ବ୍ୟବସାୟ ଓ ଅର୍ଥନୀତି

ରେଲୱେରେ ଅନେକ ପଦବୀରେ ନିଯୁକ୍ତି ଜାରି, କେବଳ ଇଣ୍ଟରଭ୍ଯୁ ମାଧ୍ଯମରେ ହେବ ଚୟନ

ରେଲୱେରେ ଚାକିରି ପାଇଁ ଆଶା ରଖିଥିବା ପାର୍ଥୀଙ୍କ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ ଇଷ୍ଟର୍ଣ୍ଣ ରେଲୱେର ହାୱଡା ଡିଭିଜନ ସ୍ଥିତ ଅର୍ଥୋପେଡିକ୍ ହସ୍ପିଟାଲରେ କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର ଏବଂ ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି ନେଇ ଆବେଦନ ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତି ନେଇ ସମୁଦାୟ କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର ପଦବୀରେ ୧୦ ଏବଂ ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀରେ ୪୦ ପଦରେ ନିଯୁକ୍ତି ହେବ। ସମୁଦାୟ ୫୦ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ସୂଚନା ମୁତାବକ ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ଆସନ୍ତା ୩୧ ମେ ରହିଛି।

ମହତ୍ତ୍ବପୂର୍ଣ୍ଣ ତାରିଖ

ଆବେଦନ ଜମା କରିବାର ଶେଷ ତାରିଖ: ୩୧ ମେ ୨୦୨୦

ସାକ୍ଷାତକାର ତାରିଖ: ୨ ଜୁନ୍ ୨୦୨୦

ପଦବୀ ବିବରଣୀ

କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର: ୧୦ ପଦ

ନର୍ସିଂ ସୁପରିଟେଣ୍ଡେଣ୍ଟ: ୪୦ ପଦ

ଯୋଗ୍ଯତା

କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ପାଖରେ MCI ରେଜିଷ୍ଟ୍ରେସନ ସହ MBBS/MD ଡିଗ୍ରୀ ହାସଲ କରିଥିବା ଆବଶ୍ଯକ। ସେହିଭଳି ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ପାଖରେ GNM/B.Sc/M.sc Nursing ଡିଗ୍ରୀ ହାସଲ କରିଥିବା ଆବଶ୍ଯକ।

ଏପରି ହେବ ଚୟନ

ଆବେଦନକାରୀଙ୍କୁ ଚୟନ କରିବା ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ। ଏଥିପାଇଁ କେବଳ ଇଣ୍ଟରଭ୍ଯୁ ହେବ, ଯାହା ଫୋନ କିମ୍ବା ହ୍ପାଟସଆପ୍ ଜରିଆରେ କରାଯିବ।

ଏପରି କରନ୍ତୁ ଆବେଦନ

ଇଛୁକ ଏବଂ ଯୋଗ୍ଯ ଆବେଦନକାରୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ www.er.indianrailways.gov.in କୁ ଯାଇ ଆବେଦନ କରିପାରିବେ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

18 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

37 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

45 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago