ବ୍ୟବସାୟ ଓ ଅର୍ଥନୀତି

ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ, ବିନା ଡ୍ରାଇଭରରେ ଆଗକୁ ଆଗକୁ ମାଡିଚାଲିଛି

ଆପେ ଆପେ ଷ୍ଟାର୍ଟ ହେଉଛି ବୋଲେରୋ । ଆଉ ଧୀରେ ଧୀରେ ଆଗକୁ ବଢ଼ୁଛି । ନା ଡ୍ରାଇଭର ବସିଛନ୍ତି ନା ଗାଡିରେ କେହି ବସିଛନ୍ତି । କିନ୍ତୁ ସବୁକିଛି ଠିକ ଠାକ୍‌ ଚାଲୁଛି । ଆଉ ଧୀରେ ଧୀରେ ଗାଡିର ବେଗ ମଧ୍ୟ ବଢ଼ିବାକୁ ଲାଗୁଛି । ଆପଣଙ୍କ ସ୍କ୍ରୀନରେ ଆପଣ ତିନୋଟି ଅଲଗା ଅଲଗା ଭିଡିଓ ଦେଖୁଛନ୍ତି । ଯେଉଁଥିରେ ବୋଲୋରାଟି ଆଗକୁ ଆଗକୁ ବଢ଼ି ଚାଲିଛି । ଆପଣଙ୍କୁ ଏହା ଅଦ୍ଭୁତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଯାହା ଦେଖୁଛନ୍ତି ଏକଦମ୍‌ ସତ । ଏହି ଭିଡିଓଟି ଭୋପାଳର ଏକ ରାସ୍ତାର ବୋଲି ଜଣାପଡିଛି ।

ବୋଲେରୋଟିକୁ ରୋବର୍ଟ ଦ୍ୱାରା ଚାଳନା କରାଯାଉଥିବାବେଳେ ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଆଉ ଏସବୁ ସମ୍ଭବ ହୋଇପାରିଛି ବୁଦ୍ଧି, ଚେଷ୍ଟା ଆଉ ଜୁଗାଡ ଦ୍ୱାରା । ଏହି ତିନିଟି ଦମରେ ଦୁନିଆ ମୁସକିଲରୁ ମୁସକିଲ କାମକୁ ସହଜରେ କରିପାରିବ । ଭୋପାଳର ଇଞ୍ଜିନିୟର କିଛି ଏମିତି ହିଁ କରିଦେଖାଇଛନ୍ତି ।

ଭୋପାଳ ରାସ୍ତାରେ ଆଜିକାଲି ଏକ ଧଳା ରଙ୍ଗର ମହିନ୍ଦ୍ରା ବ୍ରୋଲେରୋ ଲୋକଙ୍କୁ ନିଜ ଆଡକୁ ଧ୍ୟାନ କେନ୍ଦ୍ରିତ କରୁଛି । ଆଉ ଏହି ଗାଡିକୁ ଦେଖି ଆପଣ ଘଡିବେ ଭାବିବା ପାଇଁ ବାଧ୍ୟ ହେବେ । କାହିଁକିନା ଏହା ବିନା ଡ୍ରାଇଭରରେ ଅତି ଆରାମରେ ଚାଲୁଛି । । ଆମେ ୟାକୁ ଡ୍ରାଇଭରଲେସ୍‌ ଗାଡି ବି କହିପାରିବେ । ଏବେ ଆପଣ ଭାବୁଥିବେ ଡ୍ରାଇଭରଲେସ କାରକୁ ର୍ନେଇ ଯେଉଁଠି ଆପଲ ଓ ଟେସଲା ଭଳି କମ୍ପାନୀ ଭାବିପାରୁନାହାଁନ୍ତି ସେଠାରେ ଭାରତରେ ଏହା କେମିତି ସମ୍ଭବ ।

