ଦେଶ ବିଦେଶ

ସହିଦ ଦିବସରେ ଭଗତ ସିଂ, ସୁଖଦେବ, ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି,ଏମିତି ଥିଲା ଫାଶୀ ହେବାର କିଛି ଘଣ୍ଟା ପୂର୍ବର ମୁହୂର୍ତ୍ତ

ନିଜ ଦେଶକୁ ସ୍ୱାଧୀନତାର ସ୍ୱାଦ ଦେବା ପାଇଁ ଆଜିର ଦିନରେ ଅର୍ଥାତ ମାର୍ଚ୍ଚ ୨୩ ୧୯୩୧ ରେ ନିଜ ଜୀବନର ବଳିଦାନ ଦେଇଥିଲେ ବୀର ପୁରୁଷ ଭଗତ ସିଂ, ଶିବରାମ ରାଜଗୁରୁ ଏବଂ ସୁଖଦେବ। ଏମିତିକି ନିଜ ଦେଶ ପାଇଁ ସ୍ୱାଧୀନତାର ସ୍ବପ୍ନ ଦେଖି ହସି ହସି ଫାଶୀକୁ ଗ୍ରହଣ କରିଥିଲେ । ୨୩ ମାର୍ଚ୍ଚ ଦିନ ଭାରତ ଇତିହାସରେ ସର୍ବଦା ଅମର ରହିବ। ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ଦେଶପ୍ରେମ କମି ନଥିଲା।

ଫାଶୀ ହେବାର କିଛି ଘଣ୍ଟା ପୂର୍ବରୁ ଭଗତ ସିଂ ତାଙ୍କ ସାଥୀମାନଙ୍କୁ ଶେଷ ଚିଠି ଲେଖିଥିଲେ। ଏମିତିକି ତାଙ୍କ ମନରେ ନିଜ ମୃତ୍ୟୁକୁ ନେଇ କୌଣସି ଭୟ ନଥିଲା। ସେ ଚିଠିରେ ଲେଖିଥିଲେ ତାଙ୍କ
ଜୀବନ ତାଙ୍କ ଦେଶ ଅପେକ୍ଷା ବଡ଼ ନୁହଁ। ଦେଶ ପାଇଁ ସେ କିଛି ବି କରିପାରିବେ। ଭଗତ ସିଂଙ୍କ ଦ୍ୱାରା ଲିଖିତ ସେହି ଶେଷ ଚିଠି ଦେଶବାସୀଙ୍କ ପାଇଁ ବିପ୍ଳବର ସ୍ୱର ପାଲଟି ଥିଲା। ତେବେ ଆଜିର ସହିଦ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ଶିବରାମ ରାଜଗୁରୁ ଏବଂ ସୁଖଦେବ ଥାପରଙ୍କୁ ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାନ୍ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ, ​​ଦେଶବାସୀଙ୍କୁ ପ୍ରେରଣା ଯୋଗାଇବା ପାଇଁ ଆଜି ସନ୍ଧ୍ୟା ୬ ଟା ସମୟରେ ପ୍ରଧାନମନ୍ତ୍ରୀ ବିପ୍ଲୋବି ଭାରତ ଗ୍ୟାଲେରୀର ଉଦଘାଟନ କରିବେ।କୋଲକାତାର ଭିକ୍ଟୋରିଆ ହଲରେ ଏହା ପ୍ରଦର୍ଶନ କରାଯିବ, ଯେଉଁଥିରେ ସହିଦ ଭାଗତ ସିଂଙ୍କ ସମେତ ଭାରତର ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଭିଡିଓ କନଫରେନ୍ସ ମାଧ୍ୟମରେ ମୋଦି ଜଣାଇବେ।

କେବଳ ପ୍ରଧାନମନ୍ତ୍ରୀ ମୋଦି ନୁହେଁ , ଗୃହମନ୍ତ୍ରୀ ଅମିତ ଶାହା ଓ ରାହୁଲ ଗାନ୍ଧୀ ମଧ୍ୟ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହା ସହିତ ତାଙ୍କ ଭଳି ନିଜ ଦେଶକୁ ଭଲ ପାଇବା ଦରକାର୍ ବୋଲି ମଧ୍ୟ କହିଛନ୍ତି। କାରଣ ସେହି ମହାନ୍ ବୀରଙ୍କ ପାଇଁ ଆଜି ଆମ ଦେଶ ସ୍ୱାଧୀନତା ପାଇ ପାରିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ଦଳର ନେତା ଅରବିନ୍ଦ କେଜ୍ରିୱାଲ ମଧ୍ୟ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି ଯେ ଦେଶର ସ୍ୱାଧୀନତା ସଂଗ୍ରାମର ଅମର ପ୍ରତୀକ ହେଉଛନ୍ତି ସହିଦ ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁ। ମୁଁ ସେମାନଙ୍କୁ ସହିଦ ଦିବସରେ ପ୍ରଣାମ କରୁଛି। ପ୍ରତ୍ୟେକ ଦେଶବାସୀ ତାଙ୍କର ଅମର ବଳିଦାନ ପାଇଁ ସବୁଦିନ ରୁଣୀ ରହିବେ।

KNews Bureau

Recent Posts

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

44 mins ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

1 hour ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

2 hours ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

2 hours ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

2 hours ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

2 hours ago