ବ୍ୟବସାୟ ଓ ଅର୍ଥନୀତି

ଏବେ SMS ଜରିଆରେ ଭରିପାରିବେ ଜିଏସଟି ରିଟର୍ଣ୍ଣ, ଜାଣନ୍ତୁ ଏହାର ପୂରା ପ୍ରକ୍ରିୟା

ଜିଏସଟି ଭରୁଥିବା ଲୋକଙ୍କୁ ସରକାର ଦେଲେ ବଡ ଆସ୍ୱସ୍ତି। ଯେଉଁ କରଦାତାଙ୍କର ଟ୍ୟାକ୍ସ ବନିନଥାଏ ଏବଂ ତାଙ୍କୁ ନିଲ ରିଟର୍ଣ୍ଣ ଭରିବାକୁ ପଡିଥାଏ ଏବଂ ସେମାନେ ଏଥିପାଇଁ GST ପୋର୍ଟାଲରେ ଫର୍ମ କରୁଥିଲେ ସେମାନେ ଏବେ ଏସଏମଏସ ଜରୀଆରେ ନିଜର ନିଲ ରିଟର୍ଣ୍ଣ ଭରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରାୟ ୨୨ ଲକ୍ଷ କରଦାତାଙ୍କୁ ଏହାଦ୍ୱାରା ଫାଇଦା ମିଳିବ। ତାଙ୍କୁ ଏବେ GSTR-3B ରିଟର୍ଣ୍ଣ ଫର୍ମ ଭରିବାର ଆବଶ୍ୟକ ନାହିଁ।

ଅର୍ଥ ମନ୍ତ୍ରାଳୟ ବିଭାଗ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇଣ୍ଡାଇରେକ୍ଟ ଟେକ୍ସେସ ଆଣ୍ଡ କଷ୍ଟମ୍ସ (Central Board of Indirect Taxes and Customs) ଏଥିପାଇଁ ଏକ ନମ୍ବର ଜାରି କରିଛି। କରଦାତାଙ୍କୁ 14409କୁ ଯାଇ ଏସଏମଏସ କରିବାକୁ ହେବ। ଯାହାପରେ ରିଟର୍ଣ୍ଣ ଭରିଯିବ।

ଏବେ ଆସନ୍ତୁ ଜାଣିବା କେମିତି ଭରିବେ ଜିଏସଟି ରିଟର୍ଣ୍ଣ

ଆପଣଙ୍କୁ ଏକ ମେସେଜ ଟାଇପ କରିବାକୁ ହେବ ଯଥା : NIL-Space-3B-Space-GST Number-Space-Tax Period। ଉଦହରଣ ପାଇଁ ଆପଣଙ୍କ ଦ୍ୱାରା ପଠାଯାଇଥିବା ଏସଏମଏସ କିଛି ଏପରି ହେବ NIL 3B 09xxxxxxxxxxxZC 052020।

ଏହାପରେ ଏହି ମେସେଜକୁ ଆପଣଙ୍କୁ ୧୪୪୦୯କୁ ପଠାଇବାକୁ ହେବ। ମେସେଜ୍‌ ପଠାଇବା ପରେ ଆପଣଙ୍କ ପାଖକୁ ଏକ କୋଡ ଆସିବ ଯାହା ୬ ଅଙ୍କ ସଂଖ୍ୟାରେ ଥିବ। ଉଦାହରଣସ୍ୱରୂପ ୧୨୩୪୫୬ କୋଡ ଆସିବ। ଏବେ ଆପଣଙ୍କୁ ଫାଇଲିଙ୍ଗ ପାଇଁ କନଫର୍ମ କରିବାକୁ ହେବ ଯେଉଁଥିରେ ଏହି କୋଡ ଲାଗିବ ଏବଂ ଆପଣଙ୍କୁ ମେସେଜ୍‌ ଟାଇପ କରିବାକୁ ହେବ CNF 3B 123456। ଏହାପରେ ଆପଣଙ୍କୁ ଆପଣଙ୍କ ରିଟର୍ଣ୍ଣ ଭରିବାର କନଫର୍ମମେସନ ଆସିବ। ଏକନୋଲେଜମେଣ୍ଟ ମିଳିବ।

ମିଳିବ ଏହି ଫାଇଦା

ଯଦି ଆପଣଙ୍କୁ କୌଣସି ସାହାଯ୍ୟ ଦରକାର ତେବେ ଆପଣ ଏସଏମଏସ ଜରିଆରେ ସାହାଯ୍ୟ ନେଇପାରିବେ। ଏଥିପାଇଁ ଆପଣଙ୍କୁ HELP 3B ଟାଇପ କରିବାକୂ ହେବ । ଏହାପରେ ଆପଣଙ୍କୁ ହେଲ୍ପ ମିଳିଯିବ।
ଦେଶରେ ମୋଟ ଜିଏସଟି କରଦାତା ୧.୨୨ କୋଟି ରହିଛି, ଯେଉଁଥିରେ ୨୨ ଲକ୍ଷରୁ ଅଧିକ କରଦାତା ନିଲ ରିଟର୍ଣ୍ଣ ଭରିଥାନ୍ତି। ସେମାନଙ୍କୁ ଏବେ ଏସଏମଏସ ଜରିଆରେ ରିଟର୍ଣ୍ଣ ଭରିବାର ସୁବିଧା ମିଳିବ।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

9 hours ago