦନ କରିପାରିବେ।

ଉକ୍ତ ଚାକିରି ପାଇଁ ସର୍ଟଲିଷ୍ଟ କରାଯାଇଥିବା ଆବେଦନକାରୀଙ୍କ ସୂଚନା ଡିସେମ୍ବର ତୃତୀୟ ସପ୍ତାହରେ DMRC ର ଅଧିକାରୀକ େଓ୍ଵବସାଇଟ୍‌ ରେ ଅପଲୋଡ କରାଯିବ। ଡିସେମ୍ବର ଶେଷ ପର୍ଯ୍ୟନ୍ତ ସର୍ଟଲିଷ୍ଟ ଆବେଦନକାରୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ। ଆବେଦନକାରୀଙ୍କୁ ଇଣ୍ଟରଭ୍ୟୁ ପାଇଁ ମେଟ୍ରୋ ଭବନକୁ ଡକାଯିବ। ଏହି ପଦବୀ ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ଅଧିନରେ କାମ କରୁଥିବା ଆବେଦନକାରୀ, ଯାହାଙ୍କ ପେ-ସ୍କେଲ୍‌ ୧୫୬୦୦ ଟଙ୍କା -୩୯୧୦୦ଟଙ୍କା, ଜିପି ୫୪୦୦ ଥିବ ସେହି ବ୍ୟକ୍ତି ଆବେଦନ କରିପାରିବେ। ଏହାବ୍ୟତୀତ ଆବେଦନକାରୀଙ୍କ ପାଖରେ କୌଣସି ବି ସରକାରୀ ସଂସ୍ଥା ଏବଂ ପିଏସୟୁରେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

KNews Bureau

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

6 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

15 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

15 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

32 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

33 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

37 mins ago