Below header

ରେଲୱେରେ ଅନେକ ପଦବୀରେ ନିଯୁକ୍ତି ଜାରି, କେବଳ ଇଣ୍ଟରଭ୍ଯୁ ମାଧ୍ଯମରେ ହେବ ଚୟନ

ରେଲୱେରେ ଚାକିରି ପାଇଁ ଆଶା ରଖିଥିବା ପାର୍ଥୀଙ୍କ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ ଇଷ୍ଟର୍ଣ୍ଣ ରେଲୱେର ହାୱଡା ଡିଭିଜନ ସ୍ଥିତ ଅର୍ଥୋପେଡିକ୍ ହସ୍ପିଟାଲରେ କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର ଏବଂ ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି ନେଇ ଆବେଦନ ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତି ନେଇ ସମୁଦାୟ କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର ପଦବୀରେ ୧୦ ଏବଂ ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀରେ ୪୦ ପଦରେ ନିଯୁକ୍ତି ହେବ। ସମୁଦାୟ ୫୦ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ସୂଚନା ମୁତାବକ ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ଆସନ୍ତା ୩୧ ମେ ରହିଛି।

ମହତ୍ତ୍ବପୂର୍ଣ୍ଣ ତାରିଖ

rrb-ଆବେଦନ ଜମା କରିବାର ଶେଷ ତାରିଖ: ୩୧ ମେ ୨୦୨୦

ସାକ୍ଷାତକାର ତାରିଖ: ୨ ଜୁନ୍ ୨୦୨୦

ପଦବୀ ବିବରଣୀ

କଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର: ୧୦ ପଦ

ନର୍ସିଂ ସୁପରିଟେଣ୍ଡେଣ୍ଟ: ୪୦ ପଦ

ଯୋଗ୍ଯତା

-railwayକଣ୍ଟ୍ରାକ୍ଟ ମେଡିକାଲ ପ୍ରୋକ୍ଟିସନର ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ପାଖରେ MCI ରେଜିଷ୍ଟ୍ରେସନ ସହ MBBS/MD ଡିଗ୍ରୀ ହାସଲ କରିଥିବା ଆବଶ୍ଯକ। ସେହିଭଳି ନର୍ସିଂ ସୁପରିଟେଣ୍ଡେଣ୍ଟ ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ପାଖରେ GNM/B.Sc/M.sc Nursing ଡିଗ୍ରୀ ହାସଲ କରିଥିବା ଆବଶ୍ଯକ।

ଏପରି ହେବ ଚୟନ

job-ଆବେଦନକାରୀଙ୍କୁ ଚୟନ କରିବା ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ। ଏଥିପାଇଁ କେବଳ ଇଣ୍ଟରଭ୍ଯୁ ହେବ, ଯାହା ଫୋନ କିମ୍ବା ହ୍ପାଟସଆପ୍ ଜରିଆରେ କରାଯିବ।

ଏପରି କରନ୍ତୁ ଆବେଦନ

ଇଛୁକ ଏବଂ ଯୋଗ୍ଯ ଆବେଦନକାରୀ ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ www.er.indianrailways.gov.in କୁ ଯାଇ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.