ତେବେ ଆପଣଙ୍କୁ ବତାଇବାକୁ ଚାହିଁବୁ ଯେ ଡ୍ରାଇଭରଲେସ କାରର କଳ୍ପନାକୁ ବାସ୍ତବରେ ପରିଣତ କରିଦେଖାଇଛନ୍ତି ଉତ୍ତରାଖଣ୍ଡସ୍ଥିତ ଆଇଆଇଟି ରୁଡକିରୁ ଇଲେକଟ୍ରିକକାଲ ଇଞ୍ଜିନିୟରିଂରେ ବିଟେକ ଡିଗ୍ରୀ ହାସଲ କରିଥିବା ସଞ୍ଜୀବ ଶର୍ମା ଏକ ଏମିତି ରୋବର୍ଟିକ ଟେକ୍ନୋଲୋଜି ବନାଇଛନ୍ତି, ଯାହା ସାହାଯ୍ୟରେ ଡ୍ରାଇଭରଲେସ କାରର ସ୍ୱପ୍ନ ସତ ହୋଇପାରିଛି ।
ସଞ୍ଜୀବ ଶର୍ମା ୨୦୧୫ରେ ଏକ କମ୍ପାନୀ ଷ୍ଟାର୍ଟ କଲେ, ଯାହର ମୂଳ ଲକ୍ଷ୍ୟ ଥିଲା ଟେକ୍ନୋଲୋଜି ସାହାଯ୍ୟରେ ସଡକ ଦୁର୍ଘଟଣାକୁ କମ୍‌ କରିବା ଏବଂ ଲୋକଙ୍କୁ ବିପଦରୁ ରକ୍ଷା କରିବା । ସେଥିପାଇଁ ସ୍ୱାୟତ୍ତ ରୋବର୍ଟସ ନାମକ କମ୍ପାନୀ ବନାଇ ସଞ୍ଜୀବ ୨୦୧୬ରେ ଜୀପରେ ଏକ ସଫ୍ଟେଓ୍ଵୟାର ସେଟ୍‌ କଲେ । ଯାହା କ୍ୟାମେରା ଏବଂ ସେନ୍ସର ସାହାଯ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜୀରିଆରେ ବିନା କୌଣସି ଡ୍ରାଇଭରରେ କାରକୁ ଚଲାଇବାରେ ସକ୍ଷମ ହୋଇପାରୁଛି । ତେବେ କହିବାକୁ ଚାହିଁବୁ ଯେ ଏହି କାର ୫୦ ହଜାର କିଲୋମିଟରର ଟ୍ରାଏଲ କରିସାରିଲାଣି ।

ପ୍ରତିଷ୍ଠାତା ସଞ୍ଜିବ ଶର୍ମା ତାଙ୍କ ଟ୍ଵିଟର ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ନିକଟରେ ଏହାକୁ ନେଇ ସଞ୍ଜିବ ଶର୍ମା ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରୀୟା ରଖିଛନ୍ତି । ସେ ଦୃଢ଼ତାର ସହ କହିଛନ୍ତି ଯେ ସେମାନେ ଟେସଲାର ପ୍ରତିଯୋଗୀ । ଆମେ ଯାହା ପ୍ରଦର୍ଶନ କରୁଛୁ ତାହା ଭାରତର ଟ୍ରାଫିକକୁ ଅତି ସହଜତାର ସହିତ ପରିଚାଳନା କରିପାରିବ । ଆମକୁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଅଧିକ ଅର୍ଥ ମିଳିଲେ ବର୍ଷ ଶେଷ ସୁଦ୍ଧା ସ୍ୱାୟତ ଚାଳିତ ସମସ୍ୟାର ସମାଧାନ କରିପାରିବୁ । ସଞ୍ଜୀବ ଶର୍ମାଙ୍କ ଏହି ବୋଲେରୋର ଭିଡିଓ ବର୍ତ୍ତମାନ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଏହି ପଦକ୍ଷେପକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି । କିଛି ୟୁଜର୍ସ ମଧ୍ୟ ନିଜର ମତାମତା ଦେଇଥିବା ଦେଖିବାକୁ ମିଳିଛି ।

 

Pritiparna

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

13 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

14 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

57 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago