ହଟ୍ ସୁସ୍ମିତାଙ୍କ ସେକ୍ସୀ ଯୋଗ, ପ୍ରେମିକଙ୍କ ସହିତ ଏମିତି ଯୋଗ କଲେ ଯେ ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ ! ଆପଣ ବି ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଏବେ ଲକଡାଉନ୍ ସମୟରେ ନିଜ ପରିବାର ସହିତ ଅଧିକ ସମୟ ଅତିବାହିତ କରୁଛନ୍ତି। ସେ କ୍ୱାରେଣ୍ଟାଇନରେ ରହିବା ପରେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଛନ୍ତି। ସେ ନିଜ ଫ୍ୟାନ୍ସଙ୍କ ସହିତ ଯୋଡି ହୋଇ ରହୁଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଫଟୋ ଏବଂ ଭିଡିଓ ମଧ୍ୟ ପୋଷ୍ଟ କରନ୍ତି ଯାହା ଖୁବ୍ ଭାଇରାଲ ମଧ୍ୟ ହୋଇଥାଏ।
ନିକଟରେ ଅଭିନେତ୍ରୀ ଜଣଙ୍କ ନିଜର ବୟଫ୍ରେଣ୍ଡ ରେହମାନ ଶଲଙ୍କ ସହିତ ଏକ ଭିଡିଓ ସେୟାର କରିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ସୁସ୍ମିତା ସେନ୍ ନିଜର ବୟଫ୍ରେଣ୍ଡଙ୍କ ସହିତ ଜବରଦସ୍ତ ଅନ୍ଦାଜରେ ଯୋଗ କରୁଥିବା ନଜର ଆସୁଛନ୍ତି। ଆଉ ଆପଣ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।


ସୁସ୍ମିତା ସେନଙ୍କ ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ଏହାସହିତ ଫ୍ୟାନ୍ସ ଏହି ଭିଡିଓ ଦେଖି ଖୁବ୍ କମେଣ୍ଟ ମଧ୍ୟ କରୁଛନ୍ତି। ଏହି ଭିଡିଓକୁ ସେୟାର କରି ସୁସ୍ମିତା ସେନ୍ ନିଜ ବୟଫ୍ରେଣ୍ଡଙ୍କ ପାଇଁ ପ୍ରେମ ଜାହିର କରିଛନ୍ତି। ଭିଡିଓରେ ସୁସ୍ମିତା ସେନ ତାଙ୍କ ପ୍ରେମିକଙ୍କ ସହିତ ଛିଡା ହୋଇ ଯୋଗ କରୁଥିବା ନଜର ଆସିଛନ୍ତି। ଖାସ୍ କଥା ହେଉଛି ଦୁହେଁ ବଢ଼ିଆ ବାଲାନ୍ସ ମଧ୍ୟ ରଖୁଥିବା ନଜର ଆସୁଛି। ଏହାକୁ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, ମୁଁ ତୁମକୁ ଭଲ ପାଏ ରେହମାନ। ଏକ ସ୍ଥିର ସମ୍ପର୍କ ପାଇଁ ସନ୍ତୁଳନ, ସୁସ୍ଥ ମସ୍ତିଷ୍କ, ମଜବୁତପ ଏବଂ ଗଭୀର ବିଶ୍ୱାସର ଆବଶ୍ୟକତା ରହିଛି।

ଏହା ପ୍ରଥମ ନୁହେଁ ଯେ ସୁସ୍ମିତା ସେନ ନିଜ ପ୍ରେମିକଙ୍କ ସହିତ ଏମିତି ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି। ସେ ପ୍ରାୟ ସମୟରେ ନିଜ ଝିଅମାନଙ୍କ ସହିତ ବି ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.