ବ୍ୟବସାୟ ଓ ଅର୍ଥନୀତି

SBI ଦେଉଛି ସୁବର୍ଣ୍ଣ ସୁଯୋଗ, ଡକ୍ୟୁମେଣ୍ଟସ୍‌ ଜମା କରି ମାସକୁ ପାଆନ୍ତୁ ୮୦ ହଜାର ଟଙ୍କା

ଯଦି ଆପଣ ବି ବ୍ୟାଙ୍କରୁ ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବେ ଏହି ଯୋଜନାର ଫାଇଦା ଉଠାନ୍ତୁ । ଏସବିଆଇର ଏହି ସ୍କିମରେ ବ୍ୟାଙ୍କ ଆପଣଙ୍କୁ ଦେବ ମାସକୁ ୮୦ ହଜାର ଟଙ୍କା । ଯଦି ଆପଣ କୌଣସି ଚାକିରି କରନାହାନ୍ତି ଅବା ଚାକିରି ସହ ଏକ୍ସଟ୍ରା ଇନକମ କରିବାକୁ ଚାହୁଁଛନ୍ତି ତେବେ ଏହି ଅପସନ ଆପଣଙ୍କ ପାଇଁ ବେଷ୍ଟ ହେବ।

ଯଦି ଆପଣ ନିଜ ଚାକିରି ସହ ଏକ୍ସଟ୍ରା ଇନକମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ ସୁଯୋଗ ଦେଉଛି ଏସବିଆଇ ବ୍ୟାଙ୍କ। ଏଠି ଆପଣ ନିଜ ଏଟିଏମକୁ ଏହାର ମାଧ୍ୟମ କରିପାରିବେ। ମାନେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ଫ୍ରାଞ୍ଚାଇଜି ଦ୍ୱାରା ଆପଣ ମୋଟା ଅଙ୍କର ଟଙ୍କା କମାଇପାରିବେ। ଏବେ ଏଥିରୁ କେମିତି ଫାଇଦା ଉଠାଇବେ ଜାଣନ୍ତୁ..

ଯଦି ଆପଣ ବି ଘରେ ବସି ଆରାମରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି  ଏଥିପାଇଁ ଏସବିଆଇ ଏକ ଭଲ ବିକଳ୍ପ ନେଇଆସିଛି। ଏହି ପ୍ରୋସେସ ରେ ଆପଣଙ୍କୁ ୮୦-୯୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା କମାଇପାରିବେ। ସବୁଠୁ ବଡ଼ କଥା ହେଉଛି ଏହା ସୁରକ୍ଷିତ । ଦେଶର ସବୁଠୁ ସାର୍ବଜନିକ କ୍ଷେତ୍ର ର ବ୍ୟାଙ୍କ ଏସବିଆଇ ଏହି ଅଫର ଦେଉଛି।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ଫ୍ରାଞ୍ଚାଇଜି ନେଇ ଆସିଛି ଗ୍ରାହକମାନଙ୍କ ପାଇଁ ବଡ଼ ଓ ଭଲ ସୁଯୋଗ। ସର୍ବଭାରତୀୟ ସ୍ତରର ଭରସାଯୋଗ୍ୟ ବ୍ୟାଙ୍କର ଏହି ବିଜନେସ୍‌ ଲୋକଙ୍କ ଆର୍ଥିକ କ୍ଷେତ୍ରରେ ମଧ୍ୟ ବଡ଼ ଧରଣର ସାହାଯ୍ୟ କରିପାରିବ। ତେବେ କୌଣସି ବ୍ୟାଙ୍କର ଏଟିଏମ ବ୍ୟାଙ୍କ ତରଫରୁ ନୁହେଁ ବରଂ ଏଥିପାଇଁ ଭିନ୍ନ କମ୍ପାନୀ ଥାଏ। ବ୍ୟାଙ୍କ ତରଫରୁ ଏହାର କଣ୍ଟାକ୍ଟ ଦିଆଯାଇଥାଏ। ଯାହା ପରେ ଭିନ୍ନ ଭିନ୍ନ ସ୍ଥାନରେ ଏଟିଏମ ଲଗାଇବାର କାମ କରିଥାଏ। ତେବେ ଆସନ୍ତୁ ଜାଣିବା ଆପଣ କିଭଳି ଭାବେ ଏଟିଏମର ଫ୍ରାଞ୍ଚାଇଜିରୁ ଟଙ୍କା କମାଇ ପାରିବେ:

