Flipkart ଘୋଷଣା କଲା Big Billion Days ସେଲ, ଏହି ୫ ଦିନ ସମସ୍ତ ସମାଗ୍ରୀରେ ମଳିବ ଜବରଦସ୍ତ ଅଫର୍

ଦଶହରା ପାଇଁ ସପିଂ କରିବାକୁ ପ୍ରସ୍ତୁତ ହେଉଛନ୍ତି ? ତେବେ ଟିକିଏ ରହିଯାଆନ୍ତୁ । ଆରମ୍ଭ ହେବାକୁ ଫ୍ଲିପକାର୍ଟର Big Billion Days ସେଲ୍ । ୧୦ ଅକ୍ଟୋବରରୁ ୧୪ ଅକ୍ଟେବାର ଯାଏଁ ପୁରା ୫ ଦିନ ଯାଏଁ ଚାଲିବ ଏହି ସେଲ୍ । ଯେଉଁଥିରେ ସ୍ମାର୍ଟଫୋନଠୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀରେ ମିଳିବ ଭାରି ରିହାତି । ଅନ୍ଯପଟେ ଫ୍ଲିପକାର୍ଟର ପ୍ରତିଦ୍ବନ୍ଦୀ ଆମାଜନ୍ ମଧ୍ୟ ଫେଷ୍ଟିଭ୍ ସିଜନ୍ ସେଲ୍ ଆଣିପାରେ । ହେଲେ ସେଲର ତାରିଖ ଏଯାଏଁ ଘୋଷଣା କରିନାହିଁ କମ୍ପାନୀ ।

ଫ୍ଲିପକାର୍ଟ ଏଥିପାଇଁ ଏକ ନୂଆ ଏବଂ ସେପାରେଟ୍ ପେଜ୍ ଲାଇଭ୍ କରିବ । ଏହି ସେଲର ପ୍ରଥମ ଦିନରେ ଫ୍ଯାସନ୍ , ଟିଭି, ଘରୋଇ ଉପକରଣ, ସ୍ମାର୍ଟ ଡିଭାଇସ୍ ଏବଂ ଅନ୍ଯ ସାମଗ୍ରୀ ଉପରେ ମିଳିବ ଜବରଦସ୍ତ ରିହାତି । ସେହିପରି ସେଲର ଦ୍ବିତୀୟ ଦିନରେ ମିଳିବ ସ୍ମାର୍ଟଫୋନ୍ ଏବଂ ଅନ୍ଯ ଇଲେକ୍ଟ୍ରୋନିକ୍ ସାମଗ୍ରୀରେ ମିଳିବ ରିହାତି । ୩ୟ ଦିନରେ ମିଳିବ ଅନ୍ଯ ସାମଗ୍ରୀ ଉପରେ ମିଳିବ ଭାରି ରିହାତି । କମ୍ପାନୀର ଘୋଷଣା ମୂତାବକ , ରେଗୁଲାର୍ ରିହାତି ବ୍ଯତୀତ ପ୍ରତିଘଣ୍ଟାରେ ଚାଲିବ ଫ୍ଲାସସେଲ୍ । ଏହା ସହ ପ୍ରତି ୮ ଘଂଟା ପରେ ନୂଆ ଡିଲ୍ସ ଅଫର୍ କରାଯିବ ।

ଅନ୍ଯପଟେ ଫ୍ଲିପକାର୍ଟର ଚଳିତ ବର୍ଷ ସେଲରେ ବିଭିନ୍ନ ପ୍ରକାର ପେମେଂଟ୍ ବିକଳ୍ପ ରହିଛି । ଯେଉଁଥିରେ ଏଚଡିଏଫସି କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ୟୁଜର୍ସଙ୍କୁ ୱଲର୍ଡ ପେମେଂଟ୍ ଅଫର୍ କରାଯାଉଛି । ସେହିପରି ନିର୍ଦ୍ଦିଷ୍ଟ କ୍ରେଡିଟ୍ ଏବଂ ଡେବିଟ୍ ୟୁଜର୍ସଙ୍କୁ ଏଏମଆଇ ଅଫର୍ ମଧ୍ୟ ଦିଆଯାଉଛି ।

ଏହା ସହ ପଢନ୍ତୁ ପୁଣି ଜିଓର ଦମଦାର୍ ଅଫର୍, ମାତ୍ର ୨୦ଟଙ୍କାରେ ମିଳିବ ୫ଜି ସିମ୍

ସେହିପରି ଫ୍ଲିପକାର୍ଟ ପ୍ଲସ୍ ମେମ୍ବରଙ୍କୁ ଏହି Big Billion Days  ସେଲରେ ଏକ୍ସକ୍ଲୁସିଭ୍ ଆର୍ଲି ଆକ୍ସେସ୍ ଦିଆଯିବ । ଏହି ମେମ୍ବର ୩ ଘଂଟା ପୂର୍ବରୁ ଡିଲ୍ସକୁ ଆକ୍ସେସ୍ କରିପାରିବେ  । ଫୋନ୍ ପେ ୟୁଜର୍ସଙ୍କୁ ଏହି ସେଲରେ କ୍ଯାସବ୍ଯାକ୍ ଅଫର୍ ଦିଆଯିବ ।

KNews Bureau

Recent Posts

ସର୍ଜରୀ ପରେ ସାମ୍ନାକୁ ଆସିଲା ରାକ୍ଷୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ…

17 mins ago

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

45 mins ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

1 hour ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

1 hour ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

2 hours ago