ବ୍ୟବସାୟ ଓ ଅର୍ଥନୀତି

ମାସକୁ ମାସ ଜମା କରନ୍ତୁ ୧୦୦୦ ଟଙ୍କା; ଏହି ଖାସ୍‌ ଟ୍ରିକ୍‌ରୁ ପ୍ରସ୍ତୁତ ହୋଇଯିବ ୨ କୋଟିର ଫଣ୍ଡ୍‌! ଆଜି ହିଁ କରନ୍ତୁ

ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ନିଜର ଦୈନନ୍ଦିନ ଖର୍ଚ୍ଚ ସହିତ ଭବିଷ୍ୟତ ଯୋଜନା ବି ନିହାତି କରି ଚାଲନ୍ତୁ। ଏଥିପାଇଁ ଜରୁରୀ କି, ଆପଣ ସୁରକ୍ଷିତ ନିବେଶର ବିକଳ୍ପ ବାଛନ୍ତୁ। କୁହାଯାଏ, ନିବେଶର କୌଣସି ଲିମିଟ୍‌ କି ସମୟ ନ ଥାଏ। ନିଜ ଆୟରୁ କିଛି ଭାଗ ଆପଣ ନିଶ୍ଚୟ ନିବେଶ କରିବା ଦରକାର। ତେଣୁ ଆଜି ଆମେ ଆପଣଙ୍କୁ କହିବୁ, ଆପଣ କମ୍‌ ବଜେଟ୍‌ରେ ବି ଭଲ ଫଣ୍ଡ୍‌ କିପରି ପ୍ରସ୍ତୁତ କରି ପାରିବେ। ଏଥିପାଇଁ କେବଳ ନିୟମିତ ନିବେଶର ହିଁ ଆବଶ୍ୟକତା ରହିଥାଏ।

ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରିବାର ଫାଇଦା

କହି ରଖୁଛୁ, ମ୍ୟୁଚୁଆଲ ଫଣ୍ଡ୍‌ରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ଲମ୍ବା ସମୟ ମଧ୍ୟରେ କମ୍ପାଉଡିଙ୍ଗ୍‌ର ଫାଇଦା ମିଳି ପାରିବ। ଏଥିରେ ପ୍ରତ୍ୟେକ ମାସ ନିବେଶର ସୁବିଧା ଉପଲବ୍ଧ ରହିଛି। ଏହି କାରଣରୁ ଛୋଟ ନିବେଶ ଉପରେ ଆପଣଙ୍କୁ ବଡ଼ ଫଣ୍ଡ୍‌ ମିଳିବାର ଆଶା ରହିଥାଏ।

ପ୍ରତି ମାସରେ ଆପଣଙ୍କୁ ୧୦୦୦ ଟଙ୍କାର ନିବେଶ ମ୍ୟୁଚୁଆଲ ଫଣ୍ଡ୍‌ରେ କରିବାକୁ ହେବ। ଗତ କିଛି ବର୍ଷରେ ମ୍ୟୁଚୁଆଲ ଫଣ୍ଡ୍‌ ୨୦ ପ୍ରତିଶତ କିମ୍ବା ଏହାଠୁ ବି ଅଧିକ ରିଟର୍ଣ୍ଣ ଦେଇଛି। ଯଦି ଆପଣ ଏହି ଆମାଉଣ୍ଟକୁ ୨୦ ବର୍ଷ ପାଇଁ ନିବେଶ କରୁଛନ୍ତି, ତ ଆପଣ ମୋଟ ୨.୪ ଲକ୍ଷ ଟଙ୍କା ଜମା କରୁଛନ୍ତି। ୨୦ ବର୍ଷରେ ବାର୍ଷିକ ୧୫ ପ୍ରତିଶତ ରିଟର୍ଣ୍ଣ ଆଧାରରେ ଆପଣଙ୍କୁ ପାଖାପାଖି ୧୫ ଲକ୍ଷ ୧୬ ହଜାର ଟଙ୍କା ମିଳିବ। ଯଦି ଏହି ରିଟର୍ଣ୍ଣ ୨୦ ପ୍ରତିଶତ ବାର୍ଷିକ ମିଳୁଛି, ତ ମୋଟ ଫଣ୍ଡ୍‌ ପାଖାପାଖି ୩୧.୬୧ ଲକ୍ଷ ହେବ।

ଯଦି ଆପଣ ପ୍ରତ୍ୟେକ ମାସ ୧୦୦୦ ଟଙ୍କା ୨୫ ବର୍ଷ ପର୍ଯ୍ୟନ୍ତ ନିବେଶ କରିବେ, ତ ଏଥିରେ ଆପଣଙ୍କୁ ୨୦ ପ୍ରତିଶତ ବାର୍ଷିକ ରିଟର୍ଣ୍ଣ ମିଳିବ। ମାଚ୍ୟୁରିଟିରେ ମୋଟ ୮୬.୨୭ ଲକ୍ଷର ଫଣ୍ଡ୍‌ ମିଳିବ। ଏହିଭଳି ଅବଧି ୩୦ ବର୍ଷ ହେଲେ, ୨୦ ପ୍ରତିଶତର ରିଟର୍ଣ୍ଣରୁ ଆପଣଙ୍କର ୨ କୋଟି ୩୩ ଲକ୍ଷ ୬୦ ହଜାରର ଫଣ୍ଡ୍‌ ପ୍ରସ୍ତୁତ ହୋଇଯିବ।

(ବି.ଦ୍ର.: କୌଣସି ବି ପ୍ରକାର ନିବେଶ ପୂର୍ବରୁ ଆପଣ ନିଶ୍ଚୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ)

Roshni

Recent Posts

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

6 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

14 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

18 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

22 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

36 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

49 mins ago