-ଏସବିଆଇ ଏଟିଏମର ଫ୍ରାଞ୍ଚାଇଜି ପାଇଁ ମାତ୍ର ୫୦-୮୦ ସ୍କୋୟାରଫୁଟର ସ୍ଥାନ ଥିବା ଜରୁରୀ।
-ଅନ୍ୟ ଏଟିଏମରୁ ଏହାର ଦୂରତା ୧୦୦ ମିଟର ରହିବା ଜରୁରୀ।
-ଏହି ସ୍ଥାନ ସ୍ପେସ ଗ୍ରାଉଣ୍ଡ ଫ୍ଲୋର ଏବଂ ଗୁଡ ଭିଜିବିଲିଟି ହୋଇଥିବା ଆବଶ୍ୟକ।
– ୨୪ ଘଣ୍ଟା ପାଓ୍ଵାର ସପ୍ଲାଏ ହେବା ଜରୁରୀ। ଏହାବ୍ୟତିିତ ୧ କିଲୋଓ୍ଵାଟର ବିଜୁଳି କନେକସନ ଥିବା ଅନିବାର୍ଯ୍ୟ।
-ଏଟିଏମରୁ ଦୈନିକ ୩୦୦ ଟାଞ୍ଜାକସନ ହେଉଥିବା ଜରୁରୀ।
-ବି-ସେଟ ଲଗାଇବା ପାଇଁ ସୋସାଇଟି କିମ୍ବା ଅଥରିଟିଠୁ ନୋ ଅବଜେକସନ୍‌ ସାର୍ଟିଫିକେଟ ମଧ୍ୟ ଦରକାର।

ଏଥିପାଇଁ ଜରୁରୀ ଦସ୍ତାବିଜ:

-ଆଇଡି ପ୍ରୁଫ: ଆଧାର କାର୍ଡ, ପାନ କାର୍ଡ, ଭୋଟର କାର୍ଡ
-ଆଡ୍ରେସ ପ୍ରୁଫ : ରାସନ କାର୍ଡ, ଇଲେକଟ୍ରିକ ବିଲ୍‌
-ବ୍ୟାଙ୍କ ଆକାଉଣ୍ଟ ଓ ପାସବୁକ
-ଫଟୋଗ୍ରାଫ, ଇ-ମେଲ ଆଇଡି, ଫୋନ ନମ୍ବର
-ଅନ୍ୟ ଡକ୍ୟୁମେଣ୍ଟସ୍‌
-ଜିଏସଟି ନମ୍ବର
-ଫାଇନାସିଆଲ ଡକ୍ୟୁମେଣ୍ଟସ୍‌

ଏସବିଆଇ ଏଟିଏମର ଫ୍ରାଞ୍ଚାଇଜି ଦେଉଥିବା କମ୍ପାନୀର ଅଫିସିଆଲ େଓ୍ଵବସାଇଟକୁ ଯାଇ ଆପଣ ଅନଲାଇନ ଆବେଦନ କରିପାରିବେ। ଭାରତରେ ଏଟିଏମ ଲଗାଇବାର କଣ୍ଟାକ୍ଟ tata indicash(www.indicash.co.in), muthoot atm (www.muthootatm.com/ suggest-atm.html ) ଓ india one atm (india1atm.in/rent-your-space) ପାଖରେ ରହିଛି।

Tata indicash ସବୁଠୁ ପୁରୁଣା କମ୍ପାନୀ। ଏହା ୨ଲକ୍ଷ ଟଙ୍କାର ସିକ୍ୟୁରିଟି ଡିପୋଜିଟ ଦେଇଥାଏ। ଯାହାକୁ ରିଫଣ୍ଡ ମଧ୍ୟ ଆପଣ କରିପାରିବେ। ପ୍ରତି ଟାଞ୍ଜାକସନରେ ୮ ଟଙ୍କା ମିଳୁଥିବା ବେଳେ ନନ୍‌- କ୍ୟାସ ଟାଞ୍ଜାକସନରେ ୨ ଟଙ୍କା ମିଳେ। ତେଣୁ ଦୈନିକ ୫୦୦ ଟାଞ୍ଜାକସନ ହେଲେ ମାସିକ ୮୦-୯୦ ହଜାର ଟଙ୍କା କମାଇପାରିବେ।

D Sonali

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

5 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

24 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

32 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

48 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago