ରାଜ୍ୟ

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା ସଭିଙ୍କ ମନରେ ଖେଳିଯାଉଥିଲା ଏକ ନୂଆ ଉନ୍ମାଦ । କେତେକଙ୍କ ପାଇଁ ତ ସର୍କସ ଦଖିବାର ମଜା କହିଲେ ନସରେ । ହେଲେ ଏବେ ସେଇ ମଜା କେଉଁଠି ନା କେଉଁଠି ଟିକେ କମିଯାଇଥିଲେ ସୁଦ୍ଧା ଆଜିବି ରହିଛି ତାର ଚାହିଦା । ଆଗ ଭଳି ଶୋ ଦେଖିବାକୁ ମିଳୁ ନଥିଲେ ବି କେଉଁଠି ନା କେଉଁଠି ମୌଳିକତାକୁ ବଜାଇ ରଖିବାରେ ସକ୍ଷମ ହୋଇଛନ୍ତି ସର୍କସ କର୍ତ୍ତୃପକ୍ଷ ।

ତେବେ ସତ କହିବାକୁ ଗଲେ ଜୀବନଟା ଗୋଟେ ସର୍କସ । ଏଠି କିଏ କେତେବେଳେ କୋଉ ଅଭିନୟ କରେ ତ ଆଉ କିଏ ଏଠି ନିଜ ଜୀବନକୁ ବାଜି ଲଗେଇ ପେଟ ପୋଷେ ଯାହାକୁ ଉପଭୋଗ କରନ୍ତି ସଭିଏଁ । ସର୍କସ ନାଟା ଶୁଣିବା ମାତ୍ରକେ ମନକୁ ଆନନ୍ଦ ଦେଇଥାଏ । ସମୟ ଅନୁସାରେ ଏହି ସର୍କସର ପରିଭାଷା ବଦଳିଛି ।

ଏବେ ଆଉ ବାଘ କି ଭାଲୁ କି ପଶୁପକ୍ଷୀ ନାହାନ୍ତି କେବଳ ମନୋରଞ୍ଜନ କରି ସର୍କସକୁ ବଞ୍ଚେଇ ରଖିଛନ୍ତି କିଛି କଳାକାର । ବିଭିନ୍ନ ଷ୍ଟଣ୍ଟ କରି ଲୋକଙ୍କୁ ନିଜ ସହିତ ବାନ୍ଧି ରଖିଛନ୍ତି ତ, ଜୋକର ଅଭିନୟ କରି ହସେଇ ଚାଲିଛନ୍ତି । ସର୍କସରେ ଏବେ ପୋଲ ଖେଳ , ଫାୟାର ଶୋ , ସ୍ପାଇଡର ଶୋ , ଜାଲି ମଧ୍ୟରେ ମୋଟରସାଇକେଲ ଚାଳନାର ଶୋ ସହ , ରିଙ୍ଗ ଡ୍ୟାନ୍ସ ଆଦିର ମଜା ନେଉଛନ୍ତି ଦର୍ଶକ । ଆଉ ଯାହା ଏବେ ଏହି କଳାକାର ମାନଙ୍କର ଜୀବନ ଜୀବିକାର ମାଧ୍ୟମ ପାଲଟିଛି । ତେବେ ଜୟପୁର ସହରରେ ଏବେ ପଡିଛି ଡାଇମଣ୍ଡ ସର୍କସ । ଯାହାକୁ ଦେଖିବାକୁ ଜମିଛି ଦର୍ଶକଙ୍କ ଭିଡ ।

ଛୁଆ ଠାରୁ ବଡ଼ ସବୁ ଲୋକଙ୍କ ଭିଡ଼ ଏବେ ଜମୁଛି  ସର୍କସ ଦେଖିବାକୁ । ବହୁ ଦିନ ପରେ ଜୟପୁର ସହରରେ ସର୍କସ ପଡି ଥିବାରୁ ତାର ମଜା ନେବା ପାଇଁ ଲୋକଙ୍କ ଭିତରେ ଉତ୍ସାହ କହିଲେ ନସରେ । ଜୋକରଙ୍କ କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି ।

 

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

13 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

21 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

36 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

42 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

56 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago