ବ୍ୟବସାୟ ଓ ଅର୍ଥନୀତି

ଡିଜି ଯାତ୍ରା ସେବାରେ ସାମିଲ ହେବ ୧୪ଟି ନୂଆ ବିମାନବନ୍ଦର, ଭୁବନେଶ୍ୱର ଏୟାରପୋର୍ଟରେ ଖୁବଶୀଘ୍ର ମିଳିବ ଯାତ୍ରୀଙ୍କୁ ସେବା

କେନ୍ଦ୍ର ସରକାର ଖୁବଶୀଘ୍ର ଡିଜି ଯାତ୍ରା (Digi Yatra) ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଆଗାମୀ କିଛି ମାସ ମଧ୍ୟରେ ପୁଣି ୧୪ଟି ବିମାନବନ୍ଦରରେ ଡିଜି ଯାତ୍ରା ସେବା ଆରମ୍ଭ ହେବ । ଏଥିରେ ବିଦେଶୀ ଯାତ୍ରୀଙ୍କୁ ମଧ୍ୟ ସାମିଲ କରାଯିବ । ବର୍ତ୍ତମାନ କେବଳ ଘରୋଇ ଯାତ୍ରୀଙ୍କ ପାଇଁ ୧୩ଟି ବିମାନବନ୍ଦରରେ ଡିଜି ଯାତ୍ରା ସେବା ଉପଲବ୍ଧ ରହିଛି । Facial Recognition Technology(FRT) ଆଧାରିତ ଡିଜି ଯାତ୍ରା ସାହାୟତାରେ ବିମାନବନ୍ଦରରେ ଯାଞ୍ଚ ସମୟରେ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ ରହିବ । ବିମାନବନ୍ଦରରେ ଲୋକ ସୁରକ୍ଷା ଯାଞ୍ଚ ସମୟରେ ଲମ୍ବା ଧାଡିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାଯାଇଛି ।

ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ ମାସ ପୂର୍ବରୁ ଚେନ୍ନାଇ, ଭୁବନେଶ୍ୱର, କୋଏମ୍ବାଟୁର, ଇନ୍ଦୋର, ବାଗଡ଼ୋଗରା, ଚଣ୍ଡିଗଡ଼, ରାଞ୍ଚି, ନାଗପୁର, ପାଟନା, ରାୟପୁର, ଶ୍ରୀନଗର ଏବଂ ବିଶାଖାପାଟଣା ଭଳି ୧୪ଟି ବିମାନବନ୍ଦରରେ ଡିଜି ଯାତ୍ରା ସେବା ଆରମ୍ଭ କରିବା ନେଇ ଯୋଜନା କରୁଛନ୍ତି । ଏହା ବ୍ୟତୀତ ୨୦୨୫ରେ ଆହୁରି ୧୧ଟି ବିମାନବନ୍ଦରରେ ଏହି ସେବା ଆରମ୍ଭ କରାଯିବାର ଯୋଜନା ରହିଛି ।

ସରକାର ଇ-ପାସପୋର୍ଟ ଆଧାରିତ ନାମାଙ୍କନ ଆରମ୍ଭ ହୋଇଯାଇଛି । ଏଥିରେ ବିଦେଶୀ ନାଗରିକଙ୍କୁ ମଧ୍ୟ ଡିଜି ଯାତ୍ରା ସେବାର ଲାଭ ମିଳିବ । ଡିସେମ୍ବର ୨୦୨୨ରୁ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଡିଜି ଯାତ୍ରା ସେବା ଆପ୍‌ର ବ୍ୟବହାର ବଢିବାରେ ଲାଗିଛି । ଏଥିପାଇଁ ପ୍ରବେଶ ଏବଂ ବୋଡିଂ ସମୟରେ ଲାଗୁଥିବା ସମୟ ହ୍ରାସ ହୋଇଛି ।

ଡିଜି ଯାତ୍ରା ସେବା ଆରମ୍ଭ ଡିସେମ୍ବର ୨୦୨୨ରେ ହୋଇଥିଲା । ଏହା ଏବେ ୧୩ଟି ଏୟାରପୋର୍ଟରେ ଲାଗୁହୋଇଛି । ଏଥିରେ ଦିଲ୍ଲୀ, ବେଙ୍ଗାଲୁରୁ, ବାରଣାସୀ, ହାହଇଦ୍ରାବାଦ, କୋଲକତା, ବିଜୟଓ୍ଵାଡା, ପୁନେ, ମୁମ୍ବାଇ, କୋଚିନ, ଅହମଦାବାଦ, ଲକ୍ଷ୍ନୌ, ଜୟପୁର ଏବଂ ଗୌହ୍ଵାଟୀରେ କାର୍ଯ୍ୟକାରୀ ହେଉଛି । ଯାତ୍ରୀଙ୍କୁ ଆଧାର ନଂ ହିସାବରେ ଏନରୋଲମେଣ୍ଟ କରିବାର ସୁଯୋଗ ମିଳିବ । ଏହାସହିତ ନିଜର ଫଟୋ ଏବଂ ସମସ୍ତ ବିବରଣୀ ଅପଲୋଡ କରିବାକୁ ହେବ । ଏହାପରେ ବୋଡିଂ ପାସ୍‌ ସ୍କାନି କରି ଆପଣଙ୍କ ସମସ୍ତ ବିବରଣୀ ଏୟାରପୋର୍ଟ ସହିତ ଆଟାଚ କରାଯାଏ ।

ଡିଜି ଯାତ୍ରା ସେବା ଯୋଗୁଁ ଆଉ ଯାତ୍ରୀଙ୍କୁ ବିମାନବନ୍ଦରରେ ଲମ୍ବା ଲାଇନରେ କିମ୍ବା ଅଧିକ ସମୟ ଅତିବାହିତ କରିବାକୁ ପଡିବନି ।

Swagatika

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

59 seconds ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

2 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

9 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

35 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

1 hour ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago